Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ତବ୍‌ଲିଗି ଜମାତ୍‌ ମାମଲା: ଏବେ ବାକ୍‌ ସ୍ବାଧୀନତା ଅଧିକାରର ଅଧିକ ଦୁରୂପଯୋଗ ହୋଇଛି- ସୁପ୍ରିମ୍‌କୋର୍ଟ

8/10/2020 at 6:34 PM

ନୂଆଦିଲ୍ଲୀ ୦୮/୧୦: ବର୍ତ୍ତମାନ ସମୟରେ ଅଭିବ୍ୟକ୍ତିର ସ୍ବାଧୀନତା ବା ବାକ୍‌ ସ୍ବାଧୀନତା ଅଧିକାରର ଅଧିକ ଦୁରୂପଯୋଗ ହୋଇଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ଦିନ ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏ ଏସ୍‌ ବୋପନ୍ନା ଓ ଜଷ୍ଟିସ୍‌ ବି ରାମା ଶୁଭ୍ରମଣ୍ୟନ୍‌ ଖଣ୍ଡପୀଠ ଓଲେମା ଏ ହିନ୍ଦ ଓ ଅନ୍ୟମାନଙ୍କ ଯାଚିକାରେ ଶୁଣାଣି ସମୟରେ ଏଭଳି କହିଛନ୍ତି। କୋଭିଡ ୧୯ ସମୟରେ ତବଲିଗି ଜମାତର କାର୍ଯ୍ୟକ୍ରମକୁ ନେଇ କିଛି ମିଡିଆ ସାଂପ୍ରଦାୟିକ ବିଦ୍ବେଶ ସୃଷ୍ଟି କରୁଥିଲା ବୋଲି ଯାଚିକାରେ ଦର୍ଶାଯାଇଥିଲା ।

ତେବେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ଖଣ୍ଡପୀଠ ସମାଲୋଚନା କରିଛନ୍ତି । ଏହି ସମୟରେ କହିବା ଓ ବାକ୍‌ ଅଧୀକାର ନିୟମର ସବୁଠୁ ଅଧିକ ଦୁରୂପଯୋଗ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି । କେନ୍ଦ୍ର ସରକାର ନିଜର ମନ୍ତବ୍ୟରେ ଯାଚିକାକର୍ତ୍ତା ବାକ୍‌ ଅଧୀକାରକୁ ମକଚିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ଏନେଇ ଜମାତ ପକ୍ଷର ବରିଷ୍ଠ ଓକିଲ ଦୃଷ୍ୟନ୍ତ ଦବେ କୋର୍ଟରେ କହିଥିଲେ । ଏହାପରେ ବାକ୍‌ ଅଧୀକାର ନିୟମର ଅଧିକ ଦୁରୂପଯୋଗ ହେଉଛି ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବଙ୍କ ପରିବର୍ତେ ଅନ୍ୟ ସଚିବ ଦେଇଥିବା ଆଫିଡେଭିଟ୍‌ରେ ତବଲିଗି ଜମାତ ମାମଲାରେ ମିଡିଆ ରିପୋର୍ଟକୁ ଆଧାର କରି ଦର୍ଶାଯାଇଥିବା ତଥ୍ୟ ଦେଖିବା ପରେ ବିଗିଡ଼ିଥିଲେ ଖଣ୍ଡପୀଠ। ଏହାସହ କୋର୍ଟକୁ ଏଭଳି ବ୍ୟବହାର ନକରିବାକୁ ମନ୍ତ୍ରଣାଳୟକୁ  କହିବା ସହ ଏହିଭଳି ମାମଲରେ ମିଡିଆ ରିପୋର୍ଟିଂ ଉପରେ ରୋକ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

   Related Posts