Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ ! ନଭେମ୍ବର ୩୦ରୁ ଓଡ଼ିଶାରେ ବର୍ଷାନେଇ ସତର୍କ କଲେ IMD

26/11/2020 at 6:26 PM

ନୂଆଦିଲ୍ଲୀ ୨୬।୧୧:  ଘୂର୍ଣ୍ଣିବାତ୍ୟା ‘ନିଭାର’ ଗୁରୁବାର ପ୍ରତ୍ୟୁଷରେ ଭୂ-ଭାଗକୁ ପ୍ରବେଶ ପରେ କ୍ରମଶଃ ଦୁର୍ବଳ ହୋଇଯାଇଛି। ତେବେ କେନ୍ଦ୍ରୀୟ ବଙ୍ଗୋପସାଗରର ଯେଉଁ ସ୍ଥାନରେ ନିଭାର ସୃଷ୍ଟି ହୋଇଥିଲା ଠିକ୍‌ ସେହି ସ୍ଥାନରେ ପୁଣି ଏକ ଲଘୁଚାପ କେନ୍ଦ୍ରିଭୂତ ହେଉଥିବା ଭାରତୀୟ ପାଣିପାଗ ବିଭାଗ ସୂଚିତ କରିଛନ୍ତି। ଲଘୁଚାପ ଘନିଭୂତ ହେଲେ ଓଡିଶା ଉପରେ ଏହାର ପ୍ରଭାବ ପଡିବା ସହ ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖ ଦୁଇ ଦିନ ବର୍ଷାହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।

ନିଭାର କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣରେ ସୃଷ୍ଟି ହୋଇଥିଲା। ସେହି ସ୍ଥାନରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ନଭେମ୍ବର ୨୯ ତାରିଖ ବେଳକୁ ଏହାର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଇଏମଡି କହିଛନ୍ତି। ଏଥିଲାଗି ଓଡିଶାରେ ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି।

ଭାରତ ମହାସାଗର ଉତ୍ତରରେ ଚଳିତବର୍ଷ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ମଧ୍ୟରେ ନିଭାର ଥିଲା ଚତୁର୍ଥ। ଏହା ପୂର୍ବରୁ ଏଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗତି’ ସୋମାଲିଆରେ ଲ୍ୟାଣ୍ଡ ଫଲ କରିଥିବା ବେଳେ ‘ନିଶାଗ୍ର’ ମହାରାଷ୍ଟ୍ରରେ ଭୂ-ଭାଗକୁ ପ୍ରବେଶ କରିଥିଲା। ସେହିପରି ଏଠାରେ ସୃଷ୍ଟି ହୋଇଥିବା ଅମ୍ଫାନ ପଶ୍ଚିମବଙ୍ଗ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିଲା। ତେବେ ପୁଣି ସେହି ସ୍ଥାନରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କେଉଁ ରୂପ ନେବ ତାହା ନଭେମ୍ବର ୨୯ ବେଳକୁ ସ୍ପଷ୍ଟ ହୋଇଯାଇଥିବ ବୋଲି ପାଣିପାଗ ବିଭାଗ କହିଛନ୍ତି।

ଚଳିତବର୍ଷ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ବାତ୍ୟା ନାମକରଣରୁ ଆଉ ୪ଟି ନାମ ରହିଛି। ଏଥିରୁ ସଦସ୍ୟ ଦେଶ ମାଲଦ୍ୱୀପ ଦ୍ୱାରା ବୁରେଭି, ମ୍ୟାଁମାରର ‘ତୌକତୈ’, ଓମାନର ‘ୟାସ୍’ଓ ପାକିସ୍ତାନର ‘ଗୁଲାବ’ ନାମ ବଳକା ଅଛି। ଯଦି ନୂଆକରି ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ସାମୁଦ୍ରିକ ବାତ୍ୟାର ରୂପ ନିଏ ହୁଏତ ତାକୁ ମାଲଦ୍ୱୀପ ଦ୍ୱାରା ନାମିତ ‘ବୁରେଭି’ ନାମରେ ନାମକରଣ କରାଯାଇପାରେ।

   Related Posts