ଆରୋଗ୍ୟମ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ୩୨୨ ରୋଗୀଙ୍କୁ ମିଳିଲା ଚିକିତ୍ସା ସୁବିଧା

Published By : Prameya-News7 Bureau | January 04, 2021 IST

ଭଦ୍ରକ, ୦୪|୦୧:  ଆରୋଗ୍ୟମ୍ ତରଫରୁ ଭଦ୍ରକ ଜିଲ୍ଲାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି । ଏହି ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍ଦଘାଟନ କରିଥିଲେ ।

ଭଦ୍ରକ ସହରାଞ୍ଚଳର ଆରଡି ଛକ ନିକଟ ପ୍ରଜାପତି କଲ୍ୟାଣ ମଣ୍ଡପଠାରେ ଏକ ନୂତନ ପଲ୍ଲୀ କ୍ଲିନିକ ଉଦ୍‌ଘାଟନ ଅବସରରେ ୩୨୨ ଜଣ ରୋଗୀଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହାସହ ଜିଲ୍ଲା ତଥା ଜିଲ୍ଲା ବାହାରର ଡାକ୍ତରଙ୍କ ତରଫରୁ ସେବା ଯୋଗାଇ ଦିଆଯାଇଛି । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଆସିଥିବା ରୋଗୀମାନଙ୍କୁ ଡାକ୍ତରମାନେ ମାଗଣାରେ  ଚିକିତ୍ସା କରିଥିଲେ ।

ମ୍ୟାନକାଇଣ୍ଡ୍ କମ୍ପାନୀ ପକ୍ଷରୁ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏହି କ୍ଲିନିକରେ ଅନ୍‌ଲାଇନ ଯୋଗେ ନାମ ପଞ୍ଜିକରଣ କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.