Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଲୋକସଭାରେ ଆଗତ ହେଲା ଟ୍ରିପଲ ତଲାକ୍ ବିଲ୍, କଂଗ୍ରେସର ବିରୋଧ

21/06/2019 at 2:21 PM

ନୂଆଦିଲ୍ଲୀ ୨୧|୬: ଲୋକସଭାରେ ଆଗତ ହୋଇଛି ଟ୍ରିପଲ ତଲାକ ବିଲ୍ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପନ କରିଛନ୍ତି । ଏହି ବିବାଦୀୟ ବିଲ୍ ନେଇ ଲୋକସଭାରେ ପ୍ରବଳ ହଙ୍ଗାମା ହୋଇଛି । ଟ୍ରିପଲ ତଲାକ ବିଲ୍ କୁ କଂଗ୍ରେସ ସହ ଏଆଇଏମଆଇଏମ ପ୍ରବଳ ବିରୋଧ କରିଛନ୍ତି ।

ଏହି ଅବସରରେ ରବିଶଙ୍କର କହିଛନ୍ତି ଯେ ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି | ରବିଶଙ୍କର କହିଛନ୍ତି ଯେ ଲୋକ ଆମକୁ ଆଇନ ଗଠନ ପାଇଁ ଚୟନ କରିଛନ୍ତି ଆଇନ କରିବା ଆମର କାମ | ଏହି ଆଇନ ତିନ୍ ତଲାକରେ ପୀଡିତ ମହିଳାଙ୍କୁ ନ୍ୟାୟ ଦେବାରେ ସହାୟକ ହେବ |

ତେବେ ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି | ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ବିଲରେ କୁହାଯାଇଥିବା କଥା ସମ୍ବିଧାନ ବିରୋଧୀ | ଏହାକୁ ତେଣୁ ବିରୋଧ କରାଯିବ | ଏଠାରେ ସୂଚନା ଥାଉ କି ପୂର୍ବରୁ ଜେଡିୟୁ ମଧ୍ୟ ଏହି ବିଲକୁ ବିରୋଧ କରିବ ବୋଲି କହିଥିଲା |

   Related Posts