ଏମିତି ବି ମୃତ୍ୟୁ ଆସେ ! ଷ୍ଟେସନରେ ଛିଡା ମାଲବାହୀ ଟ୍ରେନ ତଳେ ପଶି ଯାଉଥିଲେ, ଭଉଣୀ ଦୁଇ ଖଣ୍ଡ, ଭାଇ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 27, 2020 IST

ଝାରସୁଗୁଡା ୨୭।୧୨: ଅସାବଧାନତା କାରଣରୁ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଇ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଝାରସୁଗୁଡା ଜିଲା ବାଗଡ଼ିହି ରେଳ ଷ୍ଟେସନରେ ଆଜି ମଧ୍ୟାହ୍ନରେ ଘଟି ଯାଇଛି ଏମିତି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଅଟକି ରହିଥିବା ମାଲବାହୀ ଟ୍ରେନ ତଳେ ପଶି ରେଳଧାରଣା ଅତିକ୍ରମ କରୁଥିବା ସମୟରେ ଟ୍ରେନ୍ ଛାଡିଦେବାରୁ ବ୍ରଜରାଜନଗର ନୂଆପଡା ଅଞ୍ଚଳର ସୋଫିୟା ମହାନନ୍ଦ ନାମ୍ନୀ ଯୁବତୀଙ୍କ ଶରୀର ଦୁଇ ଖଣ୍ଡ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଭାଇ ରୋଶନ ମହାନନ୍ଦ ଗୁରୁତର ଆହତ ହୋଇଛି।

ସୂଚନା ଅନୁଯାୟୀ ବ୍ରଜରାଜନଗର ନୂଆପଡାରୁ ରୋଶନ ମହାନନ୍ଦ (୨୨) ଓ ସୋଫିୟା ମହାନନ୍ଦ (୨୦) ଙ୍କ ସମେତ ଅନ୍ୟ ତିନିଜଣ ବାଗଡ଼ିହି ସ୍ଥିତ ବୁଢା ପଡାର ଜଣେ ସମ୍ପର୍କୀୟ ଘରକୁ ଚାରିଦିନ ତଳେ ବୁଲିବାକୁ ଆସିଥିଲେ । ଆଜି ମଧ୍ୟାହ୍ନରେ ସେମାନେ ଘରକୁ ଯିବା ପାଇଁ ବାଗଡ଼ିହି ରେଳ ଷ୍ଟେସନରେ ଚାରି ନମ୍ବର୍ ପ୍ଲାଟଫର୍ମରେ ପହଞ୍ଚି ଥିଲେ। ସେଇ ସମୟରେ ଚାରି ନମ୍ବର୍ ପ୍ଳାଟଫର୍ମରେ ଏକ ମାଲବାହୀ ଟ୍ରେନ ଛିଡ଼ା ହୋଇଥିଲା । ଏକ ନମ୍ବର୍ ପ୍ଳାଟଫର୍ମକୁ ଆସିବା ପାଇଁ ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣ ଛିଡା ହୋଇଥିବା ମାଲବାହି ଟ୍ରେନ ତଳେ ଗଳି ପାରି ହେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଟ୍ରେନଟି ପ୍ଳାଟଫର୍ମ ରୁ ଛାଡି ଦେଇଥିଲା | ଯାହାଫଳରେ ସୋଫିୟାଙ୍କ ଉପରେ ଟ୍ରେନ ଚଢି ଯିବାରୁ ତାଙ୍କ ଶରୀର ଅଣ୍ଟାରୁ ଦୁଇଖଣ୍ଡ ହୋଇ ଯାଇଥିଲା। ରୋଶନର ଗୋଡ଼ ଏବଂ ହାତ ଉପରେ ଟ୍ରେନ ଚଢି ଯିବାରୁ ଗୁରୁତର ଥିବା ଜଣାପଡିଛି ।

୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ରୋଶନକୁ ଝାରସୁଗୁଡା ସ୍ଥିତ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଥିବା ବେଳେ ସୋଫିୟାର ଶବ ରେଳ ଧାରଣାର ପଡି ରହିଥିଲା। ସ୍ଥାନୀୟ ଅଞ୍ଚଳର ସ୍ଵେଚ୍ଛାସେବୀମାନେ ପହଞ୍ଚି ଆହତଙ୍କୁ ଡାକ୍ତରଖ୍ଜାନା ପଠାଇ ଜିଆରପିକୁ ଖବର ଦେଇଥିଲେ। ଜିଆରପି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.