ଶୁକ୍ରବାରରେ ମିତ୍ର ସୁଖ ସହ ଏହି ରାଶିର ଅର୍ଥ ଲାଭ ଯୋଗ ରହିଛି- ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | December 19, 2019 IST

ଜ୍ୟୋତିର୍ବିଦ -ତ୍ରିନନ୍ଦନ ମିଶ୍ର

ମେଷ– ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି । ଦୁଶ୍ଚିନ୍ତା ଦୂରହେବ । ଚଞ୍ଚଳ ପ୍ରକୃତିରହେବେ । ଆକସ୍ମିକ ଧନଲାଭରସୂଚନାମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶକରିବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭଅଙ୍କ ୩ ।

ବୃଷ– ଅନ୍ୟକୁ ସାହାଯ୍ୟ କରି ଅପଦସ୍ତ ହୋଇପାରନ୍ତି ।କଳହଠାରୁ ଦୂରେଇ ରହିବେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ ।ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।କୃଷି ଉପରେ ଧ୍ୟାନ ଦେବେ ।ଶୁଭରଙ୍ଗ ମେରୁନ୍ ।ଶୁଭ ଅଙ୍କ ୭ ।

ମିଥୁନ - ଲୋକସଂପର୍କ ବୃଦ୍ଧି ହୋଇପାରେ । ଦୃଢ ମନୋବଳ ନେଇ କାର୍ଯ୍ୟରେ ଆଗେଇବେ । ମନ ପ୍ରସନ୍ନରହିବ । ଆସ୍ତିକ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହେବେ ।ଶୁଭ ରଙ୍ଗ ନୀଳ ।ଶୁଭ ଅଙ୍କ ୯ ।

କର୍କଟ–ଆଶାବାଦୀ ହୋଇପାରନ୍ତି ।ଭାଗ୍ୟଶାଳୀହେବେ । ପରଦେଶବାସୀ,ମଧୁରଭାଷୀ, ଉଦାରବିଦ୍ୟାପ୍ରେମୀହୋଇପାରନ୍ତି । ଏକ ପତ୍ନୀବ୍ରତ ଆଚରଣକରିବେ ।ମିତ୍ରସୁଖଲାଭକରିବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୪ ।

ସିଂହ –ମାଲିମୋକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି ।ବଳଶାଳୀ ହେବେ ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଅଦାଲତି ମାମଲାରେ ବିଜୟୀ ହେବେ ।ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ନୂଆବନ୍ଧୁ ଜୁଟିବେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୨ ।

କନ୍ୟା –ଭ୍ରାତୃ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି ।ବ୍ୟୟବୃଦ୍ଧିରସୂଚନା ମିଳୁଛି । ଥଣ୍ଡା-କଫ ଜନିତ ପୀଡାଭୋଗ କରିପାରନ୍ତି । ମଧୁରଭାଷା ବ୍ୟବହାରକରି ପରକୁ ଆପଣାର କରିପାରନ୍ତି ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୭ ।

ତୁଳା– ଆୟ ଆଶାନୁରୂପ ହେବ । ଯଶସ୍ୱୀହେବେ ।ଲୋକପ୍ରିୟତା ଅର୍ଜନ କରିପାରନ୍ତି ।ଚଞ୍ଚଳ ପ୍ରକୃତିର ହେବେ ।ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୧ ।

ବିଛା–କର୍ମସଂସ୍ଥାନରେ ଯୋଗ ଦେଇ ଖୁସି ହୋଇପାରନ୍ତି । ଆତ୍ମସନ୍ତୋଷ ଲାଭକରିବେ ।କୁଳଦୀପକହେବେ । ମନ ପ୍ରସନ୍ନରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।ବ୍ୟବସାୟ ଲାଭଜନକ ହେବ ।ଶୁଭରଙ୍ଗପିଙ୍କ୍ ।ଶୁଭ ଅଙ୍କ ୮ ।

ଧନୁ –କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟିହେବ । ସତ୍କାର୍ଯ୍ୟରେ ବ୍ୟୟ କରିପାରନ୍ତି ।ଭାଗ୍ୟଶାଳୀହେବେ । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି ।ସାହସୀ ଓ ବିଦ୍ୱାନ ହେବେ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୫ ।

ମକର–ଭାଇ-ଭାଇମାନଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିପାରେ ।ସୁଖମିଳିବ କିନ୍ତୁ କଷ୍ଟ ଭୋଗୀ ପାରନ୍ତି ।ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି ।ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।

କୁମ୍ଭ -କର୍ମକ୍ଷେତ୍ରରେ ସର୍ବଦା ପ୍ରସନ୍ନରହିବେ ।ବନ୍ଧୁସହଯୋଗ ପାଇଖୁସି ହୋଇପାରନ୍ତି ।ବ୍ୟବସାୟ ଲାଭଜନ କହେବ ।ମନରେ ଅହଂଭାବ ଆସିପାରେ ।ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୩ ।

ମୀନ - ଅଧିକ ଦାୟିତ୍ୱବହନ କରିବେ । ନିରବ ଭାବ ପ୍ରଦର୍ଶନ କରିପାରନ୍ତି ।ଭାଇମାନଙ୍କ ମଧ୍ୟରେ ଶ୍ରଦ୍ଧା ଭାବ ରହିବ ।ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି ।ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃ ପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.