Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସେତେବେଳେ ଇଂରେଜଙ୍କ ଲାଠି ଖାଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ , ଏବେ ପୁଅ ବହୁ ମାଡମାରି ଗୋଡ ଭାଙ୍ଗି ଦେଲେ, ଖାଇବା ପିଇବା ନ ଦେଇ ଘରୁ ତଡି ଦେଲେ

22/01/2019 at 7:05 PM

ଭୁବନେଶ୍ବର ୨୨|୧: ଦେଶ ସ୍ବାଧୀନତାର ୭୨ ବର୍ଷ ବିତିଲାଣି । ସ୍ବାଧିନତା ସଂଗ୍ରାମରେ ଝାସ ଦେଇ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ପାଇଥିବା ଏହି ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଅନେକ ଏବେବି ଅବହେଳିତ । କେତେବେଳେ ସମାଜ ଓ ସରକାରଙ୍କ ଦ୍ବାରା ତ ଆଉ କେତେବେଳେ ନିଜ ପରିବାର ଦ୍ବାରା । ଏମିତି ଜଣେ ସ୍ବାଧୀନତା ସଂଗ୍ରାମୀ ଏବେ ପରିବାର ଦ୍ବାରା ଅବହେଳିତ ହୋଇି ଅସହାୟ ଅବସ୍ଥାରେ ରାଜରାସ୍ତାରେ ଜୀବନ ବିତାଉଛନ୍ତି ।

ଏ ହେଉଛି ଜଣେ ବୁଢା ବାପା ଓ ଜଣେ ସ୍ବାଧୀନତା ସଂଗ୍ରାମୀ କଥା । ପୁଅ ବହୁ ତାଙ୍କୁ ମାଡମାରି ଗୋଡ ଭାଙ୍ଗି ଦେଲେ । ଖାଇବା ପିଇବା ନ ଦେଇ ଘରୁ ତଡି ଦେଲେ । ପରିଣତ ବୟସରେ ଏବେ ରାଜଧାନୀର ରାଜରାସ୍ତାରେ ଅବହେଳିତ ଅବସ୍ଥାରେ ପଡିଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାଜ କିଶୋର ମହାନ୍ତି । ଘର କାକଟପୁର କୁଣ୍ଡଳୀ ଗାଁରେ । ରାଜକିଶୋର ଦିନେ ଭାରତର ସ୍ବାଧୀନତା ସଂଗ୍ରାମରେ ଝାସଦେଇଥିଲେ । ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ଇଂରେଜଙ୍କ ଠାରୁ ଲାଠି ମାଡ ଖାଇଥିଲେ । ଆଉ ଏବେ ପରିଣତ ବୟସରେ ପୁଅ ବୋହୁ ଲାଠି ମାଡ ଦେଉଛନ୍ତି । ସବୁ ସଂଗ୍ରାମ ଏବେ ହାରି ଯାଇଛି ନିଜ ପରିବାର ପାଖରେ ।

ରାଜ କିଶୋରଙ୍କ ସ୍ତ୍ରୀଙ୍କ ମୃତ୍ୟ ହୋଇସାରିଛି । ଘରେ ଦୁଇ ପୁଅ ଏବଂ ଗୋଟିଏ ଝିଅ । ରାଜକିଶୋର ପାଉଥିବା ସ୍ବାଧୀନତା ସଂଗ୍ରାମୀ ଭତ୍ତା ଉପରେ ପୁଅଙ୍କ ଆଖି । ସେଥିପାଇଁ ସକାଳୁ ଭୁବନେଶ୍ବର କଳ୍ପନା ଛକରେ ଆଣି ଛାଡି ଦେଇଛନ୍ତି ପୁଅ । ସେହି ଛକରେ ଥିବା ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତାଙ୍କୁ ଉଦ୍ଧାର କରିଛି ।

ସେତେବେଳର ଏମ୍‌ଏ, ବିଇଡି କରିଥିବା ରାଜକିଶୋର ନିମାପଡା ଅଞ୍ଚଳରେ ନିଜ ଉଦ୍ୟମରେ ଗଢିଛନ୍ତି ଅନେକ ସ୍କୁଲ୍‌ । ଅନ୍ୟମାନଙ୍କୁ ଶିକ୍ଷାର ଦୀପରେ ଆଲୋକିତ କରିଥିବା ରାଜକିଶୋରଙ୍କ ପିଲାମାନେ ଯେପରି କୁଶିକ୍ଷାର ଅନ୍ଧାର ଭିତରେ ରହିଯାଇଛନ୍ତି ।…..

   Related Posts