ମାଗଣାରେ ଡାଇବେଟିସ୍ ଚକ୍ଷୁ ରୋଗ ନିରୂପଣ ଶିବିର- ଆସନ୍ତା ୧୪ ତାରିଖରେ ସମ୍ ହସ୍ପିଟାଲ୍ ଚକ୍ଷୁ ବିଭାଗ ଦ୍ୱାରା ଅନୁଷ୍ଠିତ ହେବ ଡାଇବେଟିକ୍ ରେଟିନୋପାଥି ନିରୂପଣ ଶିବିର
11/11/2019 at 5:32 PM

ଭୁବନେଶ୍ୱର, ୧୧/୧୧ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚକ୍ଷୁ ବିଭାଗ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୧୪ ତାରିଖ ଦିନ ବିଶ୍ୱ ମଧୁମେହ ଦିବସ ପାଳନ କରାଯିବ। ଏହି ଦିବସ ଉପଲକ୍ଷେ ବିନା ମୂଲ୍ୟରେ ମଧୁମେହ ପ୍ରଭାବିତ ଚକ୍ଷୁ ରୋଗ ନିରୂପଣ ଶିବିରଆୟୋଜନ କରାଯାଉଅଛି।
ସାଧାରଣତଃ ଚକ୍ଷୁର ରେଟିନା ବା ପଟଳ ଚକ୍ଷୁର ଦୃଷ୍ଟି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମାତ୍ର ରେଟିନା ବା ପଟଳର ସୁକ୍ଷ୍ମ ଶିରା ପ୍ରସିରା ଯେତେବେଳେ ଦୁର୍ବଳ ଓ ଆକ୍ରାନ୍ତ ହୋଇ ନିଷ୍କ୍ରିୟ ହୋଇପଡ଼େ ସେତେବେଳେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇବାର ସମସ୍ୟା ଅନୁଭବ କରିଥାଏ। ଯେ କୌଣସି ବୟସରେ ମଧ୍ୟ ଚକ୍ଷୁର ରେଟିନା ସମସ୍ୟା ହେବାର ସମ୍ଭାବନା ରହିଥାଏ। ତଥ୍ୟ ଅନୁଯାୟୀ ଯୁବାବସ୍ଥାରେ ୨୦ ପ୍ରତିଶତ ଓ ବୟସ୍କମାନଙ୍କ କ୍ଷେତ୍ରରେ ୪୦ ପ୍ରତିଶତ ଏହି ସମସ୍ୟା ଦେଖାଯାଇଥାଏ।
ଏକ ସୁସ୍ଥଜୀବନ ପାଇଁ ଚକ୍ଷୁର ସ୍ନାୟୁ ପଟଳ ବା ରେଟିନାକୁ ଅନ୍ତତଃ ବର୍ଷକୁ ଥରେ ଚକ୍ଷୁ ବିଶେଷଜ୍ଞଙ୍କ ପାଖରେ ପରୀକ୍ଷା କରାଇ ନେବା ଉଚିତ୍। ସୂଚନାଯୋଗ୍ୟ ଯେ ଆୟୋଜିତ ଏହି ସ୍ୱତନ୍ତ୍ର ଚକ୍ଷୁ ଶିବିରରେ ଯେଉଁମାନେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପିଡ଼ିତ ସେମାନେ ବିନା ମୂଲ୍ୟରେ ନିଜର ରେଟିନାକୁ ସମ୍ର ଚକ୍ଷୁ ବିଭାଗରେ ଚକ୍ଷୁ ବିଶେଷଜ୍ଞଙ୍କ ଠାରୁ ପରୀକ୍ଷା କରାଇପାରିବେ। ଅଧିକ ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର ୯୪୩୮୨୦୦୧୪୦ ଓ ୮୦୯୩୮୮୩୬୯୪ରେ ସମ୍ପର୍କ କରିପାରିବେ।