ବାୟୁସେନାରେ ରାଫେଲକୁ ସାମିଲ କରିବେ ରାଜନାଥ : ସେପ୍ଟେମ୍ବର ୧୦ରେ ସମାରୋହ, ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ

Published By : Prameya-News7 Bureau | August 28, 2020 IST

ନୂଆଦିଲ୍ଲୀ ୨୮।୦୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ ଯୁଦ୍ଧବିମାନକୁ ଆନୁଷ୍ଠାନିକ ଭାବେ ୧୦ସେପ୍ଟେମ୍ବରରେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ହରିୟାଣାର ଅମ୍ବାଲା ବିମାନବନ୍ଦରରେ ଏକ ସମାରୋହରେ ସାମିଲ ହେବେ । ତେବେ ଏହି ସମାରୋହ ପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଜାତୀୟ ଗଣମାଧ୍ୟମରେ ଅନୁସାରେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ଫେରବା ପରେ ଏହି ସମାରୋହର ଆୟୋଜନ କରାଯିବ । ରାଜନାଥ ସିଂହ ରୁଷ୍‌ ଗସ୍ତରେ ୪ରୁ୬ ସେପ୍ଟେମ୍ବର ଯାଏଁ ସଂଘାଇ ସହଯୋଗ ସଂଗଠନରେ ସଦସ୍ୟ ଦେଶ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ସାମିଲ ହେବେ ।

ସୂଚନାନୁସାରେ “ ରାଫେଲ ବିମାନକୁ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ପାଇଁ ହେବାକୁ ଥିବା ସମାରୋହକୁ ୧୦ ସେପ୍ଟେମ୍ବରରେ ଆୟୋଜତ କରାଯିବ । ଭାରତ-ଫ୍ରାନ୍ସ ମଧ୍ୟରେ ରାଜନୈତିକ ସଂପର୍କ ଖୁବ୍‌ ଭଲ , ସେଥିପାଇଁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ନିୟନ୍ତ୍ରଣ କରାଯାଇଛି ।

ଗତକିଛି ଦିନ ତଳେ ଫ୍ରାନ୍ସରୁ ପାଞ୍ଚୋଟି  ରାଫେଲ୍‌ ବିମାନ ଭାରତକୁ ଆସିଥିଲା । ଜୁଲାଇ ୨୯ରେ ବିମାନ ଫ୍ରାନ୍ସୁରୁ ଆସି ଭାରତରେ ପହଞ୍ଚିଥିଲା । ଯାହାପରେ ଦେଶରେ ୨୪ଘଣ୍ଟା ଭିତରେ ଅନେକ ପ୍ରକାରର ପରୀକ୍ଷଣ ହୋଇଥିଲା । ତେବେ ଫ୍ରାନ୍ସରୁ ଆସିଥିବା ଏହି ଯୁଦ୍ଧବିମାନ ବାୟୁ ସେନାର ୧୭ ଗୋଲ୍ଡନ ଏରୋ ସ୍କ୍ୱାର୍ଡନରେ ସାମିଲ ଅଛି । ଏହି ଯୁଦ୍ଧବିମାନ ଲଦାଖ ଏରିଆରେ  ଉଡୁଥିବାର ଦେଖିବାକୁ ମିଳିଛି । ପ୍ରଥମ ଦଫାରେ ଆସିଥିବା ୫ଟି ରାଫେଲ୍‌ ଯୁଦ୍ଧ ବିମାନ ମଧ୍ୟରେ ୨ଟି ଟୁ ସିଟର ଏବଂ ବାକି ୩ ଟି ଥ୍ରି ସିଟର ରହିଛି ଚୁକ୍ତି ଅନୁଯାୟୀ ଫ୍ରାନ୍ସରୁ ମିଳିବାକୁ ଥିବା ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ପହଞ୍ଚିଛି । ବାକି ରାଫେଲ୍ ବିମାନ ଗୁଡିକ ୨୦୨୧ ଶେଷ ସୁଦ୍ଧା ପହଞ୍ଚିବ । ରାଫେଲ୍‌ ଯୁଦ୍ଧବିମାନକୁ ନୂତନ ଜ୍ଞାନକୌଶଳର ନିର୍ମାଣ କରାଯାଇଛି । ଯାହାକି ପାକିସ୍ତାନ ଓ ଚୀନ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି ।  

ଭାରତ ଓ ଫ୍ରାନ୍ସ ମଧ୍ୟରେ ୬୦,୦୦୦ କୋଟି ଟଙ୍କାରେ ୩୬ ରାଫେଲ୍‌ ବିମାନ କିଣିବାକୁ  ଚୁକ୍ତି ହୋଇଥିଲା । ରାଫେଲ୍‌ ଚୁକ୍ତିକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଥିଲେ, ଯାହାର ଯବାବ ତତ୍‌କାଳୀନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳ ସୀତାରମଣ ଦୃଢତାର ସହିତ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.