Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଜନ୍ମପୀଠରେ ସଂଗ୍ରାମୀ ବିନୋଦ କାନୁନଗୋଙ୍କ ସ୍ମୃତି ଜରାଜୀର୍ଣ୍ଣ, ଶହ ଶହ ମହାପୁରୁଷଙ୍କ ଚିତାଭସ୍ମକୁ ନେଇ ପ୍ରତିଷ୍ଠିତ ସ୍ମୃତିସ୍ତମ୍ଭ ଅବହେଳିତ

18/11/2020 at 4:00 PM

ସାଲେପୁର ୧୮।୧୧: ସାଧନା କେନ୍ଦ୍ର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ନଷ୍ଟ ହେବାକୁ ବସିଲାଣି ସ୍ମୃତି ସ୍ତମ୍ଭ । ସ୍ବାଧୀନତାର ବହୁ ବର୍ଷ ପରେ ବି ଆମେ ଭୁଲିଯାଇଛୁ ସେହି ଦେଶ ତଥା ଜାତିପ୍ରେମୀ ମହା ମନିଷୀମାନଙ୍କୁ, ଯେଉଁମାନେ ଆମକୁ ସ୍ଵାଧୀନତା ଦେଇଥିଲେ ।  ସ୍ମୃତି ବହନ କରୁଥିବା ଏଭଳି ଏକ ସ୍ଥାନ ହେଉଛି କଟକ ଜିଲ୍ଲା କିଶନ ନଗର ତହସିଲ ଅନ୍ତର୍ଗତ ମଲ୍ଲିପୁରର ଖସାମୂଳ ।

ଏହିଠାରେ ଜନ୍ମ ଗ୍ରହଣ କରିଥିଲେ ସ୍ବାଧୀନତା ସଂଗ୍ରାମୀ ପ୍ରଜ୍ଞା ପୁରୁଷ ସ୍ବର୍ଗତ ବିନୋଦ କାନୁନଗୋ । ଦେଶ ସ୍ବାଧୀନତାରେ ରହିଛି ତାଙ୍କର ଉଲ୍ଲେଖନୀୟ ଅବଦାନ ।  ତାଙ୍କ ସ୍ମୃତି ବହନ କରୁଥିବା ପୀଠ ଆଜି ଅବହେଳିତ ଅବସ୍ଥାରେ ପଡିରହିଛି । ନା ପଡୁଛି ରାଜନେତାଙ୍କ ଦୃଷ୍ଟି ନା ପଡୁଛି ପ୍ରଶାସନର ଦୃଷ୍ଟି । ଏବେ ଏହି ପୀଠକୁ ଜାତୀୟ ସ୍ମାରକୀ ପୀଠର ମାନ୍ୟତା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ ମଲ୍ଲିପୁରର ଖସାମୂଳ ଗାଁ, ଯେଉଁଠାରେ ସ୍ବାଧୀନତା ସଂଗ୍ରାମୀ ବୀର ପୁରୁଷ ବିନୋଦ କାନୁନଗୋ ଜନ୍ମଗ୍ରହଣ କରିଥିଲେ । ତାଙ୍କ ସ୍ମୃତି ବହନ କରୁଥିବା ଜନ୍ମ ପୀଠ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଦିନେ ଏହି ସ୍ଥାନରୁ ଭାରତର ସ୍ବାଧୀନତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା । ହେଲେ ଏବେ ଏହି ପୀଠ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ।

ସ୍ବର୍ଗତ ବିନୋଦ କାନୁନଗୋ ସାରା ଭାରତ ବର୍ଷର ସ୍ବାଧୀନତା ସଂଗ୍ରାମୀଙ୍କ ଚିତାଭସ୍ମ ଆଣି ଏହି ସ୍ମାରକୀ ସ୍ତମ୍ଭକୁ ତିଆରି କରିଥିଲେ । ହେଲେ ସ୍ତମ୍ଭଟି ଏବେ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ସ୍ବର୍ଗତ ବିନୋଦ କାନୁନଗୋ ହେଉଛନ୍ତି ଜ୍ଞାନ ମଣ୍ଡଳର ପ୍ରତିଷ୍ଠାତା । ଯାହା ଦ୍ବାରା ଲୋକମାନେ ନିଜର ଜ୍ଞାନର ପରିମାପ କରିବା ସହ ଭାବର ଆଦାନ ପ୍ରଦାନ କରୁଥିଲେ । ସେ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ସ୍ବଚ୍ଛଳ ଆଣିବା ପାଇଁ ଖଦିର ବିକାଶ ମଧ୍ୟ କରିଥିଲେ । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସ୍ମୃତି ସ୍ତମ୍ଭ ଓ ଅରଟ ନଷ୍ଟ ହୋଇଗଲାଣି । ଖଦି ଘର ଏବେ ମାଟିରେ ମିଶିବାକୁ ବସିଲାଣି ।

ବିନୋଦ କାନୁନଗୋ ଆଜି ନାହାନ୍ତି ସତ ହେଲେ ତାଙ୍କ ଦ୍ଵାରା ସ୍ଥାପିତ ସ୍ମୃତି ସ୍ତମ୍ଭ ଆଜି ଅବକ୍ଷୟ ଅବସ୍ଥାରେ ପଡିରହିଛି । ଏହି ପୀଠରେ କେବେ ସଂସ୍କୃତି ବିଭାଗର ନଜର ପଡୁଛି ଆଉ ଜାତୀୟ ସ୍ମାରକୀ ପୀଠଭାବେ ସରକାର କେବେ ଘୋଷଣା କରୁଛନ୍ତି ତାହା ଦେଖିବା ବାକି ରହିଲା ।

   Related Posts