ଶୁକ୍ରବାର, ୯ ତାରିଖ ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କିପରି ରହିବ କାଲିର ଦିନ

Published By : Prameya-News7 Bureau | April 08, 2021 IST

ମେଷ–ବାଧା ବିଘ୍ନ ଓ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାର ସାହସ ମିଳିବ । କର୍ମକ୍ଷେତ୍ରରେ ଦୃଢସମର୍ଥନ ପାଇବେ । ଆୟବ୍ୟୟ ସମାନ ରହିବ । ଗୃହ ନିର୍ମାଣାଦି ଶୁଭକର୍ମ ଆରମ୍ଭ କରିପାରିବେ । ଧର୍ମ ନିଷ୍ଠାବଢିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
• ଚାଷୀ-ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ଚକ୍ଷୁ ପୀଡାହେବ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ଧର୍ଯ୍ୟହରା ହୋଇପାରନ୍ତି ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।

ବୃଷ– ଦୂର ଯାତ୍ରାକାର୍ଯ୍ୟକ୍ରମ ଯଥା ସମ୍ଭବ ସ୍ଥଗିତ ରଖିବା ଉଚିତ । ମାନସିକ ଅଶାନ୍ତି ବଢିବ । ବନ୍ଧୁମାନେ ବିରୁଦ୍ଧରେ ଯିବେ । ଉତ୍ସାହ ହ୍ରାସ ହେବ । ଅର୍ଥ ବୃତ୍ତିରେ ଉନ୍ନତିର ସମ୍ଭାବନା ଅଛି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୬ ।
• ଚାଷୀ- ଉତ୍ତମ ଫଳ ପାଇବେ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍ ‌ହେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମିଥୁନ - ଉଦଯୋଗ ସିଦ୍ଧି ଓ ବ୍ୟୟ ମଧ୍ୟ ହେବ । ସନ୍ତାନମାନେ ଆଶ୍ୱସ୍ତି ପ୍ରଦାନ କରିବେ । ଅର୍ଥ ଆସିବ । କର୍ମକ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଭ ହୋଇପାରେ । ଯାନବାହନ କ୍ରୟ କରିବାର ସୁଯୋଗ ପାଇବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୮ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
• କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ–ସ୍ୱାର୍ଥପର ମନୋଭାବ ଦୂର କରି ପାରିଲେ । କର୍ମକ୍ଷେତ୍ରରେ ଶାନ୍ତିଲାଭ କରିବେ । ଉଦ୍ୟମ ସଫଳ ହେବ । ଶୁଭଯୋଜନାକୁ କାର୍ଯ୍ୟରୂପ ଦେଇପାରିବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୧ ।
• ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ୟୋଗାକରନ୍ତୁ ।
• ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ- ମିତ୍ରସୁଖ ପାଇବେ ।

ସିଂହ –ଶତ୍ରୁ ପରିବେଷ୍ଟିତ ହୋଇପାରନ୍ତି । ସାହସିକ ପଦକ୍ଷେପ ନେବା ଆବଶ୍ୟକ । ପ୍ରିୟ ପରିଜନରେ ଅପ୍ରିୟହେବେ । ଅର୍ଥ ଭାଗ୍ୟସନ୍ତୋଷଜନକ । ଅନ୍ୟକୁ ଦେଇଥିବା ପ୍ରତିଶ୍ରୁତି ରଖିବା କଷ୍ଟକର ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍ ‌ବିବରଣୀ ନିଅନ୍ତୁ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ସ୍ୱାଭିମାନୀ ହେବେ ।

କନ୍ୟା–ଭୂମି ସମସ୍ୟା ଆସିପାରେ । ପରିବାରରେ ମନୋ ମାଳିନ୍ୟ, ବୁଝାମଣାରେ ବ୍ୟତିକ୍ରମ ଆସିବ । ବନ୍ଧୁମାନେ ସହଯୋଗ ଅପେକ୍ଷା ସ୍ୱାର୍ଥ ଭାବନାକୁ ଅଧିକ ଗୁରୁତ୍ୱ ଦେବେ ।ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୯ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ନୂଆ ଡିଲ୍ ‌ମିଳିବ ।
• ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ତୁଳା–ମାନସିକ ସ୍ତରରେ ଅସ୍ଥିର ରହିବେ । ନିଷ୍ପତ୍ତି ନେବା ବିଳମ୍ବିତ ହେବ । ଉଦରପୀଡା ଓ ଗଣ୍ଠିବ୍ୟଥା ସମ୍ଭାବନା ଉଚ୍ଚ ବର୍ଗ ସହିତ ସୁସଂପର୍କ ରହିବ । ନୂତନ ଗୃହଯୋଜନା ପ୍ରସ୍ତୁତ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ଧାର୍ମିକ ହେବେ ।


