Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଉତ୍ତର ପ୍ରଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ମାଗଣାରେ ଦିଆଯିବ କରୋନା ଟିକା, ଯୋଗୀ କ୍ୟାବିନେଟ୍‌ର ବଡ ନିଷ୍ପତ୍ତି

20/04/2021 at 10:06 PM

ଲକ୍ଷ୍ନୌ ୨୦।୦୪: ଉତ୍ତର ପ୍ରଦେଶରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି। ସଂକ୍ରମଣର ମୁକାବିଲା ପାଇଁ ଯୋଗୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ମାସରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ମେ ୧ରୁ ଉତ୍ତର ପ୍ରଦେଶରେ ଟିକାକରଣ ଅଭିଯାନ ଆଧାରରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ଉତ୍ତର ପ୍ରଦେଶ କ୍ୟାବିନେଟ୍ ମଙ୍ଗଳବାର ଏହି ନିର୍ଣ୍ଣୟ ନେଇଛନ୍ତି। ଏହି ସମ୍ବନ୍ଧରେ ଉତ୍ତର ପ୍ରଦେଶ ସ୍ଵାସ୍ଥ୍ୟ ମନ୍ତ୍ରୀ ସୁରେଶ ଖନ୍ନା ବିସ୍ତୃତ ସୂଚନା ଦେବେ।

ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ଲୋକଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମଗ୍ର ଦେଶର ଔଷଧ କମ୍ପାନୀ ଏବଂ ଡାକ୍ତରଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ଏଣିକି ରାଜ୍ୟଗୁଡିକ ୫୦ ପ୍ରତିଶତ ଟିକା ପାଇ ପାରିବେ। ଉତ୍ପାଦନକାରୀ ସଂସ୍ଥା କେନ୍ଦ୍ରକୁ ୫୦ ପ୍ରତିଶତ ଟିକା ଯୋଗାଇ ଦେବେ। ବାକି ୫୦ ପ୍ରତିଶତ ଟିକା ଉତ୍ପାଦକ ରାଜ୍ୟମାନଙ୍କୁ ଏବଂ ଖୋଲା ବଜାରକୁ ଦେଇ ପାରିବେ। ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର ଓ ଶିଳ୍ପ ସଂସ୍ଥା ସିଧାସଳଖ ଉତ୍ପାଦକଙ୍କଠୁ ଟିକା କିଣିବାକୁ ଅନୁମତି ଦିଆଯାଇଛି।

ଭାରତ ସରକାର ନିଜ ଅଂଶରୁ ୫୦ ପ୍ରତିଶତ ଟିକା ରାଜ୍ୟଗୁଡିକୁ ଦେବ। ହେଲେ ଟିକା ବଣ୍ଟନ ପାଇଁ ୩ ମାପଦଣ୍ଡ ରଖାଯାଇଛି। କେନ୍ଦ୍ର କୋଟାରୁ କେଉଁ ରାଜ୍ୟକୁ କେତେ ଟିକା ଦିଆଯିବ ତାହା ନିର୍ଦ୍ଧାରିତ ହେବ। ତିନୋଟି ମାପକାଠି ହେଉଛି ରାଜ୍ୟରେ ସଂକ୍ରମଣ ଏବଂ କେତେ ଆକ୍ଟିଭ୍ କେସ୍ ରହିଛି, କୋଭିଡ୍ ପରିଚାଳନା କେମିତି ରହିଛି ? ଟିକାର ଅପଚୟ କେତେ ହେଉଛି ଏହା ଦେଖି ରାଜ୍ୟଗୁଡିକୁ କେତେ ଟିକା ମିଳିବ ନିର୍ଦ୍ଧାରଣ କରାଯିବ।

   Related Posts