Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

‘ସବୁଠି ସେଟିଂ ଅଛି, ଟଙ୍କା ଦେଲେ ପୋଲିସ ଓ ରେଲଓ୍ୱେରେ ମିଳିବ ଚାକିରୀ’, ଏମିତି କହି ଯୁବକଙ୍କୁ ଠକୁଥିଲେ ପ୍ରେମୀଯୁଗଳ…

27/02/2021 at 10:14 AM

ଭୁବନେଶ୍ୱର,୨୭/୦୨: ମୋର ସବୁଠି ଚିହ୍ନା । ଭଲ ସେଟିଂ ଅଛି । ଟଙ୍କା ୫ ଲକ୍ଷ ଦେଲେ ମୁଁ ତମକୁ ପୋଲିସ୍‌ ଚାକିରିରେ ଭର୍ତ୍ତି କରି ଦେବି । ୧୦ ଲକ୍ଷ ଟଙ୍କା ଦେଲେ ରେଲୱ ଚାକିରି ମିଳିଯିବ… । ମୁଁ ଏମିତି ଭାବେ ୨୦ ଜଣଙ୍କୁ ଚାକିରି ଦେଇଛ । ଏଭଳି କହି ରାଜ୍ୟର ବିଭିନ୍ନ ଅଞ୍ଚଳର ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଲୁଟି ପୋଲିସ୍‌ ହାତରେ ଧରା ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଳାର ସରୋଜ କୁମାର ଜେନା । ସରୋଜଙ୍କୁ ଧଉଳି ଥାନା ପୋଲିସ୍‌ ଗିରଫ କରିଛି । ହେଲେ ଏଥିରେ ସହଯୋଗ କରୁଥିବା ତା’ ପ୍ରେମିକା ଏବେ ଫେରାର ଅଛନ୍ତି । ତାଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

କେମିତି ଠକନ୍ତି ପ୍ରେମୀଯୁଗଳ

ସୂଚନା ଅନୁସାରେ, ସରୋଜ ପଟିଆ ଅଞ୍ଚଳର ଏକ କଲେଜରେ ବି.ଆର୍କ (ବ୍ୟାଚ୍‌ଲର ଇନ୍‌ ଆର୍କିଟେକ୍‌) ପାଠ ବଢ଼ୁଥିଲେ । ପାସ୍‌ କରିବା ପରେ ସେହି ଅଞ୍ଚଳରେ ଏକ ବିଲ୍ଡର ସଂସ୍ଥାରେ ଚାକିରି କଲେ । ଏହି ସମୟରେ ପାରାଦୀପ ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । କିଛି ଦିନ ପରେ ସରୋଜ ଓଡ଼ିଶା ଛାଡି ବିହାର ଯାଇ ସେଠାରେ ଏକ ବଡ଼ କମ୍ପାନିରେ ଆର୍କିଟେକଚର ଭାବେ କାର୍ଯ୍ୟ କରିଥିଲେ । ହଠାତ୍‌ ଦିନେ ସରୋଜ ରେଲ୍‌ୱେରେ ଚାକିରି ମିଳୁଛି ବୋଲି ଅନ୍‌ଲାଇନ୍‌ରେ ଦେଖିଥିଲେ । ସେଥିପାଇଁ ଲକ୍ଷ୍ନୌ ଯିବାକୁ ପଡିବ । ସରୋଜ ଚାକିରି ଛାଡି ଲକ୍ଷ୍ନୌ ଯାଇ ଜଣେ ଯୁବକଙ୍କୁ ଯୋଗାଯୋଗ କରିଥିଲେ । ସେ ଯୁବକ ସରୋଜଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଲା ପରେ ଚାକିରି ଦେଇ ନଥିଲା । ସରୋଜ ଜାଣିଥିଲେ ସେ ଠକାମିର ଶିକାର ହୋଇଛନ୍ତି । ଠକାମିର ଶିକାର ହେବା ପରେ ସେ ନିଜେ ସେହି ଉପାୟ ଅବଲମ୍ବନ କରିବାକୁ ଚିନ୍ତା କରିଥିଲେ। ତେଣୁ ସେ ସେଠାରୁ ଚାଲିଆସିଲେ ଭୁବନେଶ୍ୱରରେ ଠକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରଥିଲେ ।

