୪୨ ମହଲା ବିଲ୍ଡିଂକୁ ମାତ୍ର ୩୦ ମିନିଟ୍ ରେ ଚଢିଗଲେ ଫରାସୀ ସ୍ପାଇଡର ମ୍ୟାନ, ପୋଲିସ ଦ୍ୱାରା ଗିରଫ

Published By : Prameya-News7 Bureau | September 28, 2019 IST

ଫ୍ରାଙ୍କଫର୍ଟ:  ଫ୍ରାନ୍ସରେ ସ୍ପାଇଡରମ୍ୟାନ୍ ଭାବେ ଜଣାଶୁଣା ଏଲେନ ରବର୍ଟ ଜର୍ମାନର ଫ୍ରାଙ୍କଫର୍ଟ ସହରର ସବୁଠାରୁ ଉଚ୍ଚ ବିଲ୍ଡିଂ 'ସ୍କାଇପର' ଟାୱାରକୁ  ଚଢି ଶନିବାର ପୋଲିସ ହାତରେ ଗିରଫ  ହୋଇଛନ୍ତି। କେବଳ ସ୍କାଇପର ଟାୱାର ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ଥିବା ସର୍ବୋଚ୍ଚ ଅଟ୍ଟାଳିକାକୁ ରବର୍ଟ ଅକ୍ଲେଶରେ ଚଢି ଅତୀତରେ ଲୋକଙ୍କୁ ଚମତ୍କୃତ କରିଛନ୍ତି। ତେବେ ସ୍କାଇପର ଟାୱାର ଚଢି କାହିଁକି ଗିରଫ ହେଲେ ରବର୍ଟ ଆସନ୍ତୁ ଜାଣିବା।

{"id":163952,"width":579,"height":421}

୫୭ ବର୍ଷ ବୟସ୍କ ରବର୍ଟ ୧୫୪ ମିଟର ଉଚ୍ଚ ୪୨ ମହଲା ସ୍କାଇପର ଟାୱାରକୁ ମାତ୍ର ୩୦ ମିନିଟ୍ ରେ ଚଢିଯାଇଥିଲେ। ହେଲେ ଏଥିଲାଗି ସେ କାହାର ଅନୁମତି ନେଇ ନଥିଲେ କି କୌଣସି ସୁରକ୍ଷା ଉପକରଣର ଉପଯୋଗ କରିନଥିଲେ।  ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଟାୱାରରେ ଚଢୁଥିବା ରବର୍ଟଙ୍କ ଫଟୋ ଉଠାଇ ସୋସାଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ପୋଲିସ ନଜରରେ ପଡିଥିଲା। ରବର୍ଟ ବିଲ୍ଡିଂରୁ ଓହ୍ଲାଇବା ମାତ୍ରେ ଅପେକ୍ଷା କରିଥିବା ପୋଲିସ ତାଙ୍କୁ ଗିରଫ କରିନେଇଥିଲା।

{"id":163955}

ପୋଲିସ କହିବା ଅନୁସାରେ କୌଣସି ଉଚ୍ଚ ଅଟ୍ଟାଳିକା ଚଢିବା ଏକ ଅପରାଧ। ଏଭଳି କରି ରବର୍ଟ ବିଲ୍ଡିଂରେ ଅନୁପ୍ରବେଶ ଉଦ୍ୟମ କରିଥିଲେ କି ନା ସେ ନେଇ ଏବେ ତଦନ୍ତ ହେବ ବୋଲି ପୋଲିସ କହିଛି। ତେବେ ପ୍ରାଥମିକ ତଦନ୍ତରୁ ରବର୍ଟଙ୍କ ଏଭଳି କାମ ଯୋଗୁ ବିଲ୍ଡିଂର କୌଣସି କ୍ଷତି ହୋଇନଥିବା ଜଣାପଡିଛି। ରବର୍ଟ ଜଣେ ଫ୍ରି କ୍ଲାଇମ୍ବର। ବିନା ରଶି ଓ ସୁରକ୍ଷା ଉପକରଣରେ ସେ ବିଶ୍ୱର ଅନେକ ଉଚ୍ଚ ଅଟ୍ଟାଳିକା ଆରୋହଣ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.