ଋଷିକେଶରେ ଫରାସୀ ଯୁବତୀ ଗିରଫ, ଲକ୍ଷ୍ମଣ ଝୁଲାରେ କରିଥିଲେ ଅଶ୍ଲୀଳ ଭିଡିଓ ଏବଂ ଫଟୋସୁଟ୍

Published By : Prameya-News7 Bureau | August 29, 2020 IST

ଡେରାଡୁନ ୨୯।୮: ଉତ୍ତରାଖଣ୍ଡ ଋଷିକେଶରେ ଅଶ୍ଳିଳ ଫଟୋ ଓ ଭିଡିଓ ସୁଟିଂ ମାମଲାରେ ମୁନିକୋରେତି ଥାନା ପୋଲିସ ଜନୈକା ଫରାସୀ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଯୁବତୀଙ୍କ ନାମ ମେରି ହେଲେନ ଓ ତାଙ୍କ ବୟସ ୨୭ ବର୍ଷ ବୋଲି ପୋଲିସ କହିଛି। ଯୁବତୀଙ୍କ କାର୍ଯ୍ୟକଳାପ ନେଇ ଫ୍ରାନ୍ସ ଦୂତାବାସଙ୍କୁ ପୋଲିସ ସୂଚିତ କରିଥିବା କହିଛି।

{"id":322202,"width":576,"height":769,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ଯୁବତୀ ଗତ ମାର୍ଚ୍ଚ ମାସରୁ ମୁନିକୋରେତି ଥାନା ଅଞ୍ଚଳର ଅପର ତପୋବନରେ ଥିବା ଏକ ହୋଟେଲରେ ରହି ଆସୁଥିଲେ। ତେବେ ସେ ଲକ୍ଷ୍ମଣ ଝୋଲା ପୋଲ ଉପରେ ନ୍ୟୁଡ ଭିଡିଓ ସୁଟ୍ କରୁଥିବା ନେଇ ମୁନିକୋରେତି ନଗର ପାଳିକା କର୍ପୋରେଟର ଗଜେନ୍ଦ୍ର ସଜୱାଣ ଅଗଷ୍ଟ ୨୫ ତାରିଖ ଦିନ ନିକଟସ୍ଥ ଥାନାରେ ଲିଖିତ ଏତଲା ଦେଇଥିଲେ।

{"id":322206,"sizeSlug":"large"}

ପୋଲିସ ତଦନ୍ତ ବେଳେ ସେ ଲକ୍ଷ୍ମଣ ଝୋଲା ସମେତ ରହୁଥିବା ହୋଟେଲର ରୁମ ଓ ଗ୍ୟାଲେରୀରେ ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟ୍ କରିଥିବାର ଜଣାପଡିଥିଲା। ଏ ସବୁକୁ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ  ଅନଲାଇନ୍‌ରେ ମାଳି ବିକ୍ରି କାର୍ଯ୍ୟକ୍ରମକୁ ପ୍ରମୋଟ କରିବା ଲାଗି ସେ ଏଭଳି ଫଟୋସୁଟ୍ କରାଇଥିବା ଯୁବତୀ ସଫେଇ ଦେଇଛନ୍ତି ଓ ଭାରତରେ ଏଭଳି ଫିଲ୍ମ ଏବଂ ଫଟୋ ସୁଟ୍ ମନା ବୋଲି ସେ ଜାଣି ନଥିବା କହିଛନ୍ତି।

{"id":322208,"width":576,"height":438,"sizeSlug":"large"}

ତେବେ ଏଭଳି ଫଟୋସୁଟ୍‌ ଲାଗି ସେ ପେଷାଦାର ଫଟୋଗ୍ରାଫରଙ୍କୁ ଟଙ୍କା ଦେଇ ବିଜ୍ଞାପନ ଭିଡିଓ ଏବଂ ଫଟୋ ସୁଟିଂ କରାଇଥିବା ଜଣାପଡିଛି। ପୋଲିସ ଏତଲାରେ ମହିଳାଙ୍କୁ ଏପରି କାର୍ଯ୍ୟରେ ସହାୟତା ଲାଗି କର୍ପୋରେଟର ହୋଟେଲ ପରିଚାଳନା କର୍ତ୍ତୃପକ୍ଷଙ୍କ ସମେତ ଫଟୋ ଗ୍ରାଫରଙ୍କୁ ମଧ୍ୟ ଦାୟି କରିଛନ୍ତି।

{"id":322210,"sizeSlug":"large"}

ଗଙ୍ଗା ନଦୀ ଉପରେ ନିର୍ମିତ ଲୋକପ୍ରିୟ ଲକ୍ଷ୍ଣ ଝୋଲାକୁ ହିନ୍ଦୁ ଧର୍ମରେ ବେଶ ଗୁରୁତ୍ୱ ଦିଆଯାଏ। ଏହା ଛଡା ତପୋବନ କ୍ଷେତ୍ରରେ ଏଭଳି କାର୍ଯ୍ୟକୁ ଅକ୍ଷମଣୀୟ ଅପରାଧ ବୁଝା ଯାଏ। ଏଣୁ ପୋଲିସ ମାମଲାରେ ଏବେ ଫଟୋ ଗ୍ରାଫରର ତଲାସ ଜାରି ରଖିଥିବା ବେଳେ ଫ୍ରାନସ ଦୂତାବାସଙ୍କୁ ସୂଚିତ କରିଥିବା ଆଇଆଇସି ଆର.କେ. ସକଲାନୀ କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.