Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଘରେ ସ୍ତ୍ରୀ ଥାଉ ଥାଉ ନାବାଳିକାକୁ ପ୍ରେମ ଜାଲରେ ​‌ଫସାଇ ବାହା ହେଲେ ଯୁବକ: ଥାନାରେ ଅଭିଯୋଗ ପରେ ଛାଡିଗଲା ପ୍ରେମନିଶା

24/06/2020 at 9:12 PM

ନୀଳଗିରି୨୪/୬: ସ୍ତ୍ରୀ ଥାଉ ଥାଉ ପୁଣି ନାବାଳିକାଙ୍କ ସହ ଚୋରା ପ୍ରେମ ସଂପର୍କ ରଖିଥିଲେ ଯୁବକ। ଖାଲି ସେତିକି ନୁହେଁ,  ସଂପୃକ୍ତ ଯୁବକ ଉକ୍ତ ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ତାଙ୍କୁ ବିବାହ ମଧ୍ୟ କରିଥିଲେ । ତାଙ୍କର ଗୋଟିଏ ଶିଶୁ କନ୍ୟା ଜନ୍ମ ହେବା ପରେ ସ୍ତ୍ରୀଙ୍କ ଉପରେ ସ୍ବାମୀ ଆରମ୍ଭ କରି ଦେଇଥିଲେ ନିର୍ଯାତନା।  ଏହି ଅଭିଯୋଗ ଧୋବାଜ ସ୍ବାମୀକୁ ପୋଲିସ୍ ଗିରଫ କରିଛି।

ସୂଚନାରୁ ପ୍ରକାଶ କି ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅଧିନ ରଣସାହି ଗ୍ରାମର ଗଜେନ୍ଦ୍ର ବେହେରାଙ୍କ ପୁଅ ଦୀନବନ୍ଧୁ ବେହେରା ପୂର୍ବରୁ ଜଣକୁ ବିବାହ କରିଥିଲେ। ରେମୁଣା ଥାନା ଅଧିନ ଦୋଳଗୋହିରା ଅଂଚଳର ଜୈନିକ ପରିବାର ବାଲେଶ୍ବରରେ ଘରଭଡା ନେଇ ରହୁଥିଲେ। ୨୦୧୮ ମସିହାରେ ଦୀନବନ୍ଧୁ ଜୈନିକ ପରିବାରର ୧୪ ବର୍ଷିୟା ନାବାଳିକାକୁ ପ୍ରେମଜାଲରେ ଫସାଇ ତାଙ୍କୁ ସେହିବର୍ଷ ଜୁନ ମାସ ୨୧ ତାରିଖରେ ବିବାହ କରିଥିଲେ। ନାବାଳିକା ଜଣକୁ ଆଣି ମିତ୍ରପୁର ଅଂଚଳରେ ଘରଭଡା ନେଇ ରଖିଥିଲେ।

୨୦୧୯ ମସିହା ଏପ୍ରିଲ ୧୪ ତାରିଖରେ ତାଙ୍କ ଔରସରୁ ଏକ ଶିଶୁକନ୍ୟା ଜନ୍ମ ଦେଇଥିବାରୁ ଆରମ୍ଭ ହୋଇଥିଲା ନିର୍ଯ୍ୟାତନା। ବିଶେଷ ସୂତ୍ରରୁ ଝିଅଘର ଲୋକ ଖବର ପାଇବା ପରେ ନାବାଳିକାର କକା ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ୨୦୭ ନମ୍ବର ମାମଲା ରୁଜୁ ମଧ୍ୟ ହୋଇଛି। ଆଇଆଇସି ମିନୀତି ବିଶ୍ୱାଳ ତଦନ୍ତ ଭାର ଏସଆଇ ସସ୍ମିତା ମଲ୍ଲିକଙ୍କୁ ଦେବାପରେ ସେ ମିତ୍ରପୁର ଅଂଚଳରୁ ନାବାଳିକା ମା,ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଗିରଫ ସ୍ୱାମୀର ପ୍ରଥମ ସ୍ତ୍ରୀ ତାଙ୍କ ଘରୁ ୧୦ ବର୍ଷ ପୂର୍ବରୁ ପଳାଇ ଯାଇଥିବା ବେଳେ ଘରେ ମଧ୍ୟ ଆଉ ଜଣେ ମହିଳାଙ୍କୁ ସ୍ତ୍ରୀ ଭାବେ ରଖିଥିବା ପୋଲିସ ସୂଚନା ପାଇଛି। ତେବେ ଗିରଫ ସ୍ୱାମୀ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ପୋଲିସ୍‌ କହିଛି।

   Related Posts