ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା

Published By : Prameya-News7 Bureau | December 07, 2021 IST

କଳାହାଣ୍ଡି ୭୧୨: ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦେଲା ବଞ୍ଚିବାର ରାହା । ଇଚ୍ଛା ମୃତ୍ୟୁ ପାଇଁ ୩୦ ବର୍ଷ ବୟସ୍କ ଯୁବକ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲେ । ଏ ନେଇ ଖବର ପ୍ରସରଣ ପରେ ଅନୀଲ କପୁର ଶିଖାକୁ ମିଳିଲା ଚିକିତ୍ସା ସୁବିଧା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଶାଖାପାଟନମ୍ ମେଡି କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରି ମାଗଣା ଚିକିତ୍ସା ଆରମ୍ଭ କରାଯାଇଛି ।

{"id":555536,"sizeSlug":"full","linkDestination":"none"}

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ମାଦିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ କପୁର ଶିଖା ୨୦୧୫ ମସିହାରେ ଏକ ଦୁର୍ଘଟଣାରେ ଅଣ୍ଟା ତଳକୁ ପାରାଲିସିସ୍ ହୋଇ ଦୀର୍ଘ ୬ବର୍ଷ ହେଲା ଶଯ୍ୟାଶାୟୀ ରହିଥିଲେ । ଯୁକ୍ତ ୨ ପାଠ ପଢିଥିବା ଅନୀଲ ନିଜ ପରିବାରର ସାମର୍ଥ୍ୟ ଅନୁଯାୟୀ ଚିକିତ୍ସା ପରେ ଗରିବ ବାପା ଓ ମା’ର ବୋଝ ନ ହେବାକୁ ଇଚ୍ଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କଠାରେ ଆବେଦନ କରିଛି ।

{"id":555538,"sizeSlug":"full","linkDestination":"none"}

ଅନୀଲଙ୍କ ବାପା ଜଦୁମନ ଶିଖା ଜଣେ ରିକ୍ସା ଚାଳକ ଓ ମା’ କୋଶଲ୍ୟା ଜଣେ ଦୀନ ମଜୁରିଆ । ଏ ନେଇ ଗତ ୨୭ ତାରିଖରେ ନ୍ୟୁଜ୍ ସେଭେନ୍ ରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ କଳାହାଣ୍ଡି ଜିଲ୍ଲା ପ୍ରାଶାସନ ରେଡକ୍ରସରୁ ୨୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏହି ରାଶିରୁ ୧୧,୬୦୦ଟଙ୍କା ଆମ୍ବୁଲାନ୍ସ ଭଡା ଦେଇ ଅନୀଲ ବିଶାଖାପାଟନମ୍ ମେଡିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛି । ଯାହାକୁ ନେଇ ଅନୀଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ସଙ୍ଗେ ଚିକିତ୍ସା ଯୋଗାଇବାକୁ ନିବେଦନ ଜଣାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.