ଶୁକ୍ରବାର, ୧୬ ତାରିଖ ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କିଭଳି ରହିବ କାଲିର ଦିନ

Published By : Prameya-News7 Bureau | April 15, 2021 IST

ମେଷ– ଆଜି ଚନ୍ଦ୍ରଙ୍କ ଷଷ୍ଠସ୍ଥ ମଙ୍ଗଳ ହେତୁ ସ୍ୱାସ୍ଥ୍ୟ ମଧ୍ୟମ ପ୍ରକାରର ରହିବ । କିନ୍ତୁ ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇପଡିବ । ବିବାଦୀୟ ପରିସ୍ଥିତି କିମ୍ବା ଭିନ୍ନ ରୂପ ନେଇପାରେ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
• ଗୃହିଣୀ- ମିତ୍ରସୁଖ ପାଇବେ ।
• ବ୍ୟବସାୟୀ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଚାଷୀ- ଜଳସଞ୍ଚୟ କରନ୍ତୁ ।

ବୃଷ–ବିଳାସକାରକ ଶୁକ୍ର ଉଚ୍ଚସ୍ଥ ଯୋଗୁ ଖୁସି ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ କିନ୍ତୁ ଅଷ୍ଟମଚନ୍ଦ୍ର କୌଣସି ଅନର୍ଥର କାରଣ ପାଲଟି ଯାଇପାରେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୬ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
• ରୋଗୀ- ବ୍ୟାୟାମ୍ ‌କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
• କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
• ବ୍ୟବସାୟୀ- ଅର୍ଥ ଲାଭହେବ ।
• ଗୃହିଣୀ- ସୁଖୀ ହେବେ ।

ମିଥୁନ - ଧନାଧିପ ରାଶିକୁ ଦେଖୁଥିବାରୁ ଅର୍ଥଲାଭ ସହିତ ବନ୍ଧୁମିଳନରୁ ଖୁସୀ ହେବେ ।ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି- ଜଳଯାତ୍ରା ମନା ।
• ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
• ରୋଗୀ- ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

କର୍କଟ–ସାମାନ୍ୟ ଅସୁବିଧା ହେଲେ ମଧ୍ୟ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୨ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ – ଅଷ୍ଟମସ୍ଥରବିଙ୍କ ଯୋଗୁ ଆଜି ସତର୍କରେ ନ ଚଳିଲେ ଅର୍ଥ ହାନି ସଙ୍ଗକୁ କଳହ ଘଟିପାରେ ।କିନ୍ତୁ କର୍ମ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭକରିବେ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।
• ଗୃହିଣୀ-ସୁଖଭାରା ଦିନଟି ।
• ବ୍ୟବସାୟୀ- ସ୍ୱାଭିମାନୀହେବେ ।
• କର୍ମଜୀବି- କାର୍ଯ୍ୟରେଶିଥିଳତା ଆସିବ ।
• ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାରକରିବେ ।
• ରୋଗୀ- ଚକ୍ଷୁ ପୀଡାହେବ ।
• ଚାଷୀ- ଜଳସଞ୍ଚୟକରନ୍ତୁ ।

କନ୍ୟା–କଥା କଥାକେ ସାହାର୍ଯ୍ୟର ପ୍ରତିଶ୍ରୁତି ଦେଉଥିବା ଲୋକଟି ଠିକଣା ସମୟରେ ସାମ୍‌ନାକୁ ଆସିବ ନାହିଁ । ବୁଧଙ୍କ ଦୁର୍ବଳତା ଆତ୍ମୀୟ ସ୍ୱଜନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଚିନ୍ତା ବଢିପାରେ ।ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ଉତ୍ତମ ଫଳ ପାଇବେ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ଅର୍ଥ ହାନୀହେବ ।
• ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

