ଚତୁର୍ଥ ରାଉଣ୍ଡରେ ପହଞ୍ଚିବା ପରେ ବି ଫ୍ରେଞ୍ଚ ଓପନରୁ ଓହରିଲେ ରୋଜର ଫେଡେରର

Published By : Prameya-News7 Bureau | June 06, 2021 IST

ପ୍ୟାରିସ୍ ୦୬।୦୬: ପୂର୍ବତନ ଏକ ନମ୍ବର ତଥା ୨୧ତମ ଗ୍ରାଣ୍ଡସ୍ଲାମ ସନ୍ଧାନରେ ଥିବା ସ୍ଵିଜରଲାଣ୍ଡର ରୋଜର ଫେଡେରର ନିଜ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଫ୍ରେଞ୍ଚ ଓପନର ପ୍ରି କ୍ଵାର୍ଟର ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ସେ ଗତ ଏକ ବର୍ଷରୁ ଅଧିକ ସମୟ ହେବ  ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଥିଲେ। ଏହାର ସର୍ଜରୀ ମଧ୍ୟ କରିଥିଲେ।

୩୯ ବର୍ଷୀୟ ଫେଡେରର ୫୯ତମ ରାଙ୍କର ଖେଳାଳି ଜର୍ମାନୀର ଡୋମିନିକ କୋପଫରଙ୍କୁ ଏକ କଡା ମୁକାବିଲାରେ ୭-୬, ୬-୭, ୭-୬, ୭-୫ ସେଟ୍‌ରେ ପରାସ୍ତ କରିଥିଲେ। ତିନି ଘଣ୍ଟା ଓ ୩୯ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ କୋପଫର ଫେଡେରରଙ୍କୁ କଡା ଟକ୍କର ଦେଇଥିଲେ। ପ୍ରି କ୍ଵାର୍ଟର ଫାଇନାଲରେ ତାଙ୍କ ମୁକାବିଲା ନବମ ସିଡ୍ ମାଟିଓ ବେରେଟିନିଙ୍କ ସହ ହେବାରଥିଲା।

ଫେଡେରର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଣ୍ଠୁର ଦୁଇଟି ସର୍ଜରୀ ଏବଂ ଗୋଟିଏ ବର୍ଷରୁ ଅଧିକ ରିହାବିଲିଟେସନ ପରେ ନିଜ ଶରୀରକୁ ସୁସ୍ଥ ରଖିବାର ବହୁତ ଆବଶ୍ୟକତା ରହିଛି। ନିଜ ଟିମ୍ ସହ ଆଲୋଚନା ପରେ ମୁଁ ଫ୍ରେଞ୍ଚ ଓପନରୁ ହଟିବାକୁ ନିଷ୍ପତ୍ତି ନେଇଛି।

ବିବିସିର ରିପୋର୍ଟ ଅନୁସାରେ, ଫେଡେରର ୬୮ଥର ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ଚତୁର୍ଥ  ରାଉଣ୍ଡରେ ପହଞ୍ଚିଥିଲେ। ଏହା ପରେ ସର୍ବିଆର ନୋଭାକ  ଜୋକୋଭିକ୍(୫୪) ଓ ୧୩ ଥର ଫ୍ରେଞ୍ଚ ଓପନ ଚମ୍ପିଆନ ସ୍ପେନର ରାଫେଲ ନାଡାଲ ୫୦ ଥର ଚତୁର୍ଥ ରାଉଣ୍ଡ ପହଞ୍ଚି ପାରିଥିଲେ। ଫେଡେରର ଗତ ବର୍ଷ ଦୁଇ ଥର ଆଣ୍ଠୁ ସର୍ଜରୀ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.