Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଶୁକ୍ରବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

28/05/2020 at 6:03 PM

ମେଷ – ପରିଶ୍ରମର ମୂଲ୍ୟ ମିଳିବ। ଜନବଲ୍ଲଭ ବ୍ୟକ୍ତିଭାବେ ପ୍ରଭାବ ବିସ୍ତାର କରିପାରନ୍ତି । ନୀତି-ନିୟମାନୁସାରେ କାର୍ଯ୍ୟ ସଂପାଦନ କରିବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
ବୃଷ – ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ବିଦ୍ୟା ଆରୋହଣ ଆବଶ୍ୟକ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଅଶାନ୍ତିର ମାତ୍ରା କମିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ମିଥୁନ – ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ରହିବ । ବିଦ୍ୟା ଲାଭର ସୂଚନା ମିଳୁଛି । ତ୍ୟାଗପୂତ ମନୋଭାବ ସଂପନ୍ନ ହୋଇପାରନ୍ତି । ଜଣେ ନୀତିନିଷ୍ଠ ବ୍ୟକ୍ତି ଭାବେ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
କର୍କଟ – ବିଭିନ୍ନ ଦିଗରୁ ବିଦ୍ୟା ଲାଭର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତ ହେବ । ନୂଆ ବନ୍ଧୁ ଜୁଟିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ସିଂହ – ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ବିନୀତ ସ୍ୱଭାବର ହୋଇପାରନ୍ତି । ଗୁଣବାନ୍ ଓ ବହୁ ବିଦ୍ୟା ପାରଙ୍ଗମ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
କନ୍ୟା – ଜ୍ଞାନଗରିମା ପାଇଁ ସମ୍ମାନିତ ହୋଇପାରନ୍ତି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌-କର୍ମରେ ନିଜକୁ ନିୟୋଜିତ କରି ଆତ୍ମତୃପ୍ତି ଲାଭ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
ତୁଳା – ମିଳିଥିବା କର୍ମ ସଂସ୍ଥାନକୁ ହାତଛଡା କରନ୍ତୁ ନାହିଁ । ପରୋପକାରୀ ହୋଇପାରନ୍ତି । ସୁସମ୍ବାଦ ପାଇ ଭାବବିହ୍ୱଳ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।
ବିଛା – ଧୀରେ ସୁସ୍ଥେ କାର୍ଯ୍ୟରେ ଆଗକୁ ବଢିବେ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ । ପ୍ରବଚନରେ ଶୁଣିବାକୁ ମନ ବଳାଇ ପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଧନୁ – ମାର୍ଗ କଣ୍ଟକିତ ଥିବାରୁ ସତର୍କତାର ସହ ପଦ ଚାଳନା କରିବାକୁ ପଡିବ । ସ୍ୱାଭିମାନୀ ଓ ସୁଗୁଣ ସମ୍ପନ୍ନ ହେବେ । ଶୁଭ କାର୍ଯ୍ୟ ପାଇଁ ପ୍ରତିକୂଳ ପରିସ୍ଥିତି ନୁହେଁ । ରୁଚିକର ଭୋଜନ ପାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ମକର – କାର୍ଯ୍ୟରେ ପଶ୍ଚାତ୍‌ପଦ ହେବାର ପ୍ରଶ୍ନ ଉଠୁ ନାହିଁ । ବନ୍ଧୁ ସହାୟତା ପାଇ ଆଗକୁ ବଢିପାରନ୍ତି । ସୁଖକର ଘଟଣାମାନ ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।
କୁମ୍ଭ – ଯେକୌଣସି ଉପାୟରେ ଆଗକୁ ବଢିବେ । ପ୍ରତିଶୋଧପରାୟଣ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଆଶ୍ୱସ୍ତ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।
ମୀନ – ବିଶ୍ୱାସ ଘାତକଙ୍କୁ କ୍ଷମା ଦେବେ ନାହିଁ । ଉପାଦେୟ ପୁସ୍ତକ ପଢିବାରେ ସମୟ ବିତାଇ ପାରନ୍ତି । ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ପାଇ ଖୁସି ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ଞ୍ଜ ।

   Related Posts