Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସମ୍ ନର୍ସିଂ କଲେଜ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

5/02/2019 at 1:45 PM

ଭୁବନେଶ୍ୱର ୫/୨ : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ମହୁଲ ନୋଡାଲ୍ ହାଇସ୍କୁଲ୍ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିସିନ୍, ପଲମୋନାରୀ ମେଡିସିନ୍, ପେଡିଆଟ୍ରିକ୍, ଅବ୍ସଟେଟ୍ରିକ୍ସ ଆଣ୍ଡ ଗାଇନାକୋଲୋଜି, ଚର୍ମ ଏବଂ ଚକ୍ଷୁ ବିଭାଗର ୬ ଜଣ ଡାକ୍ତର ଏହି ସ୍ୱାସ୍ଥ୍ୟ ଶିବିରରେ ଗ୍ରାମବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସମ୍ ନର୍ସିଂ କଲେଜର ୧୫ ଜଣ ଫାକଲ୍ଟି, ୨୩ ଜଣ ଏମ୍ଏସ୍ସି ନର୍ସିଂ ଛାତ୍ରୀ ଏବଂ ୧୫ ଜଣ ଇଂଟନ୍ ଏହି କ୍ୟାମ୍ପରେ ଯୋଗ ଦେଇଥିଲେ ।


ଏହି କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍କ୍ରିନିଂ ଏବଂ ବିଭିନ୍ନ ରୋଗର ଆଗୁଆ ଚିହ୍ନଟ । ଏଥି ସହିତ ମାଗଣା ଚିକିତ୍ସା ମଧ୍ୟ କରାଯାଇଥିଲା । ସେହିପରି ଋତୁସ୍ରାବଜନିତ ସମସ୍ୟା ଓ ଓଭରିଆଲ୍ କ୍ୟାନ୍ସରର ଆଗୁଆ ଲକ୍ଷଣ, ଡାଇରିଆକୁ ରୋକିବା ପାଇଁ ଘରୋଇ ଚିକିତ୍ସା, ମାନସିକ ରୋଗର ଚିକିତ୍ସା ଏବଂ ଚାପରୁ ମୁକ୍ତି ପାଇବା ନିମନ୍ତେ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଇଥିଲା । କ୍ୟାମ୍ପରେ ସର୍ବମୋଟ ୧୬୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ଶରୀରର ସମ୍ପୂର୍ଣ୍ଣ ପରୀକ୍ଷା କରିବା ସହ କିଛି ଜଣକୁ ଅଧିକ ଚିକିତ୍ସା ପାଇଁ ସମ୍ ହସ୍ପିଟାଲକୁ ମଧ୍ୟ ପଠାଯାଇଥିଲା ।


ଏହି କ୍ୟାମ୍ପଟି ଏସ୍ଏନ୍ସିର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ, ପ୍ରଫେସର ତପତି ଶାହା ଏବଂ ମହୁଲ ନୋଡାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ମିଶ୍ର ଉଦଘାଟନ କରିଥିଲେ ।


ଏହି କ୍ୟାମ୍ପରେ ସୋଆ ପରିଚାଳିତ ଜାମୁଝରୀ ରୁରାଲ୍ ହେଲ୍ଥ ଟ୍ରେନିଂ ସେଂଟରର କର୍ମକର୍ତାମାନେ ଅନେକ ସହଯୋଗ କରିଥିଲେ । ଏହି କ୍ୟାମ୍ପକୁ ମହୁଲ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଅନେକ ପ୍ରଶଂସା କରିଥିଲେ ।

   Related Posts