ବେଙ୍ଗାଲୁରୁରେ କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

Published By : Prameya-News7 Bureau | January 06, 2020 IST

ବେଙ୍ଗାଲୁରୁ ୬/୧: କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ତିନି ଲକ୍ଷରୁ ଅଧିକ ଓଡ଼ିଆ ବେଙ୍ଗାଳୁରୁରେ ରହୁଥିବା ବେଳେ ସେମାନଙ୍କ ପାଇଁ କାମ କରିଥାଏ ଏହି ସ୍ବେଚ୍ଛାସେବୀ ସଂଗଠନ। ବେଙ୍ଗାଳୁରୁର ପିନିଆ ଶିଳ୍ପାଅଞ୍ଚଳରେ ଥିବା କେବିଏଫ୍ ଶାଖା ପକ୍ଷରୁ କରାଯାଇଥିବା ଏହି ସ୍ବାସ୍ଥ୍ୟ ଶିବିର ପାଇଁ ସହାୟତାର ହାତ ବଢ଼ାଇଥିଲା ସରକାରୀ କ୍ୟାନ୍ସର ହସ୍ପିଟାଲ କିଡୱଆଇ ହସ୍ପିଟାଲ ।

{"id":207525,"sizeSlug":"large"}

ସିକିମ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ଜଗନ୍ନାଥ ପଟ୍ଟନାୟକ ସ୍ବାସ୍ଥ୍ୟ ଶିବିରର ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଇ ଅମ୍ବିକା ହସ୍ପିଟାଲର ମୁଖ୍ୟ ନିର୍ଦ୍ଦେଶକ ଡାକ୍ତର କେ.ଶ୍ରୀନିବାସ ମୂର୍ତ୍ତି ଓ ସ୍ଥାନୀୟ କର୍ପୋରେଟର ଶ୍ରୀମତି ହେମଲତା ଯୋଗଦେଇଥିଲେ ।

{"id":207526,"sizeSlug":"large"}

ସ୍ଥାନୀୟ ରାଘେବେନ୍ଦ୍ର ସ୍କୁଲ ପରିସରରେ ହୋଇଥିବା ଏହି ସ୍ବାସ୍ଥ୍ୟ ଶିବିରରେ ଲୋକମାନଙ୍କୁ ବିଭିନ୍ନ ରୋଗ ବିଷୟରେ ସଚେତନ କରାଯିବା ସହିତ ମାଗଣାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଶତାଧିକ ଲୋକ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ନେଇଛନ୍ତି।

{"id":207527,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.