Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବିପ୍ଳବିନୀ ମାଳତୀ ଚୌଧୁରୀ ସେବା, ତ୍ୟାଗ, ସାହସ, ସୌନ୍ଦର୍ଯ୍ୟ ଓ ସଂଘର୍ଷର ସମନ୍ୱୟ, ସେ ସବୁ ଦିନ ମନେ ରହିବେ

25/11/2021 at 4:56 PM

ଭୁବନେଶ୍ୱର ୨୫।୧୧: ବିପ୍ଲବିନୀ ମାଳତୀ ଚୌଧୁରୀ ଥିଲେ ସୂର୍ଯ୍ୟଙ୍କ ଆଭା ଭଳି ତେଜସ୍ବିନୀ  ଏବଂ ଚନ୍ଦ୍ରଙ୍କ ଜୋସ୍ନା ଭଳି କୋମଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଧର୍ମପତ୍ନୀ ବିପ୍ଳବୀନି ମାଳତୀ ଦେବୀ, ସେବା, ତ୍ୟାଗ ଓ ସାହସର ପ୍ରତୀକ । ଲୋହିଆ ଭବନରେ ଅନୁଷ୍ଠିତ  ଅବସରପ୍ରାପ୍ତ ଗଣିତ ପ୍ରଫେସର ଡକ୍ଟର ବିରେନ୍ଦ୍ର ନାୟକଙ୍କ ରଚିତ ମାଳତୀ ଦେବୀଙ୍କ ଜୀବନାଦର୍ଶ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ଅବସରରେ ଏହା କହିଛନ୍ତି ଡାକ୍ତର ତପନ ମହାନ୍ତି । ଡାକ୍ତର ମହାନ୍ତି ହେଉଛନ୍ତି,  ମହିୟସୀ ମାଳତୀ ଚୌଧୁରୀଙ୍କ କୋଳରେ ବଢିଥିବା ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଦମ୍ପତ୍ତି ଜୟକୃଷ୍ଣ କିରଣଲେଖା ମହାନ୍ତିଙ୍କ ସୁପୁତ୍ର । ନବକୃଷ୍ଣ ଚୌଧୁରୀଙ୍କ ୧୨୦ ତମ ଜନ୍ମଜୟନ୍ତୀ ଅବସରରେ ‘ସମଦୃଷ୍ଟି’ ପତ୍ରିକା ଦ୍ୱାରା ପ୍ରଫେସର ଡକ୍ଟର ବିରେନ୍ଦ୍ର ନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ ଉନ୍ମୋଚନ କରି ଡାକ୍ତର ମହାନ୍ତି ଏହି ମନ୍ତବ୍ୟ ରଖିଛନ୍ତି ।

ପୁସ୍ତକଟିର ଉନ୍ମୋଚନ ଅବସରରେ ମାଳତୀ ଦେବୀଙ୍କ ସ୍ମୃତି ଚାରଣ କରି ଡାକ୍ତର ମହାନ୍ତି କହିଛନ୍ତି, ସେ ଚୌଧୁରୀ ଦମ୍ପତ୍ତିଙ୍କ ଦ୍ୱାରା ଅନୁଗୁଳ ଠାରେ ସ୍ଥାପିତ ବାଜିରାଉତ ଛାତ୍ରାବାସର ଅନ୍ତେବାସୀ ଥିଲେ । ମାଳତୀ ଦେବୀ ଏବଂ ତାଙ୍କ ସ୍ବାମୀ ଗାନ୍ଧିବାଦି ନେତା ନବକୃଷ୍ଣ ଚୌଧୁରୀଙ୍କର ସ୍ୱାଧୀନତା  ଆନ୍ଦୋଳନରେ ପ୍ରମୁଖ ଭୂମିକା ଥିଲା । ତେବେ ମାଳତୀଦେବୀ ନବ ବାବୁଙ୍କ ଅନୁଗାମୀ ନଥିଲେ, ସେ ଥିଲେ ସହଗାମିନୀ । କାପୁରୁଷ ଭାବେ ଅହିଂସା ପଥ ଅନୁସରଣ କରିବାକୁ ସେ ପସନ୍ଦ କରୁନଥିଲେ । ଏହି ବିପ୍ଲବିନୀ ରାଜ୍ୟସାରା ବୁଲି ମୃତ୍ୟୁ ପର୍ଯ୍ୟନ୍ତ ଗରିବ ଜନସାଧାରଣଙ୍କ ଅଧିକାର ପାଇଁ ଲଢେଇ କରିଥିଲେ । ଏପରିକି ରୋଗଶଯ୍ୟାରେ ପଡିଥିବା ବେଳେ ସାଧାରଣ ଲୋକଙ୍କ ଦୁଃଖ, ଦୁର୍ଦ୍ଦଶା ବୁଝୁଥିଲେ । ସେ ଥିଲେ ବହ୍ନି କନ୍ୟା । ଉପରେ ଖୁବ୍ ରାଗୀ ଲାଗୁଥିଲେ ବି ଅନ୍ତରରେ ସେ ଥିଲେ ଖୁବ୍ କୋମଳ ।

ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ବରିଷ୍ଠ ଆଡ଼ଭୋକେଟ ଗୁରୁପ୍ରସାଦ ମହାନ୍ତି ତାଙ୍କ ବକ୍ତବ୍ୟରେ ମାଳତୀ ଦେବୀ ସ୍ନେହଶ୍ରଦ୍ଧା ଓ ସାହସରେ ସମନ୍ୱୟ ଥିଲେ ବୋଲି ପ୍ରକାଶ କରିଥିଲେ । ବିପ୍ଲବିନୀ ଚୌଧୁରୀ ପରିବାର ସହିତ ଏକାନ୍ତ ଘନିଷ୍ଠ ଥିବା ଆଡଭୋକେଟ ଗୁରୁପ୍ରସାଦ ମହାନ୍ତି ଆହୁରି କହିଥିଲେ, ମାଳତୀ ଦେବୀ ଥିଲେ ନିର୍ଭୀକ । ତାଙ୍କର ଆଦୌ କ୍ଷମତା ଲିପ୍ସା ନଥିଲା । ତେବେ ବି ଗଣତନ୍ତ୍ରରେ ଯଥାର୍ଥ ରାଜନୈତିକ ଗୁରୁତ୍ବକୁ ପ୍ରାଧାନ୍ୟ ଦେଇ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦୀନ ଶତପଥୀଙ୍କ ବିରୁଦ୍ଧରେ ବିଧାନସଭା ଉପନିର୍ବାଚନ ଲଢିବାକୁ ରାଜି ହୋଇଥିଲେ ।

ଲେଖକ ଡକ୍ଟର ନାୟକ ମାଳତୀ ଦେବୀଙ୍କୁ  ସୌନ୍ଦର୍ଯ୍ୟ ଓ ସଂଘର୍ଷର ସମନ୍ୱୟ ଭାବେ ବର୍ଣ୍ଣନା କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ଉପସଭାପତି ଡକ୍ଟର ସଂଗ୍ରାମ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ, ମାଳତୀ ଦେବୀ ଜଣେ ବିପ୍ଲବିନୀ କନ୍ୟା । ଓଡିଶାର ବୋହୂ ଭାବେ ସେ ସାରା ଜୀବନ ଗରିବ ଏବଂ ଅବହେଳିତଙ୍କ ଅଧିକାରର ସୁରକ୍ଷା ପାଇଁ ଲଢେଇ କରିଥିଲେ ।

‘ସମଦୃଷ୍ଟି’ର ସଂପାଦକ ତଥା ପ୍ରକାଶକ ସୁଧୀର ପଟ୍ଟନାୟକ କହିଥିଲେ ଯେ, ଏହିଭଳି ମହାନ ବ୍ୟକ୍ତିତ୍ୱଙ୍କ ସଂପର୍କରେ ଲେଖାଗୁଡିକୁ ଏକାଠି କରି ପୁସ୍ତକ ପ୍ରକାଶନ କରାଯିବ । ଏହି ଅବସରରେ ବିଭିନ୍ନ ଶ୍ରେଣୀକୁ ପ୍ରତିନିଧିତ୍ୱ କରୁଥିବା ବୁଦ୍ଧୀଜୀବୀମାନେ ଉପସ୍ଥିତ ଥିଲେ ।

   Related Posts