ଶୁକ୍ରବାରରେ ଏମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | January 30, 2020 IST

ମେଷ–ସୁଖ ସମ୍ମାନ ଲାଭ ଏବଂ ପରିବାରର ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତିର ପରିଚୟ ସୃଷ୍ଟିକରିବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି ।ବ୍ୟବସାୟ ଲାଭଜନକ ହେବ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭଅଙ୍କ ୫ ।

ବୃଷ– ଆନ୍ତରିକତାର ସହ ଗୁରୁଜନଙ୍କ ଆର୍ଶୀବାଦ ପାଇବେ । ସେବା-ଧର୍ମକୁ ଆଦରି ନେଇପାରନ୍ତି ।ଭାଗ୍ୟଶାଳୀ ହେବେ । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୨ ।

ମିଥୁନ - ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ରଭୋଗ ହେଉଥିବାରୁ ଶିବ ଦର୍ଶନ ଶୁଭପ୍ରଦ ହେବ । ସୁଖମିଳିବା କଷ୍ଟପଦ ହେବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀହେବେ । ଶୁକ୍ରଙ୍କ ଶୁଭ ଭାବ ଯୋଗୁଁ ଉତ୍ତମ ବଂଶରୁ କନ୍ୟା ଲାଭ ହେବ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।

କର୍କଟ–ବୁଝିବିଚାରି କାର୍ଯ୍ୟକଲେ ପ୍ରମାଦହୀନ ହୋଇ ପାରନ୍ତି । ଆମୋଦ-ପ୍ରମୋଦର ସମୟକଟିବ । ବ୍ୟବସାୟ ଲାଭଜନକ ହେବ ।ସମାଜସେବୀ ହୋଇପାରନ୍ତି ।ମନରେ ଅହଂବାଭ ଆସିବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୭ ।

ସିଂହ – ନିଜକୁ ଅସହାୟମନେ କରିପାରନ୍ତି ।ଭାଇମାନଙ୍କ ଉପରେ ସ୍ନେହ ଭାବରହିବ ।ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି ।ବଳିଷ୍ଠହେବେ ।ଶତ୍ରୁହନ୍ତା ହେବା ଆଶାକରାଯାଏ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୩ ।

କନ୍ୟା– ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ ।ଚଞ୍ଚଳ ପ୍ରକୃତି ରହେବେ । ଆକସ୍ମିକ ଧନଲାଭର ସୁଯୋଗ ଅଛି ।ଲଟେରି ଉଠାଣ ଫଳ ଆପଣଙ୍କସପକ୍ଷରେ ଯିବ ।ଶୁଭରଙ୍ଗ ପିଚ୍‌ ।ଶୁଭ ଅଙ୍କ ୯ ।

ତୁଳା–ଗୁରୁତ୍ୱପୂର୍ଣ୍ଣକାର୍ଯ୍ୟ ପାଇଁସମୟ ଉପଯୋଗୀହେବ । କଳହଠାରୁ ଦୂରେଇରହିବେ । ଉଦାରସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମକୁ ଜୀବନର ଦୀକ୍ଷା ଭାବେ ଗ୍ରହଣ କରିବେ । କୃଷିରୁ ଲାଭ ପାଇଁ ସନ୍ତୁଷ୍ଟହେବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୨ ।

ବିଛା–କର୍ମକ୍ଷେତ୍ରରେ ଆଗକୁ ବଢିଚାଲିବେ ।ଲାଗି ରହିଥିବା ବାଦ-ବିବାଦରେ ବିଜୟୀହେବେ । ମନ ପ୍ରସନ୍ନରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି ।ପ୍ରେମୀ ଓ ସାହସୀ ହୋଇପାରନ୍ତି । ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୭ ।

ଧନୁ – ଆଶାବାଦୀ ହେବେ ।ପରମ ଭାଗ୍ୟଶାଳୀ ଓ ସୁଖୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୨ ।

ମକର–ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।ରୋଜଗାର ପରିମାଣ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୬ ।

କୁମ୍ଭ -ସମ୍ମାନିତ ହେବେ, ମାତ୍ର ବ୍ୟୟ ବହୁଳ ହୋଇପାରେ । ଥଣ୍ଡାକଫ ଜନିତ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି ।ଏକାନ୍ତରେ ରହିଲେଖା ଲେଖିକରିବାକୁ ଇଚ୍ଛା ପ୍ରକାଶ କରି ପାରନ୍ତି ।ଶୁଭ ରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୩ ।

ମୀନ - ଆୟବୃଦ୍ଧିର ସୂଚନା ମିଳୁଛି ।ସୁସ୍ଥ ଓ ନିରାମୟ ରହିପାରନ୍ତି । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ଓ ସୁଖୀ ଏବଂ ଚଞ୍ଚଳ ପ୍ରକୃତିର ହେବେ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.