ନିଜ ଭାଷାରେ ପଢିବେ ନିଜ ପ୍ରଯୁକ୍ତିଜ୍ଞାନ ବଢାଇବେ : ଓଡିଶା ପିଲାଙ୍କ ପାଇଁ ନୂଆ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ପାଠପଢା ଡଟ୍ ଇନ୍, ଏକ ନିଆରା ପ୍ରୟାସ

Published By : Prameya-News7 Bureau | January 29, 2021 IST

ଭୁବନେଶ୍ୱର,୨୯/୦୧: କରୋନା ମହାମାରୀ ଦେଶର ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିଲା । ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ସମସ୍ତ ଛାତ୍ରଛାତ୍ରୀ ଘରେ ରହୁଥିଲେ । ଅନଲାଇନ୍ ଦ୍ୱାରା ପାଠ ପଢୁଥିଲେ । ପରେ ସରକାରଙ୍କ ଦ୍ୱାରା ଅନଲାଇନରେ ପାଠପଢା ଆରମ୍ଭ ହୋଇଥିଲା । ମୋବାଇଲ ଓ ଇଣ୍ଟରନେଟ୍ ଆଦି ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ ହିଁ ପାଠ ପଢୁଥିଲେ । ଏହି ସମୟରେ ଓଡିଶାର କିଛି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଅନଲାଇନରେ ପିଲାଙ୍କୁ ପାଠ ପଢାଇବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି । ସେମାନେ ମାଗଣାରେ ଶିକ୍ଷାଦାନ କରିବା ସହ ପାଠପଢାକୁ ନେଇ ଥିବା ଛାତ୍ରଛାତ୍ରୀଙ୍କର ସମସ୍ତ ସମସ୍ୟ ଦୂର କରୁଛନ୍ତି । ପାଠପଢା.ଇନ୍ ନାମରେ ସେମାନେ ପିଲାଙ୍କୁ ପାଠ ପଢାଉଛନ୍ତି । ଆଇଆଇଆଇଟିର ଛାତ୍ରଛାତ୍ରୀଙ୍କ ଏହି ଅଭିଯାନକୁ ଚାରିଆଡେ ପ୍ରଶଂସା ମଧ୍ୟ କରାଯାଉଛି ।

ମହାମାରୀ ସମୟରେ ଯେପରି ପିଲାମାନେ ଘରେ ପାଠପଢାରେ କୌଣସି ସମସ୍ୟା ବା ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାକୁ ନଜରରେ ରଖି ଭାବତୋଷ ମହାନ୍ତନାମକ ଜଣେ ଇଞ୍ଜିନିୟରିଂ ଛାତ୍ର Pathapadha.in ପ୍ରତିଷ୍ଠା କରିଥିଲେ । ରାଜ୍ୟ ପାଇଁ କିଛି ଭଲ କରିବାର ମହତ ଉଦ୍ଦେଶ୍ୟ ରଖି ସେ ଏହାକୁ ଆରମ୍ଭ କରିଥିଲେ । ଏହାପରେ ସେ ତାଙ୍କ ବନ୍ଧୁ ତଥା ସହ ପ୍ରତିଷ୍ଠାତା ରଶ୍ମି ରଞ୍ଜନ ଦାସ, ଶୋଭନ ପଣ୍ଡା, ସ୍ମିତା ଝା ଓ ସୁମନ ପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରଠୁ ଆରମ୍ଭ ହୋଇଥିଲା ସେମାନଙ୍କର ଏହି ମହତ୍ ଅଭିଯାନ ।

ସେମାନଙ୍କ କହିବାନୁସାରେ, ନିଜ ମାତୃଭାଷାରେ ଶିକ୍ଷାଲାକ୍ଷଠୁ ଭଲ ବିକଳ୍ପ ଆଉ କିଛି ନାହିଁ । ତେଣୁ ମାତୃଭାଷାରେ ହିଁ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ଏପରି ହେଲେ କେହି ଛାତ୍ରଛାତ୍ରୀ କୌଣସି ଭାଷାକୁ ଆଧାର କରି ସେମାନଙ୍କ ପାଠପଢାରେ ଡୋରି ବାନ୍ଧିବେ ନାହିଁ କିମ୍ବା ଅଟକିବେ ନାହିଁ । ସେମାନଙ୍କ ଲକ୍ଷ ହେଉଛି ଯେ, ପିଲାମାନେ କିପରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଡିବେ । କୋଡ୍ ବିଷୟରେ ଜାଣିବା, ସମସ୍ୟାର ସମାଧାନ, ଓ୍ୱେବସାଇଟ୍ ଡେଭଲପ୍ ଓ ରୋବୋଟିକ୍ସରେ କାମ କରିବା ଆଦି ପିଲାଙ୍କୁ ଶିଖାଯାଉଛି । ଯାହା ଭବିଷ୍ୟତରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ । ଗ୍ରୁପର ସଦସ୍ୟମାନେ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି ସବୁ ଶିଖାଉଛନ୍ତି ।ଅର୍ଥାତ ଛାତ୍ରଛାତ୍ରୀମାନେ ବିନା କୌଣସି ଅର୍ଥ ପ୍ରଦାନ କରି ବିଭିନ୍ନ କୌଶଳ ଶିଖିପାରିବେ ।

