Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନାକୁ ସାମୟିକ ପାଇଁ ପ୍ରତିହତ କରିବାକୁ ସମର୍ଥ ହେବ ଫ୍ରେଞ୍ଚ୍‌ ଭ୍ୟାକ୍‌ସିନ୍‌ !

29/04/2021 at 10:49 PM

ବ୍ଲୁମ୍‌ବର୍ଗ, ୨୯/୦୪: ଗତବର୍ଷ ଠାରୁ କରୋନା ଏପରି ସ୍ଥିତି ଉପୁଯାଇଛି ଯେ, ସାରା ବିଶ୍ୱର ନିଦ ହଜି ଯାଇଛି । କୋଭିଡ୍‌ ୧୯ ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ଏହି ଯୁଦ୍ଧରେ କେଉଁ ଦେଶ ବଳି ପଡ଼ୁଛି ତ ଆଉ କେଉଁ ଦେଶ ଆର୍ଥିକ ଦୁର୍ବଳ ହୋଇପଡ଼ୁଛି । ଦିନ ରାତି ପରିଶ୍ରମ କରି ବୈଜ୍ଞାନିକ ଏବଂ ଡାକ୍ତରମାନେ ଲୋକଙ୍କୁ ସେବା କରିବା ସହିତ ଏହି ମହାମାରୀରୁ କିପରି ରକ୍ଷା ପାଇବା ସେ ନେଇ ତତ୍ପର ହୋଇପଡ଼ିଛନ୍ତି ।

ଏହାରି ଭିତରେ କିଛି ଦେଶ ଭ୍ୟାକସିନ୍‌ ବାହାର କରିଥିବା ବେଳେ ଅନ୍ୟ କିଛି ଦେଶ ଏଥିପ୍ରତି ଲାଗିରହିଛନ୍ତି । ଯେଉଁ ଭ୍ୟାକ୍‌ସିନ୍‌ଗୁଡ଼ିକ ବାହାରି ସାରିଲାଣି ତାହା ମଧ୍ୟ କେତେଦୂର ଫଳପ୍ରଦ ସେ ନେଇ କୌଣସି ନିଶ୍ଚିତତା ପ୍ରକାଶ ପାଇନି । ଏହାରି ମଧ୍ୟରେ ଫ୍ରେଞ୍ଚ୍‌ ବାୟୋଟେକ୍‌ କୋରନାକୁ ଦୂର ସାମୟିକ ପର୍ଯ୍ୟନ୍ତ ପ୍ରତିହତ କରିବା ପାଇଁ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିଛି । ଯାହାକି ଏହି ଭାଇରସ୍ ସହିତ ଲଢ଼ିବା ସହ ଶୀଘ୍ର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନ କରିପାରିବ ।

ଭାଲ୍‌ନେଭା ଏସ୍‌ଇ କମ୍ପାନୀ ଏକ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିଛି । ଯାହାକି ପୂର୍ବ ପ୍ରସ୍ତୁତ ଭ୍ୟାକ୍‌ସିନ୍‌ ଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ । ଏହା ପାଖାପାଖି ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବା ସହିତ କୋଭିଡ୍‌ ଭାଇରସ୍‌ରୁ ଏକ ପ୍ରକାର ମୁକ୍ତି ଦେଇ ପାରିବ । ଏହି ଭ୍ୟାକ୍‌ସିନ୍‌ର ଏବେ ପରୀକ୍ଷଣ ଜାରୀ ରହିଛି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ମୂଳକ ଭାବେ ଟିକା ନେଇଥିବା ଲୋକଙ୍କୁ ଏହି ଟିକାର ତୃତୀୟ ପର୍ଯ୍ୟାୟ ଭ୍ୟାକ୍‌ସିନ୍‌ ଦିଆଯିବ । ତେବେ ଏହି ଟିକାର ପରୀକ୍ଷଣ ଯଦି ସଫଳ ହୁଏ ତେବେ ଏହା କରୋନା ବିରୋଧରେ ଅସ୍ତ୍ର ସାଜିବ ବୋଲି ଜଣାପଡ଼ିଛି ।     

   Related Posts