ବାହାର ରାଜ୍ୟର ୬୫ ହଜାର ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଓ ମେଡିସିନ୍ ବ୍ୟବସ୍ଥା: ସୁବ୍ରତ ବାଗଚୀ

Published By : Prameya-News7 Bureau | April 09, 2020 IST

ଭୁବନେଶ୍ବର୯/୪: ରାଜ୍ୟରେ ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତ ସଂଖ୍ୟା ୪୪ ଛୁଇଁଛି । ଆଜି ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଢ଼େଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ପଶ୍ଚିମବଙ୍ଗ ମେଦିନିପୁର ଅଂଚଳରେ । ସେ ଭୁବନେଶ୍ବରର ଏକ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଥଲେ ବୋଲି ଜଣାପଡ଼ିଛି ।  ଆଜିସୁଦ୍ଧା ରାଜ୍ୟରେ ୨ହଜାର ୮୪୧ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୪୪ଟି ପଜିଟିଭ୍‌ ଆସିଛି । ୧୦୬ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ସେହିଭଳି କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି କୋଭିଡ୍‌ ୧୮ ମୁଖପାତ୍ର ସୁବ୍ରତ ବାଗଚୀ ।

{"id":251528,"sizeSlug":"large"}

ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଢ଼େଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ପଶ୍ଚିମବଙ୍ଗ ମେଦିନିପୁର ଅଂଚଳରେ ବୋଲି ଜଣାପଡ଼ିଛି । ଢ଼େଙ୍କାନାଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ମହିଳା ଓ ତାଙ୍କ ବୟସ ୫୧ବର୍ଷ । ସେହଭଳି ମେଦିନିପୁର ଅଂଚଳର ଚିହ୍ନଟ କରୋନା ଆକ୍ରାନ୍ତ ଭୁବନେଶ୍ବରରେ ଏକ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସଂପୃକ୍ତ ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

{"id":251529,"sizeSlug":"large"}

ଆଜିସୁଦ୍ଧା ରାଜ୍ୟରେ ୨ହଜାର ୮୪୧ଜଣଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୪୪ଟି ପଜିଟିଭ୍‌ ଆସିଛି । ୧୦୬ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାହାର ରାଜ୍ୟରେ ଅଟକ ଓଡ଼ିଆଙ୍କ ସମ୍ପର୍କରେ ସେଠାକାର ରାଜ୍ୟ ସରକାରଙ୍କ ସହ ଲଗାତର ସମ୍ପର୍କରେ ଅଛନ୍ତି ସରକାର । ସଂକ୍ରମଣ ରୋକିବାକୁ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ଟି ଅଂଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

{"id":251531,"sizeSlug":"large"}

ସେହିଭଳି ରାଜ୍ୟରେ କରୋନା ସଂକ୍ରମିତ ଏବଂ ଆଇସୋଲେସନରେ ଥିବା ପେସେଣ୍ଟଙ୍କ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି । ଆମ ପାଖରେ ଆଗାମୀ ୧ମାସ ପାଇଁ PPE ମହଜୁଦ ଅଛି । ୪ରୁ ୮ମାସ ପର୍ଯ୍ୟନ୍ତ ମାସ୍କ ଓ ମେଡିସିନ୍‌ ବ୍ୟବହାର ହୋଇପାରିବ । ରାଜ୍ୟରେ ଅଟକ ରହିଥିବା ବାହାର ରାଜ୍ୟର ପ୍ରାୟ ୬୫ହଜାର ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଓ ମେଡିସିନ୍‌ ବ୍ୟବସ୍ଥା କରାଯାଇଛି । ରାଜ୍ୟ କଣ୍ଟିଜେନ୍ସ ଫଣ୍ଡର ଅର୍ଥ ୨ହଜାର କୋଟିକୁ ବୃଦ୍ଧି କରାଯାଇଛି ।

{"id":251534,"sizeSlug":"large"}

ସେହଭଳି ଆଜି ଠାରୁ ରାଜ୍ୟରେ ପ୍ରତ୍ୟେକ ଲୋକଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପବ୍ଲିକ ପ୍ଲେସରେ ମାସ୍କ ନପିନ୍ଧିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଇଛି । ଏଥି ପାଇଁ ୫ଶହ ଟଙ୍କା ପର୍ଯ୍ୟନ୍ତ ପାଇନ୍‌ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.