Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରଲୋକରେ ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଭବାନୀ ଚରଣ ପଟ୍ଟନାୟକ

14/05/2020 at 8:34 PM

ଭୁବନେଶ୍ୱର, ୧୪|୦୫ :  ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଏହା ଏକ ସଂଯୋଗ ଯେ ଜନ୍ମମାସରେ ତଥା ୯୮ତମ ଜନ୍ମଦିନ ପାଳନର ୩ ଦିନ ପରେ ତାଙ୍କର ଦେହାବସାନ ଘଟିଛି । ଅସୁସ୍ଥତା ଯୋଗୁଁ ସେ ଚିକିତ୍ସାଧିନ ଥିଲେ । ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅସୁସ୍ଥତା କାରଣରୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି ।

ଏକାଧାରରେ ଜଣେ ଦେଶପ୍ରେମୀ, ବିଶିଷ୍ଟ ରାଜନୀତିଜ୍ଞ ଓ ସମାଜସେବୀ ଭାବେ ପରିଚିତ ଭବାନୀ ଚରଣ ୧୯୬୧, ୧୯୬୬ ଓ ୧୯୭୮ରେ ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୨୨ ମସିହା ମେ ୧୧ତାରିଖରେ ଜନ୍ମଗ୍ରହଣ କରିଥିବା ଭବାନୀ ପଟ୍ଟନାୟକ ଦେଶର ବହୁ ବରିଷ୍ଠ ରାଜନେତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଭାବେ ସେ ବେଶ୍ ଜଣାଶୁଣା ଥିଲା । ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

   Related Posts