ଜାଣନ୍ତୁ ଶୁକ୍ରବାରରେ ଆପଣଙ୍କ ରାଶିର ଶୁଭାଶୁଭ ଫଳ

Published By : Prameya-News7 Bureau | January 16, 2020 IST

ମେଷ– ଆଜି ଏକାଦଶସ୍ଥ ଶୁକ୍ର ଯୋଗୁଁ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁମାନଙ୍କ ଆନୁସଙ୍ଗିକ ସାହାଯ୍ୟ ଓ ସହଯୋଗ ଅବ୍ୟାହତରହିବ ।ଚନ୍ଦ୍ର ପାପଗ୍ରହ ରାହୁ ସଂଯୁକ୍ତହେତୁ ପାରିବାରିକ ସ୍ତରରେ ରାଗ,ରୁଷା ହୋଇପାରେ ।ଶୁଭରଙ୍ଗ ପିଚ୍‌ ।ଶୁଭଅଙ୍କ ୨ ।

ବୃଷ–ମିତ୍ରଶନିଙ୍କ ଦୃଷ୍ଟିରେ ଶୁକ୍ର ଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ବିଶେଷ ଗୁରୁତ୍ୱର ନ ହେଲେ ମଧ୍ୟ ତଜ୍ଜନିତ ଟେନ୍‌ସନ ଲାଗି ରହିବ । ଅର୍ଥର ଆବଶ୍ୟକତା ପୂରଣ କରିବା ସକାଶେ ଜମିଜମା,ପୁରାତନ ଗୃ ହବିକ୍ରି କରିପାରନ୍ତି ।ଶୁଭ ରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୮ ।

ମିଥୁନ - ବୁଧ ସମେତଏକାଧିକ ସପ୍ତମସ୍ଥ ଯୋଗୁ ପ୍ରତ୍ୟେକକ୍ଷେତ୍ରରେ ବନ୍ଧୁମାନଙ୍କ ଉପରେ ପୂର୍ଣ୍ଣ ଭରସା କଲେ ପରିଶେଷରେ ମୁଣ୍ଡରେ ହାତ ଦେଇ ବସିବାକୁ ପଡିପାରେ । ଶୁଭ ରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୬ ।

କର୍କଟ–ଦୁଃସ୍ଥାନରେ ରାଶ୍ୟାଧିପ ରାହୁ ଯୁକ୍ତହେତୁ ନିଷ୍ପତ୍ତିର ଶେଷ ପର୍ଯ୍ୟାୟରେ ଜଣେ ବନ୍ଧୁଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ଝଗଡା ଲାଗିପାରେ । ଆନୁଷ୍ଠାନିକାମରେ ଓ କ୍ରୟବିକ୍ରୟରେ ସତର୍କତା ଅବଲମ୍ବନ କରନ୍ତୁ ।ଶୁଭରଙ୍ଗମେରୁନ୍‌ ।ଶୁଭ ଅଙ୍କ ୪ ।

ସିଂହ –ସ୍ୱଗୃହୀ ମଙ୍ଗଳ ଯୋଗୁସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପାରିବାରିକ ଜୀବନ ପ୍ରାୟତଃ ଭଲ ରହିବ । ଅଂଶୀଦାରଙ୍କ ସହଯୋଗରେ ରପ୍ତାନି,ବାଣିଜ୍ୟ ସମସ୍ୟାର ପରିସମାପ୍ତି ଘଟିବ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୧ ।

କନ୍ୟା– ଦିନଟିରେ ବୁଧ ପୂର୍ବାଷାଢା ନକ୍ଷେତ୍ର ରହିଥିବାରୁ ପାରିବାରିକ, ଆର୍ଥକ ଓ ବ୍ୟବସାୟିକ ଦିଗ ପାଇଁବିଶେଷ ଅନୁକୂଳରହିବ । ଆଇନ ଅଦାଲତରେ ସଫଳତା ପାଇପାରନ୍ତି ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୯ ।

ତୁଳା– ନିଜ ଗୃହରୁ ଶନି ଦ୍ୱାଦଶସ୍ଥ ଯୋଗୁ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ପାରିବାରିକ ଜୀବନ କଟିବ ।ବ୍ୟବସାୟରୁ ଆଶା ଜନକ ସୁଫଳ ପାଇବେ ।ରାଜନୀତି କ୍ଷେତ୍ରରୁ ପ୍ରଶଂସିତହୋଇପାରନ୍ତି ।ଶୁଭରଙ୍ଗପିଙ୍କ୍‌ ।ଶୁଭ ଅଙ୍କ ୬ ।

ବିଛା–କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରୁ କର୍ମକ୍ଷେତ୍ରରେ, ସଭାସମିତିରେ ଓ ଆନୁଷ୍ଠାନିକ କାମରେ ସମ୍ମାନ ଓ ପଦମର୍ଯ୍ୟାଦା ପାଇବାରେ ସମ୍ଭାବନା ମଧ୍ୟ ରହିଛି । ଯାତ୍ରାରୁ ସୁଫଳ ପାଇବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୨ ।

ଧନୁ –ରାଶିରେ ବହୁତଗ୍ରହ ଅବସ୍ଥାନ କରି ପରିବାରରେ ସମସ୍ୟାଜନିତ ଅଧିକାଂଶ ସମୟ ଅନ୍ୟ ମନସ୍କ ରହିପାରନ୍ତି ।ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳହେବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୭ ।

ମକର–ଧନସ୍ଥାନରେ କର୍ମାଧିପ ଧନ ଲାଭ କରାଇବା ଚେଷ୍ଟାକରୁଥିବା କାମଗୁଡିକ ସମ୍ପନ୍ନ ହେବାରେକୌଣସି ଅସୁବିଧା ରହିବ ନାହିଁ । ମିଡିଆ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।ଶୁଭ ରଙ୍ଗଲାଲ୍‌ ।ଶୁଭ ଅଙ୍କ ୯ ।

କୁମ୍ଭ -ଶୁଭଗ୍ରହ ପ୍ରଭାବରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଆଗ ଧାଡିର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଭାବରେ ଗ୍ରହଣୀୟ ହେବେ ।ମାଲିମୋକଦ୍ଦମା କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୪ ।

ମୀନ - ତୃତୀୟାଧିପଙ୍କ ଶୁଭତ୍ୱ କାରଣରୁ ଭୁଲ୍‌ବୁଝାମଣାରୁ ଦୂରେଇ ଯାଇଥିବା ବନ୍ଧୁମାନେ ପାଖେଇ ଆସିବେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାନୁରୁପ ସୁଫଳ ପାଇବେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.