ପ୍ରାଥମିକ ସ୍କୁଲର ୮ଜଣ ଛାତ୍ରଛାତ୍ରୀଙ୍କୁ ଛୁରି ଭୁଷି ହତ୍ୟା, ପୁଣି ପ୍ରେମିକାକୁ ହତ୍ୟା କରିବାଲାଗି ଉଦ୍ୟମ କରୁଥିଲା ହତ୍ୟାକାରୀ...

Published By : Prameya-News7 Bureau | September 03, 2019 IST

ଚୀନ୩|୯: ଚୀନର ଏକ ପ୍ରାଥମିକ ସ୍କୁଲରେ ଛୁରିକା ଆକ୍ରମଣରେ ୮ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଚୀନ ହୁବେଇ ପ୍ରାନ୍ତରେ ଥିବା ଚାଓୟାଙ୍ଗପୋ ଗ୍ରେଡ୍ ସ୍କୁଲରେ ଏହି ଅଘଟଣ ଘଟିଛି। ଛାତ୍ରଛାତ୍ରୀ ସ୍କୁଲରେ ବସି ପଢୁଥିବା ବେଳେ ଜନୈକ ପାଗଳ ଏଭଳି କାଣ୍ଡ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।

ସୂଚନା ମୁତାବକ, ସକାଳ ପ୍ରାୟ ୮ଟା ବେଳେ ପାଗଳଟି ଆତର୍କିତ ଭାବେ ସ୍କୁଲକୁ ପଶି ଆସି ବର୍ବର କାଣ୍ଡ କରିଥିଲା। ଛୁରି ମାଡରେ ୮ ଜଣ ପିଲାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲର ଭର୍ତ୍ତି କରାଯାଇଛି। ସୂଚନା ପାଇ ପୋଲିସ ସ୍କୁଲରେ ପହଞ୍ଚିବା ସହ ହତ୍ୟାକରୀକୁ ଗିରଫ କରିଛି।

ହତ୍ୟାକାରୀ ପ୍ରାୟ ୮ ବର୍ଷ ହେଲା ଜେଲରେ ଥିଲା। ନିକଟରେ ଜେଲରୁ ମୁକୁଳିଥିବା ବେଳେ ଏଭଳି କାଣ୍ଡ କରିଛି। ଏପରିକି ସେ ଭଲ ପାଉଥିବା ଝିଅ ଆଖିରେ ଛୁରି ଭୁସିବା ଲାଗି ମଧ୍ୟ ଉଦ୍ୟମ କରିଥିଲା ବୋଲି ଜଣାପଡିଛି। ଚୀନରେ ବିଦ୍ୟାଳୟ ଓ ଆଖପାଖରେ ପ୍ରାୟତଃ ଏଭଳି ଆକ୍ରମଣ ହୋଇଥାଏ। ଯେଉଁଥିରେ ଅନେକ ଛାତ୍ରଛାତ୍ରୀ ପ୍ରାଣ ହରାଇଥିବାର ନଜିର ବି ରହିଛି। ତେବେ ସ୍କୁଲରେ ପିଲାମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଏବେ ଅଭିଭାବକମାନେ ଦାବି କରିଛନ୍ତି।

ସେହିପରି ଗତ ଏପ୍ରିଲ ମାସରେ ଜଣେ ବ୍ୟକ୍ତି ୨ ଜଣ ସ୍କୁଲ ପିଲାଙ୍କୁ ହତ୍ୟା କରିଥିଲା। ଗତ ଜାନୁଆରି ମାସରେ ଜଣେ ପିଲାଙ୍କୁ ହାତୁଡ଼ି ଆକ୍ରମଣ କରି ଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ। ପୁଣି ଏପ୍ରିଲ ମାସରେ ଜଣେ ବ୍ୟକ୍ତି ୧୨/୧୩ ଜଣ ସ୍କୁଲପିଲଙ୍କୁ ହତ୍ୟା କରିଥିଲା।କିଛିପିଲା ଗୁରୁତର ଭାବେ ଆଘାତ ହୋଇଥଲେ।ଚୀନରେ ସ୍କୁଲ ପିଲାଙ୍କ ଉପରେ ଆକ୍ରମଣ କରିବା ଘଟଣା ସବୁ ଦେଶରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.