wp:embed {"url":"https://twitter.com/NEWS7Odia/status/1355119661239529475","type":"rich","providerNameSlug":"twitter","responsive":true,"className":""}
https://twitter.com/NEWS7Odia/status/1355119661239529475
/wp:embed

ପାଠପଢା ନାମରେ ସେମାନଙ୍କର ୟୁଟ୍ୟୁବ ଚ୍ୟାନେଲ୍ ରହିଛି । ସେଥିରେ ସି, ସି ପ୍ଲସ୍ ପ୍ଲସ୍, ପାଇଥନ୍, ଓ୍ୱେବ ଡେଭଲେପମେଣ୍ଟ୍ ଆଦି ବିଷୟରେ ଅନେକ ଭିଡିଓ ରହିଛି । ଏହାସହ ଓ୍ୱେବସାଇଟ୍ ଭିଜିଟ୍ କରି ଜ୍ଞାନ ଆହରଣ କରିହେବ । ଏହାସହ ନୋଟସ୍, ଇବୁକସ, ଟେକନିକାଲ ଆର୍ଟିକିଲସ୍ ଆଦି ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ପ୍ରଶ୍ନୋତ୍ତର ପଚରାଉଚରା, କ୍ୟାରିଅର କାଉନସେଲିଂର ସବୁଧା ରହିଛି । ସ୍ପୋକେନ୍ ଇଂଲିଶ୍, କମ୍ପିଟେଟିଭ୍ ପରୀକ୍ଷା ପାଇଁ ମ୍ୟାଟେରିଆଲ ପ୍ରଦାନ କରାଯାଉଛି ।

କେବଳ ଏତିକି ନୁହେଁ ମହତ ଅଭିଯାନ ଆରମ୍ଭ କରିଥିବା ଏହି ଯୁବଗୋଷ୍ଠୀ ଅନଲାଇନ୍ କୋର୍ସ ମାଧ୍ୟମରେ ବିଭିନ୍ନ ଅନାଥାଶ୍ରମ, ସ୍କୁଲରେ ମଧ୍ୟ ପାଠପଢାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ବିଭିନ୍ନ ଏନଜିଓର ସାହାଯ୍ୟ ମଧ୍ୟ ନେଉଛନ୍ତି । ପାଠପଢା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ୍ ରହିଛି । ଫେସବୁକ, ଟ୍ୱିଟର୍, ଇନଷ୍ଟାଗ୍ରାମରେ ଓ ଲିଙ୍କଡିନରେ ବିଭିନ୍ନ ଉପଦେୟ ପୋଷ୍ଟ୍ କରାଯାଉଛି । ଯାହା ଛାତ୍ରଛାତ୍ରୀଙ୍କୁ ଅନେକ ଫାଇଦା ଦେଇଥାଏ । ପାଠପଢାର ମାର୍କେଟିଂ ଦାୟିତ୍ୱରେ ପ୍ରତ୍ୟାଶା ସାହୁ, କ୍ରିଏଟିଭ୍ ଟିମ୍ ମୁଖ୍ୟ ସାର୍ଥକ କୁମାର ଦାସ୍ ମିଳିତ ଭାବେ ସୋସିଆଲ ମିଡିଆରେ ଅନେକ ଉପାଦେୟ ତଥ୍ୟ ସେୟାର କରିଥାନ୍ତି ।

ସେମାନଙ୍କର ଏହି ପ୍ରୟାସକୁ ଅନେକ ପ୍ରଶାସନିକ ଅଧିକାରୀ, ଫିଲ୍ମ ନିର୍ମାତା, ଉଦ୍ୟୋଗୀ ଆଦି ସମର୍ଥନ କରୁଛନ୍ତି । ଏହାସହ ପ୍ରୋତ୍ସାହିତ କରୁଛନ୍ତି । ଏହି ପ୍ରୟାସ ସେମାନଙ୍କର ନିଜ ସ୍ୱପ୍ନ ସହ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ଲକ୍ଷ୍ୟ ହାସଲରେ ଫଳଫ୍ରଦ ହେବ ବୋଲି ସେମାନେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.