Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଯୁବକ ଓ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ମାଗଣା ଏକ ଲକ୍ଷ ୬୦ ହଜାର ସ୍ମାର୍ଟ ଫୋନ୍‌

3/12/2019 at 7:02 PM

ଚଣ୍ଡୀଗଡ ୦୩।୧୨ – ପଞ୍ଜାବ ସରକାର ଯୁବକମାନଙ୍କୁ ଏକ ଲକ୍ଷ ୬୦ ହଜାର ସ୍ମାର୍ଟ ଫୋନ୍‌ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସାଧାରଣତନ୍ତ୍ର ଦିବସରୁ ସ୍ମାର୍ଟ ଫୋନ୍‌ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ନିର୍ବାଚନ ସମୟରେ ଯୁବକମାନଙ୍କୁ ସ୍ମାର୍ଟଫୋନ୍‌ ଦେବ ବୋଲି ଘୋଷଣା କରିଥିଲା । ପ୍ରଥମ କରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ ଏହି ସ୍ମାର୍ଟଫୋନ୍‌ ଦିଆଯିବ ।


ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂ ଏ ବିଷୟରେ ଘୋଷଣା କରିଛନ୍ତି । ଯେଉଁମାନଙ୍କର ସ୍ମାର୍ଟଫୋନ୍‌ ନାହିଁ ସେମାନଙ୍କୁ ପ୍ରାଥମିକତା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୧.୬ ଲକ୍ଷ ସ୍ମାର୍ଟଫୋନ୍‌ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ସହାୟକ ହେବ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ କହିଛନ୍ତି । ଡିଜିଟାଲ୍‌ ଟେକନୋଲଜିର ଚାହିଦା ବୃଦ୍ଧି ପାଉଥିବାରୁ ଲୋକଙ୍କର ସ୍ମାର୍ଟଫୋନ୍‌ ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।

ମାତ୍ର ବିରୋଧୀ ଦଳର ନେତା ଏହାକୁ ନିନ୍ଦା କରିଛନ୍ତି । କଂଗ୍ରେସ ନିର୍ବାଚନ ସମୟରେ ଦିଆଯାଇଥିବା ଅନ୍ୟ ପ୍ରତିଶ୍ରୁତି ପୂରଣ କରୁନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

   Related Posts