ତୁଳା–ବିଭିନ୍ନଯୋଜନାହାତକୁନେବେକିନ୍ତୁଶନିଙ୍କ ପ୍ରଭାବଆର୍ଥିକସ୍ଥିତିକୁବିଗାଡୁଥିବାରୁବୟସ୍ତହୋଇପାରନ୍ତି ।ବ୍ୟବସାୟରେଉନ୍ନତିଏବଂ ନିର୍ମାଣକାର୍ଯ୍ୟ ଅଟକିବ ନାହିଁ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୧ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ- ବିଜୟୀହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• ରୋଗୀ- ସୁସ୍ଥ ଅନୁଭବକରିବେ ।
• ଚାଷୀ- ସାଙ୍ଗରେ ପାଣିନେଇବାହାରନ୍ତୁ ।

ବିଛା–ଆଜି ପାପ ଗ୍ରହ ମଧ୍ୟସ୍ଥଚନ୍ଦ୍ରଙ୍କ ଯୋଗୁ ବିଚଳିତ ବୋଧ କରିବେ । ପୁତ୍ରକନ୍ୟାଙ୍କ ବୈବାହିକ କର୍ମ ସକାଶେ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ରହିଛି । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ପରକୁ ଆପଣାର କରିବେ ।

ଧନୁ – ଆଜି ପାରିପାଶ୍ୱିର୍କ ପରିସ୍ଥିତି ପ୍ରତି କାମ କଲେ ନିଶ୍ଚିତ ଉପକୃତ ହେବେ । ଉପଯୁକ୍ତ ପରାମର୍ଶ ଏବଂ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୬ ।
• ଗୃହିଣୀ- ମିତ୍ରସୁଖ ପାଇବେ ।
• ବ୍ୟବସାୟୀ- ଚୌରଭୟ ଅଛି ।
• କର୍ମଜୀବି- କର୍ମଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• ରୋଗୀ- ଆର‌୍ୟୁର ବେଦୀ ଚିକିତ୍ସାଲାଭ ଦେବ ।
• ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)

ମକର– ପାପଗ୍ରହ ଯୁକ୍ତ ଚତୁର୍ଥାଧିପ ହେତୁ ଜଣାଶୁଣା କେହି ବ୍ୟକ୍ତି କାମ ହାସଲରେ ବିଘ୍ନ ଘଟାଇବେ । ତଥାପି ଆପଣ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରି କାର୍ଯ୍ୟଟିକୁ ସମ୍ପନ୍ନ କରିବେ । ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୪ ।
• ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଅର୍ଥ ହାନୀହେବ ।
• ଗୃହିଣୀ- ନୂଆ ବସ୍ତ୍ରଲାଭ ହେବ ।

କୁମ୍ଭ -କେତୁଙ୍କ କୁପ୍ରଭାବରୁ ହାତକୁ ନେଇଥିବା କାମ ଗୁଡିକସହଜରେ ସମ୍ପନ୍ନ ନ ହୋଇପାରେ । ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ । ମିଥ୍ୟା ଅଭିଯେ୍ଧଜ୍ଞ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୨ ।
• ଗୃହିଣୀ- ଧର୍ଯ୍ୟବାନ୍ ‌ହେବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- କର୍ମ ଚଞ୍ଚଳ ରହିବେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
• ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

ମୀନ - ରେବତୀ ନକ୍ଷତ୍ର ପାରିବାରିକ ସ୍ଥିରତା ରକ୍ଷାରେ ଅସମର୍ଥ ହେବେ । ବିବାଦୀୟ ପରିସ୍ଥିତିରେ ଲଢେଇ କଲେ ବାଦି ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବେ । ନୂତନ ସ୍ଥାବ ପରିଦର୍ଶନ ସଙ୍ଗକୁବନ୍ଧୁ ଦର୍ଶନର ସୁଯୋଗ ପାଇବେ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।
• ଚାଷୀ-ଜଳସଞ୍ଚୟ କରନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-ଅର୍ଥ ହାନୀ ହେବ ।
• ବ୍ୟବସାୟୀ- ସଫଳତା ମିଳିବ ।
• ଗୃହିଣୀ- ସୁଖ ଅନୁଭବ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.