ଶୀତଦିନେ ଅଧିକ ଥର ପରିସ୍ରା ମାଡ଼ୁଛି କି? ତେବେ ଦେଇଥାଏ ଭୟଙ୍କର ରୋଗର ସଙ୍କେତ

Published By : Prameya-News7 Bureau | December 12, 2019 IST

ଶୀତଦିନେ ଅନେକ ଲୋକ ବାରମ୍ବାର ସିଟରୁ ଉଠି ଟୟେଲେଟ୍ ଆଡ଼କୁ ଦୌଡ଼ିଥାଆନ୍ତି। ଅଫିସରେ ହେଉ କିମ୍ବା କଲେଜରେ ଏପରି ବ୍ୟକ୍ତିଙ୍କୁ ଅଧିକାଂଶ ସମୟରେ ପରିହାସ କରାଯାଇଥାଏ। ବୋଧହୁଏ ଏହି ଗମ୍ଭୀର ବିଷୟରେ ଲୋକେ ଅଜଣା। ଡାକ୍ତରମାନେ ଚେତାବନୀ ଜାରି କରି କହିଛନ୍ତି ଯେ ଶୀତଦିନେ ବାରମ୍ବାର ପରିସ୍ରା ଲାଗିବା ଏକ ଭୟଙ୍କର ସମସ୍ୟାର ସଙ୍କେତ।

{"id":196635,"sizeSlug":"large"}

ଡାକ୍ତରଙ୍କ ଭାଷାରେ ଏହି ରୋଗକୁ କୋଲ୍ଡ ଡାୟରେସିସ୍ କୁହାଯାଏ। ଏହି ରୋଗ କେତେକ ପରିସ୍ଥିତିରେ ଘାତକ ମଧ୍ୟ ହୋଇପାରେ।

{"id":196637,"width":587,"height":369,"sizeSlug":"large"}

ଡାୟରେସିସ ଯୋଗୁଁ ବାରମ୍ବାର ପରିସ୍ରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏହା ଯୋଗୁଁ ଆପଣ ଦିନକୁ ଦିନ କେତେ ରୋଗଗ୍ରସ୍ତ ହେଉଛନ୍ତି ଏହା ଆପଣ ଜାଣିପାରିବେ ନାହିଁ।

{"id":196638,"width":580,"height":377,"sizeSlug":"large"}

ଡାୟରେସିସ ହୋଇଥବା ସମୟରେ ମନୁଷ୍ୟ ଶରୀରରୁ ନା କେବଳ ପାଣି ବାହାରିଥାଏ, ବରଂ ଏହା ଶରୀରରେ ଥିବା ଲୁଣ ଏବଂ ମିନେରାଲ ବାଲାନ୍ସକୁ ମଧ୍ୟ କମ୍ କରିଥାଏ। ଯାହା ଶରୀର ପାଇଁ ହାନିକାରକ ହୋଇଥାଏ।

{"id":196639,"sizeSlug":"large"}

ପରିସ୍ରା ଜରିଆରେ ଶରୀରରୁ ସୋଡିୟମ୍ ଏବଂ ପୋଟାସିୟମ୍ ନିର୍ଗ ହୋଇଥାଏ। ଶରୀରରୁ ଅତ୍ୟଧିକ ସୋଡିୟମ ଏବଂ ପୋଟାସିମୟ ନିର୍ଗତ ହେବା ଦ୍ବାରା ଆପଣ ହାଇପେନୋଟ୍ରୋମିଆର ଶିକାର ହୋଇପାରନ୍ତି।

{"id":196640,"width":584,"height":392,"sizeSlug":"large"}

ଶରୀରର ତାପମାତ୍ରା ବଢ଼ିଗଲେ ଏହି ଡାୟରେସିସ ଅଧିକ ବଢ଼ିଯାଇଥାଏ। ଏଥିପାଇଁ ଏଅବସ୍ଥାରେ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ।

{"id":196641,"width":583,"height":380,"sizeSlug":"large"}

ଶୀତଦିନେ ଡାୟରେସିସରୁ ମୁକ୍ତି ପାଇବା ପାଇଁ ଶରୀରକୁ ଆର୍ଦ୍ର ରଖିବା ନିହାତି ଜରୁରୀ। ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ। ଅଧିକାଂଶ ସମୟରେ ପାନୀୟ ପିଇବା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

{"id":196642,"width":579,"height":359,"sizeSlug":"large"}

୩୦ବର୍ଷ ବୟସ ପରେ ଲୋକଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ବୟସାଧିକ୍ୟ ହେଲେ ଲୋକେ ରାତି ଅଧରେ ପରିସ୍ରା କରିବାକୁ ଉଠିଥାଆନ୍ତି।

{"id":196643,"width":584,"height":347,"sizeSlug":"large"}

କେବଳ ଏତିକି ନୁହେଁ, ୬୫ବର୍ଷ ବୟସ ପରେ ପ୍ରତି ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ରାତ୍ରିରେ ପରିସ୍ରା ଯିବା ପାଇଁ ରାତିରେ ନିଦ ଭାଙ୍ଗିବାକୁ ପଡ଼ିଥାଏ। ରାତି ଅଧରେ ପରିସ୍ରା ମାଡ଼ିବାକୁ ଡାକ୍ତରଙ୍କ ଭାଷାରେ ନୋକ୍ଟୁରିଆ କୁହାଯାଇଥାଏ।

{"id":196644,"width":587,"height":404,"sizeSlug":"large"}

ଏହା ୨ଟି କାରଣ ପାଇଁ ହୋଇଥାଏ। ପ୍ରଥମ , ଶୋଇବା ପୂର୍ବରୁ ଶରୀରରେ ପାଣିର ମାତ୍ରା ଅଧିକ ହେବା। ଦ୍ବିତୀୟ ହେଉଛି, ବ୍ୟକ୍ତିଙ୍କୁ ଟାଇପ-୨ ଡାଇବେଟିସ୍ ହେବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.