ପାଞ୍ଚଲକ୍ଷ ଦିଅ ଦଶଲକ୍ଷ ନିଅ – ଲୋକଙ୍କୁ ଏଭଳି କହି ଠକୁଥିବା ୨ ଠକ ଭୁବନେଶ୍ୱରରୁ ଗିରଫ

Published By : Prameya-News7 Bureau | September 18, 2019 IST

ଭୁବନେଶ୍ୱର - ପାଞ୍ଚଲକ୍ଷ ଦିଅ ଦଶଲକ୍ଷ ନେଇଯାଅ । ଏହିଭଳି ଲୋକଙ୍କୁ ଠକେଇ କରୁଥିବା ଦୁଇ ଠକଙ୍କୁ ଗିରଫ କରିଛି ଲକ୍ଷ୍ମୀ,ାଗର ଥାନା ପୋଲିସ ।

ରାଞ୍ଚିର ରାକେଶ ନାମକ ଯୁବକକୁ ପଶ୍ଟିମବଙ୍ଗ ଓ ଯାଜପୁରର ଦୁଇ ବ୍ୟକ୍ତି ଫୋନରେ ଯୋଗାଯୋଗ କରିଥିଲେ । ପାଞ୍ଚଲକ୍ଷ ଟଙ୍କାର ବ୍ୟାଗ ଦେଲେ ଦଶଲକ୍ଷ ଟଙ୍କାର ବ୍ୟାଗ ମିଳିବ ବୋଲି ରାକେଶକୁ କହି ଭୁବନେଶ୍ବର ଷ୍ଟେସନକୁ ଡାକିଥିଲେ । ଏଥିରେ ସନ୍ଦେହ କରି ରାକେଶ କମିସନରେଟ ପୋଲିସକୁ ଖବର ଦେବାପରେ ପୋଲିସ ଏହି ଦୁଇ ଠକଙ୍କୁ ଗିରଫ କରିବା ସହିତ ଏମାନଙ୍କ ନିକଟରୁ ଗୋଟିଏ ଖାଲି କାଗଜ ଭର୍ତ୍ତି ବ୍ୟାଗ ଜବତ କରିଥିଲା । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.