ଶୋଇବା ଘରୁ ବାହାରିଲେ ସାପ : ଗୋଟିଏ ନୁହଁ କି ଦୁଇଟି ନୁହେଁ ଏକାଥରେ ବାହାରିଲେ ୧୭ ଛୁଆ, ଆଉ ତାପରେ...

Published By : Prameya-News7 Bureau | July 27, 2021 IST

ଜର୍ଜ୍ଜିଆ ୨୭/୭ : ସାପର ନାଁ ଶୁଣିଲେ ନିଜର ମନରେ ଭୟ ଆସିଯାଏ । ଆଉ ଯଦି ବେଡ ତଳେ ସାପ ଥିବ ତାହେଲେ ଅବସ୍ଥା କଣ ହେବ । ଏହା କିନ୍ତୁ ବାସ୍ତବରେ ସତ । କାରଣ ଜର୍ଜିଆରେ ଘଟିଛି ଏପରି ଘଟଣା । ଜଣେ ମହିଳାଙ୍କ ବେଡ ତଳେ ଠାବ ହୋଇଛି ସାପ ଶିବିର । ଏହା ଶୁଣିବାକୁ ଅଜବ ଲାଗୁଛି, କିନ୍ତୁ ଆମେରିକାର ଜର୍ଜିଆରେ ମଧ୍ୟ ଏକ ଭୟାନକ ମାମଲା ସାମ୍ନାକୁ ଆସିଛି ।

ଯେଉଁଠି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏକାସଗେ ୧୭ଟି ସାପ ମହିଳାଙ୍କ ଶଯ୍ୟା ତଳେ ଦେଖିବାକୁ ମିଳିଛି । ଏହି ଘଟଣା ବିଷୟରେ ତ୍ରିଶ ୱିଲଚର ଫେସବୁକରେ ସୂଚନା ଦେଇଛନ୍ତି । ସାପ ଛୁଆ ମାନଙ୍କର ଫଟୋ ମଧ୍ୟ ସେ ସେୟାର କରିଛନ୍ତି । ସୂଚନା ଯୋଗ୍ୟ ଯେ, ଜଣେ ମହିଳା ଶୋଇବାକୁ ଯାଉଥିବାବେଳେ ଚଟାଣରେ “କିଛି ଦଉଡି ସଦୃଶ ଦେଖିବାକୁ ପାଇଥିଲେ ।

wp:html /wp:html

ପରେ ତାଙ୍କୁ ଭୟ ଲାଗିବାରୁ ସେ ଯାଞ୍ଚ କରିବାକୁ ଯାଇବାକୁ ପାଇଥିଲେ ଏହା କୌଣସି ରଶି କିମ୍ୱା ବାଡି ନୁହେଁ ବରଂ ଏହା ସାପ ଛୁଆ । ପରେ ବେଡ ତଳେ ୧୭ଟି ସାପ ଛୁଆ ଅଛନ୍ତି । ତ୍ରିଶ କହିଛନ୍ତି ଯେ, ଏତେ ସଂଖ୍ୟକ ସାପ ଛୁଆ ଦେଖି ମୁଁ ଭୟଭୀତ ହୋଇଗଲି । ଏହା ପରେ ମୁଁ, ମୋ ସ୍ୱାମୀଙ୍କ ସହିତ, ଶୋଇବା ଘରକୁ ଅଧିକ ସଠିକ୍ ଭାବରେ ଅନୁସନ୍ଧାନ କଲି । ତା’ପରେ ଆମେ ଜାଣିବାକୁ ପାଇଲୁ ଯେ ଶୟନ କକ୍ଷରେ ସମୁଦାୟ ୧୮ ଟି ସାପ ଅଛନ୍ତି ।

wp:html /wp:html

ଯେଉଁଥିରୁ ୧୭ ଛୁଆ ସାପ ସହ ଜଣେ ମାଆ ସାପ ବି ରହିଛି । ଏହାକୁ ଦେଖିବା ପରେ ସେ ଫେସବୁକରେ ପୋଷ୍ଟ କରିବା ସହ ନିଜେ ଭୟଭୀତ ଥିବା କହିଥିଲେ । ପରେ ତ୍ରିଶଙ୍କ ସ୍ୱାମୀ ମ୍ୟାକ୍ସ ସାବଧାନତାର ସହିତ ସାପଗୁଡ଼ିକୁ ଧରି ଗୋଟିଏ ପରେ ଗୋଟିଏ ସେମାନଙ୍କୁ ବ୍ୟାଗରେ ରଖି ତା’ପରେ ସାପମାନଙ୍କୁ ଘରୁ ବାହାରେ ନେଇ ଛାଡିଥିଲେ । ତେବେ ଘରେ ଅଧିକ ସାପ ଅଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ପରଦିନ ଏକ ସାପ ଧରାଳିଙ୍କୁ ଡାକିଥିଲେ । ଯିଏ ଘରର ପ୍ରତ୍ୟେକ କୋଣ ଯାଞ୍ଚ କରିଥିଲେ ମଧ୍ୟ ଗୋଟିଏ ସାପ ପାଇନଥିଲେ । ସେ କହିଥିଲେ ଯେ ଘରେ ଯେଉଁ ସାପ ଥିଲେ ତାହା ବିଷାକ୍ତ ନୁହେଁ ଏବଂ ସେମାନେ ଗାର୍ଟର ସାପ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.