ସୁବର୍ଣ୍ଣପୁର ଜିଲା ତରଭା ବ୍ଲକରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
15/10/2018 at 12:06 PM

ସୁବର୍ଣ୍ଣପୁର ୧୫/୧୦:ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ମେଣ୍ଡା ମହର୍ଷି ବୁଦ୍ଧରାମ ଡିଗ୍ରି ମହାବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦଘାଟିତ ହୋଇଯାଇଛି । ଯୁବ ରେଡକ୍ରସ, ମହାନଦୀ ନେତ୍ର ଚିକିତ୍ସାଳୟ ଓ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ସର୍ବମୋଟ ୧୨୫ଜଣ ବ୍ୟକ୍ତିଙ୍କର ଚକ୍ଷୁ ଚିକିତ୍ସା କରାଯିବା ସହ ୩୦ଜଣଙ୍କର ମାଗଣାରେ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା ସହ ମାଗଣା ଔଷଧ ଓ ଚଷମା ବଂଟନ କରାଯାଇଥିଲା।ଇତ୍ୟବସରରେ ଅନୁଷ୍ଠିତ ସଭାରେ ଉଚ୍ଚଶିକ୍ଷା ପରାମର୍ଶ ଦାତା ପ୍ରଫୁଲ୍ଲ କୁମାର ରଥ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସଂଯୋଜନା ବିକାଶ କୁମାର ସାହୁ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରେଡକ୍ରସର ଜିଲା ପରାମର୍ଶଦାତା ଉମାକାନ୍ତ ନାଗ ପ୍ରମୁଖ ଯୋଗଦାନ କରିଥିଲେ
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021