କଲଭର୍ଟ କାମରେ ବ୍ୟାପକ ଦୁର୍ନୀତି : ରାସ୍ତା କାମରେ କଂକ୍ରିଟ ମଝିରେ ବାଲିବସ୍ତା ଦେଇ ଅଧିକାରୀ ଠକୁଥିବା ଅଭିଯୋଗ, ସବୁ ଜାଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ

Published By : Prameya-News7 Bureau | June 08, 2019 IST

ତରଭା ୮|୬: କଲଭର୍ଟ କାମରେ ବ୍ୟାପକ ଦୁର୍ନୀତି । କୋଟି କୋଟି ଟଙ୍କା ବ୍ୟୟରେ ଚାଲିଥିବା ରାସ୍ତା କାମରେ ବ୍ୟାପକ ଘୋଟାଲା ।  କିଛି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପାଣିରେ ପଡୁଛି ରାଜକୋଷରୁ ଆସୁଥିବା ଅର୍ଥ । ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଚାଲିଥିବା ରାସ୍ତା କାମରେ କଂକ୍ରିଟ ମଝିରେ ବାଲିବସ୍ତା ଦେଇ ଠକୁଛନ୍ତି ଅଧିକାରୀ । ସବୁ ଜାଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ ।

{"id":121063}

ରାସ୍ତା କାମରେ ଦୁର୍ନୀତିର ଗନ୍ଧ । କିଭଳି କଲର୍ଭଟ ଭିତରେ ରଖାଯାଇଛି ବାଲିବସ୍ତା ଦେଖନ୍ତୁ । ଏଭଳି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଦେଉଳପଦର ଛକ ନିକଟରେ ଚାଲିଥିବା କଲଭର୍ଟ କାମର ।  ଟିକେ ନିରିଖି ଦେଖିଲେ ଜାଣିପାରିବେ କିଭଳି ସିମେଣ୍ଟ କଙ୍କ୍ରିଟ ମଝିରେ ବାଲିବସ୍ତା ଖଞ୍ଜାଯାଇଛି । ଆଉ ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ନିଜେ ବାଲିବସ୍ତା ବାହାର କରୁଛନ୍ତି । ଖାରୀ ରୁ କୁମୁଣ୍ଡେ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । କାମ ଅତି ନିମ୍ନ ମାନର । ସଠିକ ପରିମାଣରେ ବାଲି ସିମେଣ୍ଟ ମିଶ୍ରଣ ହେଉନଥିବାରୁ ରାସ୍ତାର ସ୍ଥାୟିତ୍ବ ନେଇ ଉଠିଛି ପ୍ରଶ୍ନ ।

{"id":121064}

୧୦ କିଲୋମିଟରର ରାସ୍ତା ନିର୍ମାଣ ପାଇଁ ୭ କୋଟି ୧୧ଲକ୍ଷ ୨୦ହଜାର ୪୫୦ ଟଙ୍କାର ବ୍ୟୟବରାଦ ହୋଇଛି । କେ.ଏଲ ଇନଫ୍ରାବିଲ୍ଡ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ରାସ୍ତା କାମରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଅଭିଯୋଗ ପରେ ନିର୍ବାହି ଯନ୍ତ୍ରୀ ଆସି ଘଟଣା ସ୍ଥଳ ବୁଲି ଦେଖିଛନ୍ତି । କିନ୍ତୁ ଏ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ।

{"id":121065}

ବଲାଙ୍ଗିର ପାଟଣାଗଡରେ ନିମ୍ନମାନର କାମକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ଏହି ଖବର ଏବେ ଚର୍ଚ୍ଚାରେ ରହିଛି । ଏହି ସମୟରେ ପଡୋଶୀ ସୋନପୁର ଜିଲ୍ଲାରେ ପୂର୍ତ୍ତ ବିଭାଗର ଆଉ ଏକ ଚଞ୍ଚକତା ପଦାରେ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.