Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଅର୍ଣ୍ଣବଙ୍କ ବିରୋଧରେ ରୁଜୁ ହେଲା ନୂଆ ମୋକଦ୍ଦମା, ଗିରଫ ବେଳେ ପୋଲିସ ଅଧିକାରୀଙ୍କୁ ଅଟକାଇବାକୁ କରିଥିଲେ ଉଦ୍ୟମ

4/11/2020 at 8:39 PM

ମୁମ୍ବାଇ ୪/୧୧: ରିପବ୍ଲିକ୍‌ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ନାଁରେ ରୁଜୁ ହେଲା ପୁଣି ଏକ ନୂଆ ମାମଲା। ଆଜି ସକାଳେ ତାଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କୁ ଅଟକାଇବା ଅଭିଯୋଗରେ  ଅର୍ଣ୍ଣବଙ୍କ ନାଁରେ ପୁଣି ଗୋଟିଏ ମାମଲା ବୁଧବାର ସନ୍ଧ୍ୟାରେ ରୁଜୁ ହୋଇଥିବା ଜଣାପଡ଼ିଛି। ଭାରତୀୟ ପେନାଲ କୋଡ୍‌ ଧାରା ୩୫୩, ୫୦୪, ୫୦୬ ଓ ୩୪ ଅଧିନରେ ଅର୍ଣ୍ଣବଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।

ଜଣେ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର ଅନ୍ବୟ ଏବଂ ତାଙ୍କ ମାଆଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ମାମଲାରେ ଆଜି ସକାଳେ ମୁମ୍ବାଇ ପୋଲିସ୍ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଥିଲା । ପୋଲିସ୍ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଉଠାଇ ନେଇଥିଲା । ଗୋସ୍ବାମୀ ପୋଲିସ୍ ବିରୋଧରେ ନିଜ ସହ ମାଡ଼ପିଟ କରିବା ଅଭିଯୋଗ କରିଥିଲେ । ରିପବ୍ଲିକ ଟିଭି ଅର୍ଣ୍ଣବଙ୍କ ଘରେ ଲାଇଭ ଫୁଟେଜ ମଧ୍ୟ ଦେଖାଇଥିଲା ଯେଉଁଥିରେ ପୋଲିସ୍ ଏବଂ ଅର୍ଣ୍ଣବଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଥିଲା ।

ଗୋସ୍ବାମୀଙ୍କୁ ଗିରଫ କରିବା ପରେ ପୋଲିସ ମୁମ୍ବାଇର ଏକ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠାରେ ଅର୍ଣ୍ଣବଙ୍କ ଓକିଲ ତାଙ୍କ ମହକିଲଙ୍କୁ ପୋଲିସ ଗିରଫ କରିବାକୁ ଯିବା ବେଳେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଏହାସହ ଅର୍ଣ୍ଣବଙ୍କ ପରିବାର ଲୋକଙ୍କୁ ଠେଲା ପେଲା କରିବା ସହ ତାଙ୍କ ବାସଭବନକୁ ପ୍ରାୟ ୩ ଘଣ୍ଟା ପୋଲିସ ଘେରି ରହିଥିଲା ବୋଲି ସାମ୍ବାଦିକଙ୍କ ଓକିଲ କୋର୍ଟରେ କହିଥିଲେ।

ତେବେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିବାକୁ ନେଇ ବହୁ ନେତା ନିନ୍ଦା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ରାଜନେତା ମଧ୍ୟ ଅର୍ଣ୍ଣବଙ୍କ ଗିରଫଦାରୀକୁ  ଘୋର ନିନ୍ଦ କରିଛନ୍ତି।

   Related Posts