ଭୁବନରେ ଆରମ୍ଭ ହେଲା ନିଶୁଳ୍କ ଅକ୍ସିଜେନ୍ ସେବା

Published By : Prameya-News7 Bureau | June 02, 2021 IST

ଢେଙ୍କାନାଳ ୨।୬: କରୋନା ମହାମାରୀ ସଙ୍କଟର ଦ୍ଵିତୀୟ ଲହର ସାରା ଦେଶରେ ଘାତକ ସାବ୍ୟସ୍ତ ହୋଇଛି । ଅକ୍ସିଜେନ ଅଭାବ ଯୋଗୁଁ ଦୈନିକ ବହୁ କରୋନା ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଏଭଳି ସମୟରେ ଆଗକୁ ଆସିଛି ବିଷ୍ଣୁପ୍ରିୟା ଫାଉଣ୍ଡେସନ୍ । ଢେଙ୍କାନାଳ ଜିଲ୍ଲା  ଭୁବନର ଏହି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ବୁଧବାରଠାରୁ ଭୁବନ ଭଳି ଜନବହୁଳ ସହରରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଶୁଳ୍କ ଅକ୍ସିଜେନ୍ ଯୋଗାଣ ସେବା ଆରମ୍ଭ କରାଯାଇଛି ।

{"id":460232,"sizeSlug":"large","linkDestination":"none"}

ବୁଧବାର ଅୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ପ୍ରଭାସ ବେଉରା ଯୋଗଦେଇ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଫାଉଣ୍ଡେସନ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ଏହି ସେବା ୬ ଜଣ ସଦସ୍ୟଙ୍କ ସକ୍ରିୟ ସହଯୋଗରେ ୨୪ ଘଣ୍ଟିଆ ସେବା ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ମାତୃପ୍ରସାଦ ମିଶ୍ର, ଭୁବନ ଆଇଆଇସି ପ୍ରଶାନ୍ତ ପାତ୍ର, ଜଗନ୍ନାଥ ମନ୍ଦିର ଉପଦେଷ୍ଟା ସମାଜସେବୀ ଗୋପୀନାଥ ମହାନ୍ତି ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.