କାର୍ରୁ ଟାଣିନେଇ ପିଲାଙ୍କ ସାମ୍ନାରେ ବିଦେଶୀନୀଙ୍କୁ ଗଣଦୁଷ୍କର୍ମ, ପୋଲିସ କହୁଛି ପୀଡ଼ିତାଙ୍କର ଭୁଲ୍
12/09/2020 at 5:02 PM

ଲାହୋର ୧୨/୦୯: ପାକିସ୍ତାନରେ ଦିନକୁ ଦିନ ବଢ଼ୁଛି ଅପରାଧ। ପାକିସ୍ତାନରେ ଜଣେ ବିଦେଶୀନୀଙ୍କୁ କାରରୁ ଟାଣିନେଇ ଛୋଟପିଲାଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିବା ଘଟଣା ଏବେ ଚହଳ ପକାଇଛି। ସେପେଟେ ଏହି ଘଟଣା ପାଇଁ ତଦନ୍ତକାରୀ ଅଧିକାରୀ ବିଦେଶୀ ମହିଳାଙ୍କୁ ଦାୟୀ କରିଛନ୍ତି । ଏହାପରେ ଆମେରିକାରେ ବିଦ୍ରୋହର ସ୍ବର ଶାଣିତ ହୋଇଛି। ବିଶେଷ କରି ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ଇମ୍ରାନ ସରକାରଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ କରିବା ସହ ‘ଆମକୁ ସ୍ବାଧୀନତା ଦରକାର’ ବୋଲି ନାରା ଦେଉଥିବା ଦେଖିବାକୁ ମିଳିଛି।
ତେବେ ମହିଳାମାନଙ୍କ ଜୋରଦାର ପ୍ରଦର୍ଶନ ପେର ଚାପରେ ପଡ଼ି ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ଘଟଣାଟି ଲାହୋରର ପାଖ ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି। ମିଳିଥିବା ରିପୋର୍ଟ ଅନୁସାରେ ଜଣେ ଫ୍ରାନ୍ସର ମହିଳା ନିଜର ଦୁଇ ପିଲାଙ୍କୁ ନେଇ ଗୁରୁବାର ଦିନ ଲାହୋରର ଗୁଜରାଂବାଲା ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କ କାର ଖରାପ ହୋଇଯାଇଥିଲା । ଅନ୍ଧାର ରାତିରେ କିଛି ଉପାୟ ନପାଇ ସାହାଯ୍ୟ ପାଇଁ ଅପେକ୍ଷା କରିଥିଲେ ମହିଳା ।
ଥାନରେ ମହିଳା କରିଥିବା ଅଭିଯୋଗ କ୍ରମେ, ସେତେବେଳେ କିଛି ଲୋକ ଆସି କାରର କାଚ ଭାଙ୍ଗିବା ସହ ତାଙ୍କୁ ବାହାରକୁ ନେଇଯାଇଥିଲେ। ନିଜ ପିଲାଙ୍କ ସାମ୍ନାରେ ଏକ କ୍ଷେତରେ ତାଙ୍କ ସହ ସେମାନେ ଦୁଷ୍କର୍ମ କରିଥଲେ । ଦୁଷ୍କର୍ମକାରୀ ମହିଳାଙ୍କ ଗହଣା ଓ ୩ଟି ଏଟିଏମ୍ କାର୍ଡ ମଧ୍ୟ ନେଇଯାଇଥିବା ମହିଳା ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏହି ମାମଲାରେ ପୋଲିସ ଗିରଫ କରିଥିବା ୧୫ ଜଣଙ୍କର ସେହି ଘଟଣା ସହ ସମ୍ପୃକ୍ତି ନଥିବା ଏକ ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ସୂଚନା ମିଳିଛି।