Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

୩୬ ରାଫେଲ ବିକ୍ରି ପାଇଁ ଡାସଲ୍ଟ ଦେଇଛି ଲାଞ୍ଚ, ପ୍ରମାଣ ଥାଇ ବି ତଦନ୍ତ କରୁନାହିଁ ସିବିଆଇ-ଇଡି: ଫ୍ରାନ୍ସ ପୋର୍ଟାଲର ଚାଞ୍ଚଲ୍ୟକର ଦାବି

8/11/2021 at 6:27 PM

ନୂଆଦିଲ୍ଲୀ ୦୮।୧୧: ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଲଢୁଆ ବିମାନ ଡିଲ୍‌ରେ ଦୁର୍ନୀତି ହୋଇଥିବା ନେଇ ପୁଣି ଥରେ ଅଭିଯୋଗ ଉଠିଛି। ଫ୍ରାନ୍ସର ପୋର୍ଟାଲ୍ ମିଡିଆପାର୍ଟର ରିପୋର୍ଟ ଅନୁଯାୟୀ, ଫ୍ରାନ୍ସର ବିମାନ ନିର୍ମାତାକାରୀ କମ୍ପାନୀ ଡାସଲ୍ଟ ଭାରତକୁ ୩୬ ରାଫେଲ ଲଢୁଆ ବିମାନ ବିକ୍ରି ସୁନିଶ୍ଚିତ ଏବଂ ସୁରକ୍ଷିତ କରିବା ପାଇଁ ଜଣେ ମଧ୍ୟସ୍ଥଙ୍କୁ ୭.୫ ମିଲିୟନ ୟୁରୋ(୬୫ କୋଟି)ର ଲାଞ୍ଚ ଦେଇଥିଲା। ଅନ୍ୟପଟେ ଭାରତୀୟ ଏଜେନ୍ସି ପାଖରେ ଏହାର କାଗଜପତ୍ର ଥାଇ ବି ତଦନ୍ତ କରାଯାଇନଥିବା ସଙ୍ଗୀନ ଅଭିଯୋଗ ହୋଇଛି।

ପୋର୍ଟାଲ  ଅନୁଯାୟୀ, ସିବିଆଇ ଓ ଇଡି ପାଖରେ ୨୦୧୮ ଅକ୍ଟୋବରରେ ପ୍ରମାଣ ଥିଲା ଯେ, ଡାସଲ୍ଟ ରାଫେଲ୍ ଜେଟ୍‌ର ବିକ୍ରିକୁ ସୁରକ୍ଷିତ କରିବା ପାଇଁ ସୁଶେନ ଗୁପ୍ତାଙ୍କୁ ଲାଞ୍ଚ ଦିଆଯାଇଥିଲା। ଏହି ଟଙ୍କାର ବଡ ଭାଗ ୨୦୧୩ ପୂର୍ବରୁ ଦିଆଯାଇଥିଲା। ଏ ସଂପର୍କିତ କାଗଜପତ୍ର ରହିଥିବା ପୋର୍ଟାଲ ଦାବି କରିଛି। ଏହା ସତ୍ତ୍ଵେ ଭାରତୀୟ ପୋଲିସ କେସକୁ ଆଗକୁ ବଢାଇ ନାହିଁ କି ତଦନ୍ତ ମଧ୍ୟ କରିନାହିଁ।

ରିପୋର୍ଟରେ କୁହାଯାଇଛି ଯେ, ସୁଶେନ ଗୁପ୍ତାଙ୍କ ଇଣ୍ଟରଷ୍ଟେଲର ଟେକ୍ନୋଲୋଜି ୨୦୦୭ ଏବଂ ୨୦୧୨ ମଧ୍ୟରେ ଫ୍ରାନ୍ସର ବିମାନ କମ୍ପାନୀଠୁ ପ୍ରାୟ ୬୫ କୋଟି ଟଙ୍କା ହାସଲ କରିଛି। ଏହାର ମଧ୍ୟ ଖୁଲାସା ହୋଇଛି ଯେ, ମରିସସ ସରକାର ୨୦୧୮ ଅକ୍ଟୋବର ୧୧ରେ ଏହା ସଂପର୍କିତ କାଗଜପତ୍ର ସିବିଆଇକୁ ପ୍ରଦାନ  କରିଛି, ଯାହାକୁ ପରେ ସିବିଆଇ ଇଡିକୁ ହସ୍ତାନ୍ତର କରିଛି।

ସୁଶେନ ଗୁପ୍ତାଙ୍କ ଉପରେ ଅଗଷ୍ଟା ଓ୍ଵେଷ୍ଟଲାଣ୍ଡରୁ ମରିସସ୍‌ରେ ପଞ୍ଜିକୃତ ଏକ ସେଲ କମ୍ପାନୀ ଜରିଆରେ ଲାଞ୍ଚ ନେବାର ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ, ଡାସଲ୍ଟ ୨୦୦୧ରେ ସୁଶେନ ଗୁପ୍ତାଙ୍କୁ ମଧ୍ୟସ୍ତ ଭାବେ ନିଯୁକ୍ତ କରିଥିଲା। ଏହି ସମୟରେ ଭାରତ ସରକାର ଲଢୁଆ ବିମାନ କିଣିବାକୁ ଘୋଷଣା କରିଥିଲା। ହେଲେ ଏହାର ପ୍ରକ୍ରିୟା ୨୦୦୭ରୁ ଆରମ୍ଭ ହୋଇଥିଲା। ଗୁପ୍ତା ଅଗୁଷ୍ଟା ଓ୍ଵେଷ୍ଟଲାଣ୍ଡ ଡିଲ୍‌ରେ ମଧ୍ୟ ସଂପୃକ୍ତ ଥିଲା।

ମିଡିଆପାର୍ଟ ଦାବି କରିଛି, ଏହି ମାମଲାରେ ଏକ ଭାରତୀୟ ଆଇଟି କମ୍ପାନୀ ଆଇଡିଏସ ମଧ୍ୟ ସାମିଲ୍। ଏହି କମ୍ପାନୀ ୨୦୦୧ ଜୁନ ୧ରେ ଇଣ୍ଟରଷ୍ଟେଲର ସହ ଡିଲ୍ କରିଥିଲା। ଏଥିରେ ସ୍ଥିର ହୋଇଥିଲା ଯେ, ଡାସଲ୍ଟ ଏଭିଏସନ ଓ ଆଇଡିଏସ୍ ମଧ୍ୟରେ ଯାହା ବି ଚୁକ୍ତି ହେବ, ଏହାର ମୂଲ୍ୟର ୪୦ ପ୍ରତିଶତ କମିଶନ ଇଣ୍ଟରଷ୍ଟେଲର ଟେକ୍ନୋଲୋଜିକୁ ଦିଆଯିବ। ଆଇଡିଏସ ଅଧିକାରୀ ସିବିଆଇକୁ  ଜଣାଇଛନ୍ତି ଯେ, ଏହି ଡିଲ୍ ଗୁପ୍ତାଙ୍କ ଓକିଲ ଗୌତମ ଖେତାନଙ୍କ ଥିଲା, ଯିଏ ଅଗୁଷ୍ଟା ଓ୍ଵେଷ୍ଟଲାଣ୍ଡ ମାମଲାରେ ତଦନ୍ତର ପରିଧିରେ ଅଛନ୍ତି।

   Related Posts