Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଫ୍ରେଞ୍ଚ ଓପନ: ନୋଭାକ ଜାକୋଭିକଙ୍କୁ ହରାଇ ରେଡ୍ କୋର୍ଟର ବାଦଶାହା ରାଫେଲ ନାଡାଲ ଜିତିଲେ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍

11/10/2020 at 10:27 PM

ପ୍ୟାରିସ୍ ୧୧।୧୦: ରେଡ୍‌ କୋର୍ଟ ବା କ୍ଲେ କୋର୍ଟର ବାଦଶାହା ତାଙ୍କୁ କଣ ପାଇଁ କୁହାଯାଏ ଏହା ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ସ୍ପେନର ମହାନ ଟେନିସ୍ ଖେଳାଳି ରାଫେଲ ନାଡାଲ। ରବିବାର ସର୍ବିଆର ଶ୍ରେଷ୍ଠ ତାରକା ଖେଳାଳି ନୋଭାକ ଜାକୋଭିକଙ୍କୁ ଫ୍ରେଞ୍ଚ ଓପନର ପୁରୁଷ ଏକକ ଫାଇନାଲରେ ପରାସ୍ତ କରି ନାଡାଲ ନିଜର ରେକର୍ଡ ୧୩ତମ ଟାଇଟଲ୍ ଜିତିଛନ୍ତି। ନୋଭାକ ଜାକୋଭିକଙ୍କୁ ଏକତରଫା ୬-୦, ୬-୨, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ପୂରା କ୍ୟାରିୟରରେ ନାଡାଲଙ୍କ ଏହା ହେଉଛି ୨୦ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ।

ଜାକୋଭିକ୍ ପ୍ରଥମ ଦୁଇଟି ସେଟ୍‌ରେ ଲୟ ଫେରି ପାଇ ନଥିଲେ ଏବଂ ନାଡାଲ ସଂପୂର୍ଣ୍ଣ ଭାବେ ତାଙ୍କ ଉପରେ ପ୍ରାଧ୍ୟାନ ବିସ୍ତାର କରିଥିଲେ। ସର୍ବିଆର ଖେଳାଳି ତୃତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ  କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନାଡାଲଙ୍କଠୁ ପରାଜିତ ହୋଇଛନ୍ତି। ୨ ଘଣ୍ଟା ୪୧ ମିନିଟ୍‌ ଧରି ଚାଲିଥିବା ଏହି ମୁକାବିଲାରେ ଲଗାତାର ସେଟ୍‌ରେ ବିଜୟୀ ହୋଇ ନାଡାଲ ଟାଇଟଲ୍‌ ନିଜ ନାମରେ କରିଛନ୍ତି।

ଏହା ସହିତ ସେ ପୁରୁଷ ବର୍ଗରେ ଗ୍ରାଣ୍ଡ ସ୍ଲାମ ଜିତିବା ମାମଲାରେ ସ୍ଵିଜରଲାଣ୍ଡର ରୋଜର ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ଖେଳାଳିଙ୍କ ନାମରେ ବର୍ତ୍ତମାନ ୨୦-୨୦ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ରହିଛି। ଅନ୍ୟପଟେ ଜାକୋଭିକଙ୍କୁ ଚଳିତ ବର୍ଷ ପ୍ରଥମ ପରାଜୟ ମିଳିଛି। ଲାଇନ୍‌ ଜଜଙ୍କୁ ବଲ ମାରିବା ଅପରାଧରେ ୟୁଏସ ଓପନରୁ ଜାକୋଭିକ୍ ଓହରି ଯାଇଥିଲେ। ଏହା ସହିତ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍‌ରୁ ବଞ୍ଚିତ ହୋଇଥିଲେ।

   Related Posts