ହାଓ୍ବାଲା ମାମଲାରେ ବଢିପାରେ କମଳନାଥ-ଦିଗବିଜୟଙ୍କ ଅଡୁଆ, EOWକୁ ତଦନ୍ତ ଭାର ହସ୍ତାନ୍ତର କଲା ଆୟକର ବିଭାଗ

Published By : Prameya-News7 Bureau | January 01, 2021 IST

ଭୋପାଳ ୦୧/୦୧ : ନୂଆ ବର୍ଷରେ କଂଗ୍ରେସର କିଛି ବରିଷ୍ଠ ନେତାମାନଙ୍କର ଅଡୁଆ ବଢିପାରେ । ମଧ୍ୟ ପ୍ରଦେଶ ସରକାର ଆୟକର ବିଭାଗ ଦ୍ବାରା ହେଉଥିବା ହଓ୍ବାଲା ରାକେଟ୍‌ର ଯାଞ୍ଚକୁ ଏବେ ଆର୍ଥିକ ଅପରାଧ ଶାଖାକୁ ପ୍ରଦାନ କରିଛି । ଏବେ ଆର୍ଥିକ ଅପରାଧ ଶାଖା ଏହାର ତଦନ୍ତ ଭାର ସମ୍ଭାଳିବ । କମଳନାଥ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ରାକେଟ୍‌ର ପର୍ଦ୍ଦାଫାସ କରାଯାଇଥିଲା ।

ଏହି ଯାଞ୍ଚ ପ୍ରକ୍ରିୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ, ଦିଗବିଜୟ ସିଂହ, କିଛି ପୋଲିସ ଅଧିକାରୀ କଂଗ୍ରେସରୁ ଯାଇ ବିଜେପିରେ ସାମିଲ ହୋଇଥିବା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ସ୍କାନର ରହିଛନ୍ତି । ନିର୍ବାଚନ ଅଧିକରୀ ରାଜ୍ୟ ସରକାରଙ୍କୁ କହିଥିଲେ ଯେ, ଏହି ମାମଲାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମକୁ ଦାୟିତ୍ବ​‌ ଦେବାକୁ କହିଥଲେ । ପ୍ରାଥମିକ ତଦନ୍ତ କରି କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେଇଥିଲା ପ୍ରତ୍ୟକ୍ଷ କର ବୋର୍ଡ । ୨୦୨୦ ଆରମ୍ଭରୁ ଆୟକର ବିଭାଗ ମଧ୍ୟ ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ କିଛି ଖାସ ଲୋକଙ୍କ ଘରେ ଚଢଉ କରିଥିଲା ।

ନିର୍ବାଚନ ଆୟୋଗଙ୍କ ଦ୍ବାରା ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ୩ ବରିଷ୍ଠ ଆଇପିଏସ ଅଧିକାରୀ, ଜଣେ ପୋଲିସ ଅଧିକାରୀ, କମଳନାଥଙ୍କର କିଛି ପାଖ ଲୋକ, କିଛି ବିଧାୟକ ଏବଂ ମନ୍ତ୍ରୀଙ୍କର ନାଁ ମଧ୍ୟ ସାମିଲ ଅଛି । ରାଜ୍ୟ ସରକାରଙ୍କର ଆର୍ଥିକ ଅପରାଧ ଶାଖା ଏହି ମାମଲାରେ ପ୍ରାଥମିକ ରିପୋର୍ଟ ଦାଖଲ କରିଛି । ତେବେ ଘଟଣାର ତଦନ୍ତ ଏବେ ଜାରି ରହିଛି । ତଦନ୍ତ ପ୍ରକ୍ରିୟା ଶେଷ ହେବାପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.