ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନିଆରା ପଦକ୍ଷେପ: କରୋନା ଭ୍ୟାକସିନ୍ ନେଲେ ରେଷ୍ଟୁରାଣ୍ଟରେ ମାଗଣା ଖାଇବା, ବିୟର୍ ଅଫର୍

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ଦେଖାଦେଇଛି। ଟିକାକରଣ ଜୋରସୋରରେ ଚାଲିଛି। ଅନେକ ଦେଶରେ ସରକାର ଓ ଘରୋଇ କମ୍ପାନୀ ଲୋକଙ୍କୁ ଟିକା ନେବାକୁ ପ୍ରେରିତ କରିବାକୁ ବିଭିନ୍ନ ଅଫର ଦେଉଛନ୍ତି। ରେସ୍ତୋରାଁରେ ଫ୍ରିରେ ଖାଇବା, ବିୟର୍ ପାର୍ଲରରେ ଫ୍ରିରେ ବିୟର ଓ ବାରରେ ଶସ୍ତା ମଦରୁ ଗଞ୍ଜେଇ ଯାଏଁ ଅଫର ସାମିଲ ଅଛି। କ୍ୟାବ୍ ସର୍ଭିସ କମ୍ପାନୀ ଉବେର ଏକ ବଡ ଘୋଷଣା କରିଛି। କମ୍ପାନୀ ଦିଲ୍ଲୀରେ ୧.୫ କୋଟି ଟଙ୍କା ଯାଏଁ ମାଗଣା ରାଇଡ୍ ଦେବାକୁ ଘୋଷଣା କରିଛି। ଯେପରି ଲୋକେ ଟିକା ନେବାକୁ ଫ୍ରିରେ କ୍ୟାବରେ ଯିବାଆସିବା କରିପାରିବେ। ଅପରପକ୍ଷରେ ଆମେରିକାରେ ମାର୍କେଟ ଗାର୍ଡେନ ବ୍ରୁଅରୀ ଟିକା ନେଇଥିବା ପ୍ରଥମ ୨୦୨୧ ଜଣଙ୍କୁ ୫ଥର ମାଗଣାରେ ବିୟର ପିଆଇବାକୁ ଅଫର୍ ଦେଇଛି।

ଭ୍ୟାକସିନ ନେବା ପାଇଁ କେଉଁଠି କେଉଁଠି ଆଉ କଣ କଣ ଅଫର ଦିଆଯାଉଛି ଜାଣନ୍ତୁ...

୧. ଚୀନରେ ମଧ୍ୟ ସରକାର ଓ ବିଭିନ୍ନ କମ୍ପାନୀ ଅନେକ ପ୍ରକାର ଅଫର୍ ଦେଉଛନ୍ତି। ହେନାନ ପ୍ରାନ୍ତର ଏକ ସହରରେ ସରକାର ଟିକା ନ ନେଉଥିବା ଲୋକଙ୍କୁ ଚାକିରୀରୁ ବାହାର କରିବାକୁ ଚେତାବନୀ ଦେଇଛନ୍ତି।

୨. ଆମେରିକାରେ ମ୍ୟାକ୍ ଡୋନାଲ୍ଡ, ଏଟି ଆଣ୍ଡ ଟି, ଇନସାକାର୍ଟ, ଟାର୍ଗେଟ୍, ଟ୍ରେଡ଼ର୍ ଜୋସ୍, କୋବାନି ଭଳି କମ୍ପାନୀ ଟିକେ ନେଉଥିବା ନିଜ କର୍ମଚାରୀଙ୍କୁ ଛୁଟି ଏବଂ ନଗଦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। କର୍ମଚାରୀ ମଧ୍ୟ ଟିକା କେନ୍ଦ୍ରକୁ ଯିବାକୁ ଭଡା ବାବଦକୁ ୩୦ ଡଲାର ଅର୍ଥାତ ୨୨୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

୩. ଆମେରିକା ଓ ଅନ୍ୟ ଦେଶମାନଙ୍କରେ ବ୍ୟବସାୟ କରୁଥିବା ମାର୍କେଟ୍ ଗାର୍ଡେନ୍ ବ୍ରୁଅରୀ କମ୍ପାନୀ ଭ୍ୟାକସିନ୍ ନେଉଥିବା ପ୍ରଥମ ୨୦୨୧ ଜଣଙ୍କୁ ମାଗଣାରେ ୫ଟି ବିୟର୍ ଦେବାକୁ ଅଫର୍ ଦେଇଛି।

୪. ମିଶିଗନରେ ମେଡିକାଲ ଗଞ୍ଜେଇ ବିକ୍ରି କରୁଥିବା କମ୍ପାନୀ ଭ୍ୟାକସିନ ନେଉଥିବା ଲୋକଙ୍କୁ ମାଗଣାରେ ଗଞ୍ଜେଇ ଦେବାକୁ ଘୋଷଣା କରିଛି।

୫. କ୍ୟାବ୍ ସର୍ଭିସ ଉବେର ଭାରତ ସମେତ ଏସିଆ, ଉତ୍ତର ଆମେରିଆଙ୍କ ଓ ୟୁରୋପରେ ଭ୍ୟାକସିନ୍ ପାଇଁ ଫ୍ରି ରାଇଡ୍ ଅଫର୍ ଦେଇଛି।

୬. ଚୀନ ରାଜଧାନୀ ବେଜିଙ୍ଗରେ ଟିକା କେନ୍ଦ୍ର ବାହାରେ ମ୍ୟାକ୍ ଡୋନାଲ୍ଡ ଆଇସକ୍ରିମ୍ ଦେବାକୁ ବୋର୍ଡ ମାରିଛି।

୭. ଚୀନରେ ଏକ ସରକାରୀ ଫଟୋ ଷ୍ଟୁଡିଓ ଭ୍ୟାକସିନ୍ ନେଲେ ବାହାଘର ଆଲବମରେ ୧୦ ପ୍ରତିଶତ ରିହାତି ଦେଉଛି।

୮. ଦିଲ୍ଲୀର କନୌଟ୍ ପ୍ଲେସରେ ଅନେକ ରେସ୍ତୋରାଁରେ ଭ୍ୟାକସିନ୍ ନେଉଥିବା ଲୋକଙ୍କ ଖାଇବା ବିଲ୍ ଉପରେ ୨୦-୩୦ ପ୍ରତିଶତ ରିହାତି ମିଳୁଛି। ଏଥିପାଇଁ ରେସ୍ତୋରାଁ ମାଲିକ ଗ୍ରାହକଙ୍କ ମୋବାଇଲକୁ ମେସେଜ୍ ପଠାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.