Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଆଗାମୀ ୨ ବର୍ଷ ମଧ୍ୟରେ ସଂଯୋଗ ହେବ ମାଗଣା ଏଲ୍‌ପିଜି ଗ୍ୟାସ୍‌ : ଲାଭବାନ୍‌ ହେବେ ଏତିକି କୋଟି ଉପଭୋକ୍ତା, ଯୋଜନା କରିଛନ୍ତି କେନ୍ଦ୍ର ସରକାର

28/02/2021 at 10:04 PM

ନୂଆଦିଲ୍ଲୀ ୨୮/୦୨ : କେନ୍ଦ୍ର ସରକାର ଆଗାମୀ ୨ ବର୍ଷ ମଧ୍ୟରେ ୧ କୋଟିରୁ ଉର୍ଦ୍ଧ୍ବ ଆବଶ୍ୟକ ଲୋକଙ୍କୁ ମାଗଣା ଏଲ୍‌ପିଜି ଗ୍ୟାସ୍‌ ସଂଯୋଗ ପାଇଁ ଏବଂ ରୋଷେଇ ଗ୍ୟାସ୍‌କୁ ଲୋକମାନଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଅନୁଯାୟୀ ଦେଶର ୧୦୦ ପ୍ରତିଶତ ଲୋକଙ୍କ ନିକଟରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

କେନ୍ଦ୍ର ପେଟ୍ରୋଲିୟମ ସଚିବ ତରୁଣ କପୁର କହିଛନ୍ତି, କେବଳ ପରିଚୟ ପତ୍ର ଦ୍ବାରା ଏବଂ କୌଣସି ଆବାସ ପ୍ରମାଣପତ୍ର ବିନା ଗ୍ୟାସ୍‌ ସଂଯୋଗ ଦିଆଯାଇପାରିବ । ଏହା ସହିତ ଖୁବ ଶୀଘ୍ର ଉପଭୋକ୍ତାମାନଙ୍କୁ ଗୋଟିଏ ଡିଲର ବଦଳରେ ଆଖପାଖର ୩ଜଣ ଡିଲରଙ୍କ ଠାରୁ ଗ୍ୟାସ୍‌ ରିଫିଲ୍‌ ସିଲିଣ୍ଡର ନେବା ପାଇଁ ବିକଳ୍ପ ମଧ୍ୟ ମିଳିବ ।

ଗତ ୪ ବର୍ଷ ମଧ୍ୟରେ ଦେଶରେ ମୋଟ ୮ କୋଟି ମହିଳାଙ୍କ ଘରେ ମାଗଣା ଏଲ୍‌ପିଜି ସଂଯୋଗ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶର ଉପଯୋଗକର୍ତ୍ତାଙ୍କ ସଂଖ୍ୟା ପ୍ରାୟ ୨୯ କୋଟି । ଚଳିତ ବର୍ଷ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌ ଅନୁଯାୟୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧିନରେ ଏକ କୋଟିରୁ ଉର୍ଦ୍ଧ୍ବ ମାଗଣା ଗ୍ୟାସ୍‌ ସଂଯୋଗ ପାଇଁ ଯୋଜନା କରାଯାଇଛି ।

   Related Posts