ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା ସାନି ବିଜ୍ଞପ୍ତି, ମେ ୧୩ରେ ମତଦାନ

Published By : Prameya-News7 Bureau | April 19, 2021 IST

ଭୁବନେଶ୍ୱର ୧୯।୦୪: ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି । ମେ ୧୩ରେ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ ଏପ୍ରିଲ ୨୬ ତାରିଖରେ  ନାମାଙ୍କନ ଦାଖଲର ଶେଷ ତାରିଖ। ଏପ୍ରିଲ ୨୭ରେ ନାମାଙ୍କନ ଯାଞ୍ଚ୍ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ହୋଇଥିବାରୁ କେବଳ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ହେବ।

{"id":440644,"sizeSlug":"large","linkDestination":"none"}
{"id":440646,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ଉପନିର୍ବାଚନ ସ୍ଥଗିତ ରହିଥିଲା । ଏହାପରେ ଆଜି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,  ମେ’ ୧୩ ତାରିଖରେ ନିର୍ବାଚନ ହେବ । ଏହାପରେ ୧୬ ତାରିଖରେ ହେବ ଭୋଟ୍‌ ଗଣତି । ତେବେ ଅଜିତ୍‌ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା  ଜୋର ଧରିଛି ।  ତେବେ ପ୍ରାର୍ଥୀ ନେଇ ଦଳ ପକ୍ଷରୁ କିଛି ବିଧିବଦ୍ଧ ଘୋଷଣା ହୋଇନଥିଲେବି ଜଟଣୀ ବିଧାୟକ ସୁରେଶ ରାଉତରାୟ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ଖୋଲାଖୋଲି ଭାବେ ତାଙ୍କୁ ପ୍ରାର୍ଥୀ କଲେ ଦଳ ଭଲ ଉଚିତ୍‌ ହେବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.