ବିଛା–ନିଜସ୍ୱ କ୍ଷେତ୍ରରେ ଆଶାବାଦୀ ହୋଇ କାମ କରିବେ । କିଛି ସଫଳତା ମିଳିବ । ଦେହ ଓ ମନରେ ସୁସ୍ଥ ରହିବେ । ଦୂର ଦୃଷ୍ଟିରଖିପାରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
• ଚାଷୀ-ଜମିରଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-ପ୍ରମୋସନ୍‌ମିଳିବ ।
• ବ୍ୟବସାୟୀ- ବିଜୟୀହେବେ ।
• ଗୃହିଣୀ- ମିତ୍ରସୁଖ ପାଇବେ ।


ଧନୁ –ବିଭିନ୍ନ କ୍ଷେତ୍ରରେ ଆଶାବାଦୀ ହୋଇ କାମ କରିବେ । କିଛି ସଫଳତା ମିଳିବ । ଦେହ ଓ ମନରେ ସୁସ୍ଥ ରହିବେ । ଦୂର ଦୃଷ୍ଟି ରଖିପାରିବେ । ନିର୍ମାଣାଦି କର୍ମରେ ଅଗ୍ରଗତି ଓ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।
• ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
• ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
• ଛାତ୍ରଛାତ୍ରୀ- ବିଜ୍ଞହେବେ ।
• କର୍ମଜୀବି-ଅର୍ଥ ହାନୀହେବ ।
• ବ୍ୟବସାୟୀ- ଅର୍ଥ ହାନୀହେବ ।
• ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।

ମକର–କର୍ମକ୍ଷେତ୍ରରେ ମାନ ସମ୍ମାନ ରକ୍ଷା କରିପାରିବେ । ଧର୍ମାନୁରକ୍ତି ବଢିବ । ନିଜ ପରିସର ବାହାରେ କାର୍ଯ୍ୟକରି ଆତ୍ମସନ୍ତୋଷ ଲାଭ କରିବେ । ସତବାଟରେ ବ୍ୟୟ ହେବ ।ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ- ବ୍ୟାୟାମ୍ ‌କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ମିତ୍ରସୁଖ ପାଇବେ ।

କୁମ୍ଭ -ଅଧିକ କାମ ନିଜ ଉପରେ ରଖି ବ୍ୟତିବ୍ୟସ୍ତ ହେବେ । ନିର୍ମାଣମୂଳକ କାର୍ଯ୍ୟ ଆଗେଇବ । ପରିବାରରୁ ଅସହଯୋଗି ଓ ଆୟବ୍ୟୟ ପ୍ରାୟସମାନ ରହିବ । ଲକ୍ଷ୍ୟ ପୂରଣ କରିପାରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
• ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି-ଉନ୍ନତିର ମାର୍ଗମିଳିବ ।
• ବ୍ୟବସାୟୀ- ସଫଳତା ମିଳିବ ।
• ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମୀନ - କର୍ମପ୍ରେରଣା ଅବ୍ୟାହତ ରହିବ । ନୂତନ ସଂସ୍ଥାବାସଂଗଠନ ନିଜର ଦାୟିତ୍ୱରେ ରଖିବେ । ଅର୍ଥାଗମ ହେବ । ସୁପଥରେ ବ୍ୟୟ ମଧ୍ୟ ହେବ । ସାମାଜିକ କ୍ଷେତ୍ରରେ ସମ୍ମାନ ମିଳିବ । ଶୁ ଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୭ ।
• ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ଚକ୍ଷୁ ପୀଡାହେବ ।
• ଛାତ୍ରଛାତ୍ରୀ- ବ୍ୟାୟାମ୍ ‌କରନ୍ତୁ ।
• କର୍ମଜୀବି- କରତ୍‌କର୍ମା ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.