ଫ୍ରେଞ୍ଚ୍ ଓପନ ୨୦୨୦ : ପେତ୍ରା କ୍ୱିତୋବାଙ୍କୁ ମାତ୍ ଦେଇ ଫାଇନାଲରେ ସୋଫିଆ କେନିନ୍

Published By : Prameya-News7 Bureau | October 09, 2020 IST

ପ୍ୟାରିସ୍,୦୯|୧୦: ଅଷ୍ଟ୍ରେଲିଆନ ଓପନ୍ ଚାମ୍ପିଅନ ସୋଫିଆ କେନିନ୍ ଗୁରୁବାର ଦୁଇଥର ଓ୍ୱିମ୍ବଲଡନର ବିଜେତା ପେତ୍ରା କ୍ୱିତୋଭାଙ୍କୁ ପରାସ୍ତ କରିଛନ୍ତି । ପେତ୍ରାଙ୍କୁ ସେ ୬-୪, ୭-୫ରେ ପରାସ୍ତ କରି ପ୍ରଥମ ଥର ପାଇଁ ଫ୍ରେଞ୍ଚ୍ ଓପନ ଟେନିସ୍ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । କେନିନ୍ ଏବେ ଶନିବାର ପୋଲାଣ୍ଡର ଇଗା ସ୍ୱିୟୋତେକଙ୍କୁ ଭେଟିବେ । ଇଗା ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଣ୍ଟିନାର ନାଦିଆ ପାଦୋରୋସ୍କୋଙ୍କୁ ମାତ୍ ଦେଇଥିଲେ ।

କେନିନ୍ ଚଳିତ ବର୍ଷ ମେଜର ଟୁର୍ଣ୍ଣାମେଣ୍ଟରେ ୧୬ଟି ମ୍ୟାଚ୍ ଜିତିଛନ୍ତି । ସେ ଅଷ୍ଟ୍ରେଲିଆ ମେଲବର୍ଣ୍ଣ ପାର୍କରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଥିଲେ । ଏହାସହ ଗତ ମାସରେ ଆମେରିକାନ୍ ଓପନର ଚତୁର୍ଥ ରାଉଣ୍ଡରେ ପହଁଚିଥିଲେ । ତେବେ କ୍ୱିତୋଭାଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ଅଧିକ ସଙ୍ଘର୍ଷ କରିବାକୁ ପଡିଥିଲା । ସେହିପରି ୧୯ ବର୍ଷୀୟା ସ୍ୱିୟୋତେକ୍ ପାଦୋରୋସ୍କୋଙ୍କୁ ୬-୨, ୬-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

ସ୍ୱିୟୋତେକଙ୍କ ରାଙ୍କ୍ ହେଉଛି ୫୪ । ଏହା ତାଙ୍କର ପ୍ରଥମ ବଡ ଫାଇନାଲରେ ପ୍ରବେଶ ଅଟେ । ତେବେ କେନିନ୍ ନିଜର ପ୍ରଥମ ସେଟରେ ପଏଣ୍ଟରେ ଡବଲ୍ ଫଲ୍ଟ୍ କରିଥିଲେ ମଧ୍ୟ ଆଗାମୀ ସୁଯୋଗରେ ଏହାକୁ ହାସଲ କରିଥିଲେ । ସେତେବେଳେ କ୍ୱିତୋବାଙ୍କ ସର୍ଭିସ୍ ରିଟର୍ଣ୍ଣ ସଟ୍ ବାହାରକୁ ଚାଲିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.