ଧରା ପଡିଗଲେ ନକଲି ଦାନ୍ତ ଡାକ୍ତର: ମାଟ୍ରିକ୍ ପାସ୍‌ ପରେ ଲେଖୁଛନ୍ତି ପ୍ରେସ୍‌କ୍ରିପ୍ସନ୍

Published By : Prameya-News7 Bureau | August 25, 2020 IST

ସୋର୨୫/୮: ନକଲି ଦାନ୍ତ ଡାକ୍ତର ମାଟ୍ରିକ ପାସ୍। ପୁଣି ଏକ କ୍ଲିନିକ କରି ରୋଗୀଙ୍କୁ ଦେଖିବା ସହ ପ୍ରେସ୍‌କ୍ରିପ୍ସନ ମଧ୍ୟ ଲେଖୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର ନିଜେ ଡାକ୍ତର କହୁଥିବା ଏହି ବ୍ୟକ୍ତି ଜଣଙ୍କ ମାଟ୍ରିକ୍ ପାସ୍ କରିଛନ୍ତି। ନକଲି ଡାକ୍ତରଙ୍କ କହିବା ମୁତାବକ,  ପଶ୍ଚିମବଙ୍ଗରେ ଏକ ହସ୍ପିଟାଲରେ ଡାକ୍ତରଙ୍କ ପାଖରେ ରହି ସେ କୁଆଡେ ସବୁ କିଛି ଶିଖିଛନ୍ତି। ଦୀର୍ଘ ୧୨ ବର୍ଷ ହେବ ଓଡିଶାରେ  ସେ ରୋଗୀ ସେବା କରିବା ସହ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ କରୁଛନ୍ତି। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସେ କ୍ଲିନିକ କରି ରୋଗୀ ଦେଖୁଛନ୍ତି ​‌। ଦନ୍ତ ଚିକିତ୍ସାଳୟ ନାଁରେ ଗୋଟେ କ୍ଲିନିକ ଖୋଲି ରୋଗୀ ସେବା ଚଳାଇଛନ୍ତି। ଏହି ବ୍ୟକ୍ତି ହେଲେ ରେମୁଣା ବ୍ଲକ ତାଳପଦା ପାହି ଅଞ୍ଚଳର ଶ୍ରୀପତି ମଣ୍ଡଳ । ସେ ଦୀର୍ଘ ବର୍ଷ  ପୂର୍ବରୁ  ପଶ୍ଚିମବଙ୍ଗ ରାଜ୍ୟରେ ରହି ମେଦିନାପୁର ଜିଲ୍ଲାରେ କମ୍ୟୁନିଟି ହେଲଥ ଗାଇଡ଼ ଭାବେ କାର୍ଯ୍ୟ କରୁଥିଲେ ।

ମାତ୍ର  ମ୍ୟାଟ୍ରିକ ପାସ କରିଥିବା ବ୍ୟକ୍ତି ଯଦି ଡ଼ାକ୍ତର ପରିଚୟ ଦେଇ ରୋଗୀ ଦେଖି ପାରନ୍ତି ।  ଏଠାରେ ପ୍ରଶ୍ନ ଉଠୁଛି , ବାଲେଶ୍ୱର ଜିଲ୍ଲା ଭଳି ଶିକ୍ଷିତ ଜିଲ୍ଲାରେ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ବ୍ୟକ୍ତି ଜଣକ ଯଦି କଳା କାରନାମା ଚଳାଇ ଆସିଛନ୍ତି , ତେବେ ଆଦିବାସୀ ଜିଲ୍ଲା ମାନଙ୍କରେ କିଭଳି ଥିବ ଚିତ୍ର ତାହା ସ୍ପଷ୍ଠ ଜଣାପଡୁଛି । ଆଉ ଏହି ଘଟଣାରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସବୁ ଜାଣି ଅଜଣା ରହିବା ଘଟଣାରେ ବାଲେଶ୍ୱରର ସ୍ବାସ୍ଥ୍ୟ ବ୍ୟବସ୍ଥା ସନ୍ଦେହ ଘେରରେ ରହିଥିବା ବେଳେ ଏହି ନକଲି ଡାକ୍ତରଙ୍କୁ ସୁରକ୍ଷା ଦେଉଛି କିଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.