ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି- ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା, ଆପୋଲ, ଆମ୍ରି ଓ ଅଶ୍ୱୀନ ହସପିଟାଲ୍‌ ବି ସାମିଲ୍‌

Published By : Prameya-News7 Bureau | October 29, 2019 IST

ଭୁବନେଶ୍ୱର - ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟାକୁ ଗୋଲଡନ୍‌ ଆଓ୍ୱାର ବୋଲି କୁହାଯାଇଥାଏ । ଏହି ଏକ ଘଣ୍ଟା ମଧ୍ୟରେ ଠିକ୍‌ ଚିକିତ୍ସା ଉପଲବ୍ଧ ହେଲେ ଅନେକଙ୍କ ଜୀବନ ବଞ୍ଚିଯାଇପାରେ । ଏବେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟିବାର ପ୍ରଥମ ୪୮ ଘଣ୍ଟା ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ।

{"id":176320}

ଏଥିରେ ଭୁବନେଶ୍ୱର ଆପୋଲ, ଆମ୍ରି ଓ କଟକ ଅଶ୍ୱନୀ ହସପିଟାରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ । ଏ ସମ୍ପର୍କରେ ସବିଶେଷ ସୂଚନା ପାଇଁ ତିନି ଜଣ ଅଧିକାରୀଙ୍କ ଫୋନ୍‌ ନମ୍ବର ମଧ୍ୟ ଦିଆଯାଇଛି ଓ ଓ୍ୱେବସାଇଟର ଆଡ୍ରେସ ମଧ୍ୟ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.