ସରୋଜ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରହିଥିଲେ। ଭଡ଼ାଘରେ ଲେଖା ହେଲା ଜବ୍‌ କନସଲଟାନ୍ସି । ଅନ୍‌ଲାଇନ୍‌ରେ ବିଜ୍ଞାପନ ଦେଇ ଲୋକଙ୍କୁ ଲୁଟିଥିଲେ । ଖଣ୍ଡଗିରି ଅଞ୍ଚଳରେ ୩୦ ଲକ୍ଷରୁ ଅଧିକ ଠକେଇ ପରେ ସେଠାରୁ ଘର ଛାଡି ଧଉଳି ଥାନା ନୂଆଗାଁ ଅଞ୍ଚଳକୁ ଚାଲିଗଲେ । ଫୁଲବାଣୀ ରାଇକିଆର ବିଜୟ ପ୍ରଧାନଙ୍କୁ ପୋଲିସ୍‌ ଚାକିରି କରି ଦେବାକୁ କହି ୧ ଲକ୍ଷ ୮ ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ପୋଲିସ୍‌ ଚାକିରି ପାଇବା ପରେ ବାକି ୩ ଲକ୍ଷ ଟଙ୍କା ୯୨ ହଜାର ଟଙ୍କା ନେବେ ବୋଲି କହିଥିଲେ । ବିଜୟଙ୍କ ବିଶ୍ୱାସ ବଢ଼ାଇବା ପାଇଁ ୩ ଜଣ ନକଲି ପୋଲିସ୍‌ଙ୍କୁ ଆଣି ତାଙ୍କୁ ଭେଟାଇଥିଲେ । ସେଇଭଳି ସୁନ୍ଦରଗଡ଼ ସ୍ଥିତ କୁଆଁରମୁଣ୍ଡାର ସତ୍ୟ ରଞ୍ଜନ ଜେନାଙ୍କୁ ରେଲୱେରେ ଚାକିରି କରି ଦେବା ନାଁରେ ୧୦ ଲକ୍ଷ ଟଙ୍କା ନେଇଥିଲେ ସରୋଜ ।

ଏମିତିକି ସତ୍ୟଙ୍କୁ ସେ ପଶ୍ଚିମବଙ୍ଗ ନେଇ ସେଠାରେ ନକଲି ରେଲୱେ ପରୀକ୍ଷାରେ ବସାଇଥିଲେ । ପରେ କହିଥିଲେ ଏଠି ଚାକିରି ହେବନି । ମୁଁ ଖୋର୍ଦ୍ଧାରେ କରାଇ ଦେବି । ହେଲେ ପରେ ଆଉ ଧରା ଦେଇ ନଥିଲେ। ତେବେ ଏଥିରେ ସରୋଜକୁ ସମ୍ପୂର୍ଣ୍ଣର୍ ସହଯୋଗ କରୁଥିଲେ ତାଙ୍କ ପ୍ରେମିକା । ଠକାମିର ଶିକାର ସତ୍ୟ ଓ ବିଜୟ ଧଉଳି ଥାନାରେ ଏତଲା ଦେଇଥିଲେ । ପୋଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ସରୋଜ ଚାକିରି ନାଁରେ ଲକ୍ଷ ଲକ୍ଷ ଲୁଟିଥିବା ପ୍ରମାଣ ମିଳିଥିଲା । ଶୁକ୍ରବାର ରାତିରେ ଧଉଳି ଥାନା ପୋଲିସ୍‌ ଜଗତସିଂହପୁର ଯାଇ ସରୋଜ୍‌ଙ୍କୁ ଗିରଫ କରିଥିଲା । ଏନେଇ ଧଉଳି ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି, ସରୋଜ ଅନେକ ଲୋକଙ୍କୁ ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ ଆଉ ଯେଉଁମାନଙ୍କର ଲିଙ୍କ୍‌ ରହିଛି ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

   Related Posts