କେବଳ ଲାଇନରେ ଛିଡା ହୋଇ ଦିନକୁ ରୋଜଗାର କରନ୍ତି ୧୬ ହଜାର ଟଙ୍କା, କେମିତି ଜାଣିଛନ୍ତି ?

Published By : Prameya-News7 Bureau | January 24, 2022 IST

ଇଂଲଣ୍ଡ ୧୨/୦୧ : ଆଜିକାଲି ଚାକିରି ଏକ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଚାକିରି ନପାଇ ଘରେ ବସିଛନ୍ତି। କିନ୍ତୁ କଥାର ନାହିଁ ବୁଦ୍ଧି ଓ ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆସେ।  ଯଦି ଆପଣଙ୍କ ପାଖରେ କୌଣସି ଚାକିରି ନାହିଁ। ତାହେଲେ ଘରେ ନ ବସି ଭାବିବାକୁ ପଡିବ କଣ କଲେ ଆମକୁ ଚାକିରି ମିଳିବ। ତାପରେ ବି ଯଦି ଚାକିରି ନ ମିଳୁଛି ତାହେଲେ ବୁଦ୍ଧି ଖଟେଇବାକୁ ପଡିବ, କଣ କଲେ ଆମେ ରୋଜଗାର କରି ପାରିବା।  ଏମିତି ତ ଲୋକମାନେ ରୋଜଗାରର ଅନେକ ମାଧ୍ୟମ ବାଛିନିଅନ୍ତି।  କିନ୍ତୁ ଜଣେ ବ୍ୟକ୍ତି ଏମିତି ବୁଦ୍ଧି ଲଗେଇ କାମ କରିଛନ୍ତି, ଯାହାକୁ ନେଇ ପୂରା ଦୁନିଆ ତାଙ୍କୁ ସାବାସି ଦେଉଛନ୍ତି। 

ଆମେ ଆଜି ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯିଏକି ଲାଇନରେ ଛିଡା ହୋଇ ପ୍ରତିଦିନ ୧୬ ହଜାର ଟଙ୍କା ରୋଜଗାର କରନ୍ତି।  ଅଜବ ଲାଗିଲେ ବି ସତ। ଭାବୁଥିବେ ଲାଇନରେ ଛିଡା ହୋଇ କେମିତି ରୋଜଗାର।  

ସୂଚନା ଅନୁଯାୟୀ ଫ୍ରେଡି ବେକିଟି ନାମକ ଜଣେ ବ୍ୟକ୍ତି ଏକ ଆଇଡିଆ ବାହାର କରିଛନ୍ତି। ସେ ପ୍ରତିଦିନ ଛିଡା ହୋଇ୧୬ ହଜାର ଟଙ୍କା ରୋଜଗାର କରନ୍ତି।  ଏମିତି ଫ୍ରେଡି ୩ ବର୍ଷ ଧରି କରିଆସୁଛନ୍ତି। ଆଉ ସବୁଠୁ ବଡ କଥା ହେଉଛି ଏହି କାମକୁ ସେ ନିଜର ଏକ  ବ୍ୟବସାୟ ବି କରି ଦେଇଛନ୍ତି।

ଯେଉଁଲୋକମାନେ  ଲାଇନରେ ଛିଡା ହେବାକୁ ପସନ୍ଦ କରନ୍ତିନି, ସେ ଫ୍ରେଡିଙ୍କୁ ସଂପର୍କ କରନ୍ତି। ଫ୍ରେଡି ତାଙ୍କ ବଦଳରେ ଲାଇନରେ ଛିଡା ହୋଇ ସେମାନଙ୍କ  କାମ କରି ଦିଅନ୍ତି। ଆଉ ତା ବଦଳରେ ଟଙ୍କା ନିଅନ୍ତି।  ମ୍ୟୁଜିକ କନର୍ସଟ୍ ହେଉକି ସ୍ପୋର୍ଟ୍ସ ଟୁର୍ଣ୍ଣାମେଣ୍ଟର ଟିକେଟ୍‌ ଏସବୁ ଫ୍ରେଡି ଯୋଗାଇଦିଅନ୍ତି। ଏହି ସୁବିଧା ସେ  ଲଣ୍ଡନରେ ଦିଅନ୍ତି। ତେବେ ଏ ବିଷୟରେ ଫ୍ରେଡି କୁହନ୍ତି ଯେ, ସେ କେବଳ ଗୋଟିଏ ଘଣ୍ଚା  ଲାଇନରେ ଛିଡା ହେବାରୁ ୨ ହଜାର ଟଙ୍କା ଫିସ୍ ନିଅନ୍ତି। ଅନେକ ଥର ଏମିତି ହୋଇଛି ଯେ, ସେ ଏହି କାମ କରି ଦିନକୁ ୧୫ରୁ ୧୬ ହଜାର ଟଙ୍କା ରୋଜଗାର କରିନିଅନ୍ତି।  ଏମିତି କରି ମାସରେ  ସେ ମୋଟା ଅଙ୍କର ଟଙ୍କା ରୋଜଗାର କରି ନିଅନ୍ତି। ଫ୍ରେଡି ନିଜ ବୁଦ୍ଧି ବଳରେ ରୋଜଗାର କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.