Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ୱିକର ଓ ଓଏଲ୍‌ଏକ୍ସର ବ୍ୟବହାର ବେଳେ ଏପରି ହୋଇପାରନ୍ତି ଠକାମୀର ଶିକାର

ଏବେ ପୁରଣା ଜିନିଷ ବିକ୍ରି କରିବା ପାଇଁ ଅନେକ ଲୋକ ଅନଲାଇନ୍‌ ପ୍ଲାଟଫର୍ମ ଓଏଲ୍‌ଏକ୍ସ କିମ୍ବା କ୍ୱିକରକୁ ବ୍ୟବହାର କରୁଛନ୍ତି  । ମାତ୍ର ଏହାକୁ ବ୍ୟବହାର କରିବା ସମୟରେ ଟିକିଏ ସାବଧାନତା ଅବଲମ୍ବନ କରନ୍ତୁ । ଏବେ କେତେଜଣ ଅନ୍‌ଲାଇନ୍‌ ଠକ ଏଥିରେ ସକ୍ରିୟ ହୋଇଛନ୍ତି । ସେମାନେ ଓଏଲ୍‌ଏକ୍ସ ଓ କ୍ୱିକରରେ କିଛି ଜିନିଷ ବିକ୍ରି କରିବା ପାଇଁ ଚାହୁଁଥିବା ଲୋକଙ୍କୁ ଅଧିକ ଟଙ୍କାରେ ଜିନଷ କିଣିବାକୁ ପ୍ରଲଭୋନ ଦେଖାଇ ଟଙ୍କା ଲୁଟି ନେଉଛନ୍ତି ।

ଓଏଲ୍‌ଏକ୍ସ କିମ୍ବା କ୍ୱିକରରେ ଆପଣ ଜିନିଷ ବିକ୍ରି କରିବା ପୂର୍ବୁରୁ ଏ ବିଷୟରେ ଏକପୋଷ୍ଟ କରିଥାଆନ୍ତି । ଏହା ସହ ଆପଣଙ୍କ ଫୋନ୍‌ ନମ୍ବର ବି ଦେଇଥାଆନ୍ତି । ଏହାକୁ କିଣିବା ପାଇଁ ଆଗ୍ରହୀ ଥିବା ଲୋକ ଆପଣଙ୍କୁ ଫୋନ୍‌ କରିଥାଆନ୍ତି ।

ଏଥିପାଇଁ ମୂଲଚାଲ ବି ଚାଲେ । ହେଲେ ଏବେ ଏପରି କିଛି ଲୋକ ଅଛନ୍ତି ସେମାନେ ଏଥିରେ ମୂଲଚାଲ କରନ୍ତି ନାହିଁ । ଅଧିକ ଟଙ୍କା ଦେଇ କିଣିବା ପାଇଁ ଆଗ୍ରହ ଦେଖାନ୍ତି । କେବଳ ସେତିକି ନୁହେଁ ଅନ୍‌ଲାଇନ୍‌ରେ ଅଗ୍ରୀମ ଦେଇ ଦେବେ ବୋଲି କହନ୍ତି ।

ଏପିର ଅଗ୍ରୀମ ସେମାନେ କୌଣସି ୟୁପିଆଇ ପ୍ଲାଟଫର୍ମ କିମ୍ବା ଗୁଗୁଲପେରେ ଦେବା ପାଇଁ ଆଗ୍ରହ ଦେଖାନ୍ତି । ଏଥିରେ ସେମାନେ ସେଣ୍ଡ ଅପସନ୍ ନାମରେ ଏକ ଲିଙ୍କ ପଠାନ୍ତି। ଆପଣ ଏହି ଲିଙ୍କକୁ ଭଲ ଭାବରେ ଦେଖିବା ଆବଶ୍ୟକ  । କାରଣ ଏହି ଲିଙ୍କ କୁ କ୍ଲିକ କଲେ ଟଙ୍କା ଚାଲିଯିବାର ଆଶଙ୍କା ରହିଛି ।

ସେହିପରି ଫୋନ୍‌ ପେ କିମ୍ବା ପେଟିଏମ୍‌ରେ ଓଟିପିକୁ ବି ସେୟାର କରନ୍ତୁ ନାହିଁ ।

ଓଏଲ୍‌ଏକ୍ସ ଓ କ୍ୱିକର ସବୁବେଳେ ଗ୍ରାହକଙ୍କୁ ଭେଟି ଜିନିଷ ବିକ୍ରି କରିବା ପାଇଁ ସଚେତନ କରି ଆସୁଛନ୍ତି ।

136 Views

   ସମ୍ବନ୍ଧିତ ଖବର